ସୁସ୍ବାସ୍ଥ୍ୟ ପାଇଁ ପରିମଳ

ସୁସ୍ବାସ୍ଥ୍ୟ ପାଇଁ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ। ଏହା ସହିତ ଘର ଏବଂ ବାହ୍ୟ ପରିବେଶରେ ପରିମଳ ବ୍ୟବସ୍ଥା ଆପଣେଇବା ମଧ୍ୟ ଆବଶ୍ୟକ। ବାହାରେ ଶୌଚ ହେବା ଦ୍ୱାରା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ। ପରିମଳ ବ୍ୟବସ୍ଥା ରୋଗ ବ୍ୟାପିବାକୁ ଦିଏ ନାହିଁ। ବାହାରେ ଶୌଚ ହେବା ଦ୍ୱାରା କଲେରା, ଟାଇଫଏଡ, ଡିସେଣ୍ଟ୍ରି ଏବଂ ସ୍କିଷ୍ଟୋସୋମାସିସ ଭଳି ସଂକ୍ରମିତ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ। ବାହାରେ ଶୌଚ ହେବା ଦ୍ୱାରା ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପଡ଼ିଥାଏ।
ତେଣୁ ଲୋକଙ୍କୁ ଶୌଚାଳୟ ବ୍ୟବହାର କରିବା ସମ୍ପର୍କରେ ସଚେତନ କରାଇବା ଲାଗି ପ୍ରତିବର୍ଷ ନଭେମ୍ବର ୧୯ରେ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଥାଏ। ୨୦୦୧ ନଭେମ୍ବର ୧୯ରେ ପ୍ରଥମେ କୌଣସି ସ୍ବୀକୃତି ବିନା ସିଙ୍ଗାପୁରର ଏକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଜାତିସଂଘ ପକ୍ଷରୁ ୨୦୧୨ ନଭେମ୍ବର ୧୯ରେ ଏହି ଦିବସ ପାଳନ ଲାଗି ସ୍ବୀକୃତି ପ୍ରଦାନ କରାଯାଇଥିଲା।

ଏବେ ବି ପୃଥିବୀରେ ପ୍ରାୟ ୪.୨ ବିଲିୟନ୍‌ ଲୋକ ବିନା ପରିମଳ ବ୍ୟବସ୍ଥାରେ ବାସ କରୁଛନ୍ତି। ସେଥିମଧ୍ୟରୁ ୬୭୩ ନିୟୁତ ଲୋକ ବାହାରେ ମଳତ୍ୟାଗ କରିଥାନ୍ତି। ତେବେ ଏହାକୁ ରୋକିବା ଲାଗି ୨୦୨୦ରେ ମିଳିତ ଜାତିସଂଘ ପକ୍ଷରୁ ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟ ପ୍ରକାଶିତ ହୋଇଥିଲା। ୨୦୩୦ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

ଜାତିସଂଘର ସଂସ୍ଥା, ଅନ୍ତର୍ଜାତୀୟ ସଂଗଠନ, ସ୍ଥାନୀୟ ନାଗରିକ ସମାଜ ସଂଗଠନ ଏବଂ ସ୍ବେଚ୍ଛାସେବୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ କାର୍ଯ୍ୟକୁ ପ୍ରେରଣା ଯୋଗାଇବା ପାଇଁ ବିଶ୍ୱ ଶୌଚାଳୟ ଦିବସରେ ଉଦ୍ୟମ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୋପାଳ ଗ୍ୟାସ୍‌ ଦୁର୍ଘଟଣା

୧୯୮୪ ମସିହା ଡିସେମ୍ବର ୨ ତାରିଖ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ରେଜେଇ ଘୋଡ଼େଇ ଶୋଇ ପଡ଼ିଛନ୍ତି ନିଘୋଡ଼...

