ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର କରିଛନ୍ତି। ହେଲେ ବାଲିସୈରାତଗୁଡିକୁ ତଦାରଖ କରିବା ପାଇଁ ଖଣି ବିଭାଗ କର୍ମଚାରୀମାନଙ୍କ ସେତେଟା ତତ୍ପରତା ପ୍ରକାଶ ପାଉନାହିଁ। ଫଳରେ ନିଲାମଧାରୀମାନେ ମନଇଚ୍ଛା ରାଜ କରି ଚାଲିଛନ୍ତି। ସୈରାତଗୁଡ଼ିକର ତଦାରଖ ପାଇଁ ଖଣିବିଭାଗର ଯେଉଁ କେତେକ କର୍ମଚାରୀ ରହିଛନ୍ତି, ସେମାନଙ୍କ ସହ ଭିତିରି ବୁଝାମଣା କରି ନିଲାମଧାରୀମାନେ ମାଲାମାଲ ହେଉଥିବା କୁହାଯାଉଛି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଛି। କେତେଜଣ ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ଏବେ ରଘୁନାଥପୁର, ବିରିଡି ଓ କିଶୋରନଗର ତହସିଲ ଅଞ୍ଚଳରେ ଥିବା ବାଲି ସୈରାତଗୁଡିକ ପରିଚାଳିତ ହେଉଥିବାବେଳେ ଅନେକ ସ୍ଥାନରେ ଚୋରା ବାଲିଘାଟ ଚାଲିଥିବା ଅଭିଯୋଗ ହେଉଛି। ନିଲାମଧାରୀମାନେ ସରକାରଙ୍କ ସହ ବାଲିଉଠାଣ ପାଇଁ କରିଥିବା ଚୁକ୍ତି ପରିମାଣଠାରୁ ବହୁ ଅଧିକ ଗୁଣାରେ ବାଲି ନଦୀ ଗର୍ଭରୁ ମେଶିନ ସାହାଯ୍ୟରେ ଉଠାଇ ନେଉଥିବାରୁ ନଦୀବନ୍ଧ ପ୍ରତି ବିପଦ ସଷ୍ଟି ହୋଇଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ କିଶୋରନଗର ତହସିଲ ଅଧୀନ ପିଁପୁର ବାଲିଘାଟରେ ଦେଖିବାକୁ ମିଳିଛି।
ନିଲାମଧାରୀମାନେ ଗତ ୨ ବର୍ଷ ତଳେ ଉକ୍ତ ବାଲିଘାଟରୁ ଧାର୍ଯ୍ୟ ପରିମାଣଠାରୁ ପ୍ରଚୁର ବାଲି ଉଠାଣ କରିବା ଫଳରେ ବିସ୍ତୃତ ପଠା ନଦୀଗର୍ଭରେ ଲୀନ ହୋଇ ବନ୍ୟା ପାଣି ବନ୍ଧମୁହାଁ ହୋଇଥିଲା। ଏଥିଯୋଗୁ ମହାନଦୀ ଉତ୍ତରପାର୍ଶ୍ୱ ନଦୀବନ୍ଧର ପ୍ରାୟ ୩୦୦ ମିଟରରୁ ଅଧିକ ମାଟି ଅତଡ଼ା ଖାଇ ଲୋକଙ୍କ ଜୀବନଜୀବିକା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଥିଲା। ଏନେଇ ସେତେବେଳେ ଜଳସେଚନ ବିଭାଗ ଚିନ୍ତାରେ ପଡ଼ିଯାଇଥିଲା। ଉକ୍ତ ବନ୍ଧର ସୁରକ୍ଷା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚକରି ଯୁଦ୍ଧକାଳୀନ ଭିତ୍ତିରେ ପଥର ପ୍ୟାକିଂ କରିବା ସହ ସ୍ପର ନିର୍ମାଣ କରିଥିଲେ। ସରକାର ଏହି ଘାଟରୁ ଯେତିକି ରାଜସ୍ବ ନେଇଥିଲେ ତାହାର କେଇ ଗୁଣା ରାସ୍ତାଘାଟ ଓ ବନ୍ଧ ମରାମତିରେ ଖର୍ଚ୍ଚ କରିସାରିଛନ୍ତି। ଅନ୍ୟପକ୍ଷରେ ବାଲିବୋଝେଇ ଗାଡ଼ିଗୁଡିକ ଦିନବେଳା ଯାତାୟାତ କରିବା ଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅନେକ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଛି। ଲୋକମାନଙ୍କ ସୁବିଧା ଦୃଷ୍ଟିରୁ ଏହି ବାଲି ଗାଡିଗୁଡ଼ିକ ଦିନବେଳା ଚାଲିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗାଡ଼ିଗୁଡିକ କେବଳ ରାତିରେ ଚାଲିବା ସହ ପ୍ରତ୍ୟେକ ଗାଡ଼ିରେ ପାଲଢଙ୍କା ହେବାର ନିୟମ ରହିଛି। ଏହି ନିୟମକୁ ବାଲି ମାଫିଆମାନେ ଫୁ କରିଦେଇଛନ୍ତି। ସ୍ପଷ୍ଟ ଦିବାଲୋକରେ ଶତାଧିକ ବାଲି ଟ୍ରକ ବିନା ପାଲ ବନ୍ଧାରେ ନିର୍ଦ୍ୱନ୍ଦ୍ୱରେ ଯାତୟାତ କରୁଥିଲେ ମଧ୍ୟ ଖଣିବିଭାଗ କିମ୍ବା ପୋଲିସ ପକ୍ଷରୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ଅନେକ ସମୟରେ ଦୁର୍ଘଟଣାରେ ଧନଜୀବନ ହାନି ଘଟୁଛି। ବାଲି ଟ୍ରକ ଆଗପଛରେ ଅସାମାଜିକ ବ୍ୟକ୍ତିମାନେ ମାରଣାସ୍ତ୍ର ଧରି ବୁଲୁଥିବାରୁ ଭୟରେ ସାଧାରଣ ଲୋକେ ପାଟି ଖୋଲିବାକୁ ସାହସ କରୁନାହାନ୍ତି। ରଘୁନାଥପୁର ସରପଞ୍ଚଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ପଣ୍ଡା କୁହନ୍ତି, ମହାନଦୀଠାରୁ ମାତ୍ର ଅଳ୍ପ ଦୂରତାରେ ରଘୁନାଥପୁର ତହସିଲର ଅନେକ ବାଲି ସୈରାତରୁ ଧାର୍ଯ୍ୟ ପରିମାଣଠାରୁ ଅଧିକ ଉଠାଣ କରାଯାଇ ବଜାର ଉଚ୍ଚ ଦରରେ ବିକ୍ରି କରାଯାଉଛି।
ଏ ସମ୍ପର୍କରେ ତିର୍ତ୍ତୋଲ ଏସ୍‌ଡିପିଓ ଚିନ୍ମୟ ରାଉତ କହିଛନ୍ତି, ବାଲି ଚୋରା ଚାଲାଣ ସମ୍ପର୍କରେ ଆମ ପାଖରେ କୌଣସି ଖବର ନାହିଁ। ଅଭିଯୋଗ ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

