Posted inଜାତୀୟ

ଦେଶ ବିରୋଧି ସଂଗଠନ ପାଇଁ ଲାଗୁ ହେଉ କଟକଣା,ଡୋଭାଲଙ୍କ ଉପସ୍ଥିତିରେ ସଂକଳ୍ପ…

ନୂଆଦିଲ୍ଲୀ, ୩୦।୭ : ଦେଶ ବିରୋଧି ସଂଗଠନଙ୍କ ପାଇଁ କଟକଣା ଲାଗୁହେଉ। ଏନେଇ ଏକ ସର୍ବଧର୍ମ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ସଂକଳ୍ପ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶ ଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଯୋଗଦେଇଥିଲେ। ପିଏଫ୍‌ଆଇ ପରି ସଂଗଠନ ଏବଂ ଅନ୍ୟାନ୍ୟ ଫ୍ରଣ୍ଟ ଯାହା ଜାତୀୟ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛି ଏବଂ ଆମ ନାଗରିକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି। ଦେଶର ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବା ଉଚିତ ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି।

ଦିଲ୍ଲୀର ଇଣ୍ଟର ଫେଥ ଡାଏଲଗରେ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିବା ରିଜୋଲ୍ୟୁଶନରେ ଉଲ୍ଲେଖ କରାଯାଇଛି ଯେ, ଆମେ ଦୃଢ଼ ଭାବରେ ସୁପାରିଶ କରୁଛୁ ଯେ ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ସମ୍ପ୍ରଦାୟ ମଧ୍ୟରେ ଘୃଣାଭାବ ବିସ୍ତାର କରିବାର ପ୍ରମାଣ ମିଳେ, ତା’ହେଲେ ପ୍ରଚଳିତ ଆଇନ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ଆଲୋଚନା କିମ୍ବା ବିତର୍କରେ ଯେ କୌଣସି ଦେବୀ, ଦେବତା କିମ୍ବା ମହାପୁରୁଷଙ୍କୁ ଟାର୍ଗେଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ କରାଯିବା ଜରୁରୀ। ଏହି ଅବସରରେ ଡୋଭାଲ ସେ କହିଛନ୍ତି ଯେ ବିଶ୍ୱରେ ବିବାଦର ପରିବେଶ ସୃଷ୍ଟି ହେଉଛି। ଯଦି ଆମକୁ ସେହି ପରିବେଶର ସାମ୍ନା କରିବାକୁ ପଡିବ, ତେବେ ଦେଶର ଏକତା ବଜାୟ ରଖିବା ଏବଂ ଏକ ଶକ୍ତିଶାଳୀ ଦେଶ ପରି ଆଗକୁ ବଢ଼ିବା ଆବଶ୍ୟକ। ଗତ କିଛି ବର୍ଷ ଧରି ଦେଶ ଯେଉଁ ଅଗ୍ରଗତି କରିଛି ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଲାଭଦାୟକ ହେବ। ଧର୍ମ କିମ୍ବା ଆଦର୍ଶ ନାମରେ ଲୋକଙ୍କ ମଧ୍ୟରେ ହିଂସା କିମ୍ବା ଦ୍ୱନ୍ଦ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କିଛି ଲୋକଙ୍କ କାର୍ଯ୍ୟ ସମଗ୍ର ଦେଶକୁ ପ୍ରଭାବିତ କରିଥାଏ। ଏହା ଦେଶ ଭିତରେ ଏବଂ ଦେଶ ବାହାରେ ମଧ୍ୟ ପ୍ରଭାବ ସୃଷ୍ଟି କରିଥାଏ।

ଡୋଭାଲ କହିଛନ୍ତି ଯେ ମୂକ ଦର୍ଶକ ପରି ରହିବା ପରିବର୍ତ୍ତେ ଆମକୁ ସ୍ବର ଉତ୍ତୋଳନ କରିବାରର ଆବଶ୍ୟକତା ରହିଛି। ଏହା ସହିତ ତୃଣମୂଳ ସ୍ତରରୁ ଆମ ମଧ୍ୟରେ ଥିବା ମତଭେଦ ଏବଂ ପାର୍ଥକ୍ୟକୁ ମଧ୍ୟ ଶେଷ କରିବାକୁ ପଡିବ। ଆମକୁ ଭାରତର ପ୍ରତ୍ୟେକ ସମ୍ପ୍ରଦାୟକୁ ଅନୁଭବ କରାଇବାକୁ ପଡିବ ଯେ ଆମେ ଏକ ଦେଶ। ଆମେ ଏହା ପାଇଁ ଗର୍ବିତ ଏବଂ ପ୍ରତ୍ୟେକ ଧର୍ମ ଏଠାରେ ସ୍ବାଧୀନତା ପାଇ ପାରିବେ। ଏହି କାର୍ଯ୍ୟକ୍ରମରେ ହଜରତ ସୟଦ ନାସରୁଦ୍ଦିନ ଚିସ୍ତି ମଧ୍ୟ ଉପସ୍ଥିତ ଥିଲେ। ସେ ଡୋଭାଲଙ୍କ ଉପସ୍ଥିତିରେ କହିଛନ୍ତି ଯେ ଯେତେବେଳେ କୌଣସି ଘଟଣା ଘଟେ, ଆମେ ଏହାକୁ ନିନ୍ଦା କରୁ। କିଛି କରିବାର ସମୟ ଆସିଛି। ଦେଶ ବିରୋଧି କାର୍ଯ୍ୟରେ ଲିପ୍ତଥିବା ସଂଗଠନ ଗୁଡ଼ିକୁ ଉପଯୁକ୍ତ ପ୍ରମାଣ ଆଧାରରେ ନିଷିଦ୍ଧ ଘୋଷଣା କରାଯିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମହାରାଷ୍ଟ୍ର,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

ଡଙ୍ଗା ଓଲଟି ଚାଲିଗଲା ୧୦୦ରୁ ଅଧିକ ଜୀବନ, ୧୧୬ ନିଖୋଜ

ଜିବୁତି ସିଟି,୧୧।୧୦: ପୂର୍ବ ଆଫ୍ରିକାର ଜିବୁତି ଉପକୂଳରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା ଘଟିଛି । ପ୍ରାୟ ୩୦୫ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?