ଏହି ଅଭିନେତ୍ରୀଙ୍କ ପାଇଁ ଲୋକେ ଏମିତି ଜମାଇଥିଲେ ଭିଡ଼, ପୋଲିସକୁ କରିବାକୁ ପଡ଼ିଥିଲା ଲାଠି ଚାର୍ଜ

ପର୍ନ ଇଣ୍ଡଷ୍ଟ୍ରିରୁ ବଲିଉଡ୍‌ରେ ପାଦ ଦେଇଥିବା ସନ୍ନି ଲିଓନିଙ୍କୁ ଦେଖିବା ପାଇଁ ଥରେ ଏତେ ସଂଖ୍ୟାରେ ଲୋକେ ଭିଡ଼ ଜମାଇଥିଲେ ଯେ, ପୋଲିସକୁ ବାଧ୍ୟ ହୋଇ...

ସ୍ବପ୍ନରେ କାହିଁକି ଦେଖା ଦିଅନ୍ତି ପୂର୍ବପୁରୁଷ: ଜାଣନ୍ତୁ କେଉଁ ସ୍ବପ୍ନ ଦେଖିଲେ ମିଳିବ ସଫଳତା

ଶୋଇବା ଅବସ୍ଥାରେ ଦେଖାଯାଉଥିବା କେତେକ ଘଟଣାକୁ ସ୍ବପ୍ନ କୁହାଯାଏ। ମାତ୍ର ସ୍ବପ୍ନ ପ୍ରକୃତରେ ଶୋଇ ଥିବା ଅବସ୍ଥାରେ ଆସି ନ ଥାଏ। ଏହା ଶୋଇବା ଏବଂ...

୬୬ ବର୍ଷରେ ଦ୍ୱିତୀୟ ବିବାହ କଲେ ବାପା: ସୋସିଆଲ ମିଡିଆରେ ପୁଅ ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା

୬୬ ବର୍ଷୀୟ ଜଣେ ବ୍ୟକ୍ତି ଏବଂ ୬୩ ବର୍ଷୀୟା ଜଣେ ମହିଳା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସବୁଠୁ ଉତ୍ସାହ ତଥା ଆବେଗପୂର୍ଣ୍ଣ କଥା ହେଲା...

ଏମିତି ପିନ୍ଧନ୍ତୁ ଚଷମା

ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ ଚକ୍ଷୁ ସମସ୍ୟା କାରଣରୁ ଚଷମା ବ୍ୟବହାର କରୁଛନ୍ତି। ଆଉ କେହି କେହି ଧୂଳି ମଳି ଆଦିରୁ ଚକ୍ଷୁକୁ ସୁରକ୍ଷା ଦେବା ପାଇଁ...

ମାନସିକ ପୂରଣ କରେ ଏହି ଯଜ୍ଞକୁଣ୍ଡ…

ହରିଦ୍ୱାରରେ ଏପରି ଏକ ଆଶ୍ରମ ରହିଛି। ଏହାର ଯଜ୍ଞଶାଳାରେ ଦୀର୍ଘ ୬୬ ବର୍ଷ ଧରି ଅଖଣ୍ଡ ଅଗ୍ନି ପ୍ରଜ୍ୱଳିତ ହୋଇରହିଛି । ୧୯୫୩ରେ ଏହାର ସ୍ଥାପନା...

ନୃତ୍ୟ ଦେଇଛି ପରିଚୟ

ପିଲାଟି ଦିନରୁ ତାଙ୍କର ନୃତ୍ୟ କ୍ଷେତ୍ରରେ ବେଶ୍‌ ରୁଚି। ଯେଉଁଥିପାଇଁ ସେ ନିଜ ଜିଲା ସମେତ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରି...

ଏହି ଅଣ୍ଡର ଓ୍ବାଟର ସୁଡ଼ଙ୍ଗ ସାହାଯ୍ୟରେ ଚାଇନାକୁ ପାନେ ଦେବ ଭାରତ

ନୂଆଦିଲ୍ଲୀ,୨୭ା୭: ବ୍ରହ୍ମପୁତ୍ର ନଦୀରେ ଆସୁଥିବା ବନ୍ୟା ଚାଇନାର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଆମର ସମସ୍ତ ପ୍ରସ୍ତୁତିକୁ ପଛରେ ପକାଇଥାଏ। ଏଥିପାଇଁ ଅରୁଣାଚଳ...

Advertisement
Archives

Model This Week