ପେଟ୍ରୋଲିୟମ ମନ୍ତ୍ରାଳୟର ବଡ଼ ସୂଚନା, ୩୧ ଅଗଷ୍ଟ ପରେ ମିଳିବନି ଗ୍ୟାସ ସିଲିଣ୍ଡର? ଶୀଘ୍ର ସାରନ୍ତୁ ଏହି କାମ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣଙ୍କ ଘରେ ମଧ୍ୟ ରୋଷେଇ ଗ୍ୟାସ ସିଲିଣ୍ଡର ବ୍ୟବହୃତ ହେଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ତେଲ କମ୍ପାନୀ ଏବଂ…

Zamatoରୁ ଅର୍ଡର କରୁଥିଲେ ସାବଧାନ! ଦିନ ଦ୍ୱିପ୍ରହରରେ ଲୁଟୁଛି କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଆଜିକାଲି ଲୋକମାନେ ଅନଲାଇନରେ ଖାଦ୍ୟ ଅର୍ଡର କରିବାର ଅଭ୍ୟାସ ବିକଶିତ କରିଛନ୍ତି। ଏହାର ସୁଯୋଗ ନେଇ, ଖାଦ୍ୟ ବିତରଣ ସେବାଗୁଡ଼ିକ ପ୍ରାୟତଃ ଅତ୍ୟଧିକ ପରିମାଣରେ ଚାର୍ଜ…

କ’ଣ ୨୭ ଅଗଷ୍ଟରେ ବନ୍ଦ ରହିବ ସ୍କୁଲ? ଛୁଟିକୁ ନେଇ ଆସିଲା ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ସ୍ଥାନରେ ଇଦ୍-ମିଲାଦ୍-ଉନ୍-ନବୀ ଅବସରରେ ବିଦ୍ୟାଳୟଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିଲା। ଏହା ବ୍ୟତୀତ ପ୍ରବଳ ବର୍ଷା ଆଲର୍ଟ ଆଦି କାରଣରୁ ସ୍ଥାନୀୟ ପ୍ରଶାସନ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri