Posted inଜାତୀୟ

କରୋନା ଯୋଗୁ ୨ହଜାର ଟଙ୍କିଆ ଧୋଇ, ସାନିଟାଇଜ କରି ନଷ୍ଟ ହେଲା ୧୭ କୋଟି ନୋଟ

ନୂଆଦିଲ୍ଲୀ,୨୯।୮: କରୋନା ପାଇଁ ଅନେକ ଗୁଡିଏ ଜିନିଷ ନଷ୍ଟ ହୋଇଥିବା ଦେଖାଯାଇଛି। ଲୋକେ ବ୍ୟବସାୟ, ପରିବହନ, ରୋଜଗାର ସବୁଥିରେ କ୍ଷତି ସହିଛନ୍ତି। ଏମିତିକି କରୋନା ସଂକ୍ରମଣକୁ ଡରି ଲୋକେ ନୋଟକୁ ସାନିଟାଇଜ କରିବା ସହ କେହି କେହି ଏହାକୁ ଧୋଇ ମଧ୍ୟ ଦେଇଛନ୍ତି। ତେବେ ଯେଉଁ ନୋଟ ଗୁଡିକ ଧୋଇ ଖରାରେ ଶୁଖାଯାଇଛି ସେଭଳି ଅନେକ ନୋଟ ଖରାପ ହୋଇଯାଇଥିବା ସୂଚନା ମିଳିଛି। କାରଣ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ରେ ପହଞ୍ଚିଥିବା ଖରାପ ନୋଟର ସଂଖ୍ୟା ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି ବୋଲି କୁହାଯାଉଛି। ସବୁଠାରୁ ଅଧିକ ୨ହଜାର ଟଙ୍କିଆ ନୋଟ ଖରାପ ହୋଇଥିବା କୁହାଯାଉଛି। ଏଥର ଆର୍‌ବିଆଇ ନିକଟକୁ ୨ହଜାର ଟଙ୍କିଆ ୧୭ କୋଟିରୁ ଅଧିକ ନୋଟ ଆସିଥିବା ସୂଚନା ରହିଛି। ଏହା ବ୍ୟତୀତ ୨ଶହ, ୫ଶହ, ୨୦ ଓ ୧୦ ଟଙ୍କିଆ ନୋଟ ବି ବହୁ ପରିମାଣରେ ନଷ୍ଟ ହୋଇଛି। ଆର୍‌ବିଆଇ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ୨ହଜାର ଟଙ୍କିଆର ୧୭ କୋଟି ନୋଟ ଖରାପ ହୋଇଛି ଯାହା ବିଗତ ବର୍ଷ ତୁଳନାରେ ୩୦୦ ଗୁଣା ଅଧିକ। କରୋନା ଭାଇରସ କିଛି ଘଣ୍ଟା ପାଇଁ ନୋଟ୍‌ରେ ରହୁଥିବା କୁହାଯିବା ପରେ ଲୋକେ ଏହାକୁ ଧୋଇବା ଓ ସାନିଟାଇଜ କରିବା ଆରମ୍ଭ କରି ଦେଇଥିଲେ। ଫଳରେ ପୁରୁଣା କଥା ଛାଡନ୍ତୁ ଏଥିରେ ନୂଆ ନୋଟ୍‌ ଗୁଡିକ ବି ନଷ୍ଟ ହୋଇଗଲା। ସୂଚନା ଅନୁଯାୟୀ, ଗତବର୍ଷ ୬ ଲକ୍ଷ ଖରାପ ୨ହଜାର ଟଙ୍କିଆ ନୋଟ ଆସିଥିବା ବେଳେ ଏଥର ଏହା ୧୭ କୋଟିରେ ପହଞ୍ଚିଛି। ସେହିପରି ୫ଶହ ଟଙ୍କିଆ ନାଟ୍‌ ୧୦ ଗୁଣା ଅଧିକ ନଷ୍ଟ ହୋଇଛି। ସେମିତି ୨ଶହ ଟଙ୍କିଆ ନୋଟ ବିଗତ ବର୍ଷ ତୁଳନାରେ ୩ଶହ ଗୁଣା ଅଧିକ ନଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri