Posted inଖେଳ

ଗାଭାସ୍କରଙ୍କ ଶତକକୁ ଅପେକ୍ଷା କରି ଏହି କ୍ରିକେଟରଙ୍କ ପ୍ୟାଣ୍ଟ୍‌ ହୋଇଥିଲା ଓଦା, ଜାଣନ୍ତୁ କାହିଁକି

ପୂର୍ବତନ ଭାରତୀୟ କ୍ରିକେଟର ସନ୍ଦୀପ ପାଟିଲ ଆଜି ୬୪ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୨ରେ, ଫୈସଲାବାଦରେ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ ସମୟରେ ଏକ ଅଜବ ଘଟଣା ଘଟିଥିଲା। ଯାହା ଶୁଣିଲେ କ୍ରିକେଟ ପ୍ରଶଂସକମାନେ ନିଜ ହସକୁ ରୋକିପାରିବେ ନାହିଁ। ଏହି ମ୍ୟାଚରେ ଭାରତର ବ୍ୟାଟିଂ ସମୟରେ ସୁନୀଲ ଗାଭାସ୍କର ୯୦ ରନ ସ୍କୋର କରି କ୍ରିଜ୍‌ରେ ଥିଲେ। ସେ ଶତକ ହାସଲ କରିବା ଠାରୁ ମାତ୍ର ୧୦ ରନ ଦୂରରେ ଥିଲେ। ଏହି ସମୟରେ ସନ୍ଦୀପ ପାଟିଲ ବାଥ୍‌ରୁମ୍‌ ଯିବାକୁ ନିଜ ସିଟ୍‌ରୁ ଉଠିଥିଲେ। ଟିମ ମ୍ୟାନେଜର ଫତେହ ସିଂ ଗାୟକୱାଡ ତାଙ୍କୁ ବାଥରୁମ ଯିବାକୁ ଦେଇ ନ ଥିଲେ। କାରଣ ଗାଭାସ୍କର ଏକ ଶତକର ପାଖାପାଖି ଥିଲେ। ସେହି ସମୟରେ ଦଳରେ ଏକ ଧାରା ଥିଲା ଯେ ଯେତେବେଳେ କୌଣସି ବ୍ୟାଟ୍ସମ୍ୟାନ ଏକ ଶତର ନିକଟତର ହେବେ, ସେତେବେଳେ ଦଳର କୌଣସି ଖେଳାଳି ସେହି ସମୟରେ ଡ୍ରେସିଂ ରୁମ ଛାଡିବେ ନାହିଁ। ସନ୍ଦୀପ ପାଟିଲ ଟିମ ମ୍ୟାନେଜରଙ୍କ କଥାକୁ ଗ୍ରହଣ କରି ଫେରିଗଲେ। କିନ୍ତୁ ସେତେବେଳେ ତାଙ୍କର କୌଣସି ଧାରଣା ନ ଥିଲା ଯେ ଗାଭାସ୍କର ୧୦ ରନ ସ୍କୋର କରିବାକୁ ୧ ଘଣ୍ଟା ସମୟ ନେବେ। ସନ୍ଦୀପ ଗାଭାସ୍କରଙ୍କ ଶତକକୁ ଦେଖିବାକୁ ଅପେକ୍ଷା କରିଥିଲେ। ଗାଭାସ୍କର ୯୭ ରନ ପାଇଁ ବ୍ୟାଟିଂ କରୁଥିଲେ, ପରବର୍ତ୍ତୀ ୩ ରନ ସ୍କୋର କରିବାକୁ ତାଙ୍କୁ ସମ୍ପୂର୍ଣ୍ଣ ୨୫ ମିନିଟ ସମୟ ଲାଗିଥିଲା। ଗାଭାସ୍କର ନିଜର ଶତକ ପୂରଣ କରିବା ବେଳକୁ ସନ୍ଦୀପ ପାଟିଲଙ୍କ ପ୍ୟାଣ୍ଟ ଓଦା ହୋଇଯାଇଥିଲା। ଏକ ସାକ୍ଷାତକାରରେ ସନ୍ଦୀପ ପାଟିଲ ନିଜେ ମଧ୍ୟ ଏହି ବିଷୟରେ ଉଲ୍ଲେଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଡେନରେ କିମ୍ବଦନ୍ତୀ କ୍ରିକେଟରଙ୍କ ସ୍ମୃତି ଚାରଣ

କୋଲକାତା,୨୩।୧୧(ପି.ଟି.)- ଭାରତୀୟ କିମ୍ବଦନ୍ତୀ କ୍ରିକେଟରମାନେ ପିଙ୍କ ବଲ୍‌ ଟେଷ୍ଟ ଆରମ୍ଭ ଅବସରରେ ପୂର୍ବରୁ ଗୌରବମୟ ସ୍ମୃତି ଚାରଣ କରିଥିଲେ। ଶ୍ରୁକ୍ରବାର ସଚିନ ତେନ୍ଦୁଲକର ଓ ଅନିଲ...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍‌ ଡ୍ର’ ରହିଲେ କେଉଁ ଦଳ ହେବ ଚାମ୍ପିୟନ୍‌

ନୂଆଦିଲ୍ଲୀ,୨୦।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୮ରୁ ୨୨ ଜୁନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ଅନୁଷ୍ଠିତ ହେବ।...

ଆଇପିଏଲ ପୂର୍ବରୁ ହେବ ଅଲଷ୍ଟାର ମ୍ୟାଚ୍‌

ନୂଆଦିଲ୍ଲୀ,୨୮।୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷ ଆଇପିଏଲ ପୂର୍ବରୁ ଏକ ଅଲଷ୍ଟାର ମ୍ୟାଚ୍‌ ଆୟୋଜନ କରିବ। ଏଥିରୁ ଆୟ ହୋଇଥିବା ଅର୍ଥ ଚ୍ୟାରିଟି...

ୟୁଏସ୍‌ ଓପନ୍‌: ଜୋକୋଭିଚ୍‌, ଓସାକଙ୍କୁ ଟପ୍‌ ସିଡ୍‌

ନ୍ୟୁୟର୍କ, ୨୨।୮ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏହି...

’ଧୋନୀଙ୍କୁ ୭ନଂରେ ଛାଡ଼ିବା ନିଷ୍ପତ୍ତି ଏକା ମୋର ନ ଥିଲା‘

ମୁମ୍ବାଇ,୨।୮- ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ମହେନ୍ଦ୍ର ସିଂ ଧୋନୀଙ୍କୁ ୭ ନଂରେ ବ୍ୟାଟିଂ ପାଇଁ ଛାଡ଼ିବା ନେଇ ଚାଲିଥିବା ଚର୍ଚ୍ଚା ଏପର୍ଯ୍ୟନ୍ତ ଥମି ନାହିଁ।...

ଦର୍ଶକଙ୍କୁ ଖୁସି ଖବର ଦେଲା ଆଇସିସି: ୮ ବର୍ଷ ଭିତରେ ହେବ ୧୦ଟି ବିଶ୍ୱକପ୍‌!

ଦୁବାଇ,୨।୬: ଆଇସିସି କ୍ରିକେଟ ପରିଷଦ (ଆଇସିସି) ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଆଇସିସି ଆସନ୍ତା ୮ ବର୍ଷ ପାଇଁ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ (ଏଫଟିପି)...

ଇଷ୍ଟ ଜୋନ୍‌ ସ୍ନୁକର: ସୁବ୍ରତ- ଶାହାବାଜ ଫାଇନାଲ

ଭୁବନେଶ୍ୱର,୧୪।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍‌କନ ଚିଲିକା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ଶୁକ୍ରବାର ନବମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର ଫାଇନାଲ...

କାର୍ଲୋଭିକ୍‌ ବୟୋଜ୍ୟେଷ୍ଠ ଖେଳାଳି

ପ୍ୟାରିସ,୨୯ା୫- କ୍ରୋଏସିଆର ଇଭୋ କାର୍ଲୋଭିକ୍‌ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ବିଜୟ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା...

Ten Cric Info
Advertisement


Archives

Model This Week

Why Dharitri