Posted inଜାତୀୟ

ଭୋଟ ବ୍ୟାଙ୍କ ପାଇଁ ବିରୋଧୀ କରୁଛନ୍ତି ସନାତନ ରାଜନୀତି: ଭାଜପା…

ନୂଆଦିଲ୍ଲୀ,୧୨।୯ : ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଅଭିଯୋଗ କରିଛି ଭୋଟ ବ୍ୟାଙ୍କ ରାଜନୀତି ପାଇଁ ସନାତନ ଧର୍ମ ଉପରେ ହୋଇଥିବା ଆକ୍ରମଣ ହେଉଛି ବିରୋଧୀ ଦଳ ’ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ’ (ଇଣ୍ଡିଆ) ର ଲୁକ୍କାୟିତ ଏଜେଣ୍ଡା। ଏହି ପ୍ରାଚୀନ ଧର୍ମ ସମ୍ପର୍କରେ ଦ୍ରାବିଡା ମୁନ୍ନେଟ୍ରା କାଜାଗାମ (ଡିଏମକେ) ନେତାଙ୍କ କ୍ରମାଗତ ସମାଲୋଚନା ମଧ୍ୟରେ ଦଳ ବିରୋଧୀ ଦଳର ନେତାଙ୍କ ନୀରବତା ଉପରେ ପ୍ରଶ୍ନ କରିଛି।

ଏହି ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରି ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କଂଗ୍ରେସ ନେତୃତ୍ୱ ଉଦ୍ଦେଶ୍ୟରେ କହିଛନ୍ତି ଯଦି ସୋନିଆ ଗାନ୍ଧୀ ଏହି ପ୍ରସଙ୍ଗରେ ନୀରବ ରୁହନ୍ତି ତେବେ ଏହା ସ୍ପଷ୍ଟ ହୋଇଯିବ ସନାତନ ଧର୍ମକୁ ବିରୋଧ କରିବା ଇଣ୍ଡିଆ ମେଣ୍ଟର ସାଧାରଣ ସର୍ବନିମ୍ନ ରାଜନେତିକ କାର୍ଯ୍ୟକ୍ରମର ଏକ ଅଂଶ ।

ସେହିପରି ଜଣେ ଡିଏମକେ ନେତାଙ୍କ ମନ୍ତବ୍ୟ ମଧ୍ୟ ସାମ୍ନାକୁ ଆସିଛି। ସେ ବହୁତ ଆଶ୍ଚର୍ଯ୍ୟଜନକ ଭାବେ ଆସିଛନ୍ତି। ଇଂଲିଶରେ ଏକ ପ୍ରବାଦ ଅଛି ‘ଦ କ୍ୟାଟ ଇଜ ଆଉଟ ଅଫ ଦି ବ୍ୟାଗ’, ଅର୍ଥାତ ଯାହା ଚିନ୍ତା କରାଯାଉଥିଲା ତାହା ବାହାରକୁ ଆସିଛି। ତାଙ୍କର ଚିନ୍ତାଧାରା ସମସ୍ତଙ୍କ ସାମ୍ନାକୁ ଆସିଛି। ଏଥିରୁ ସ୍ପଷ୍ଟ ସନାତନ ଧର୍ମକୁ ବିରୋଧ ଏବଂ ଧ୍ୱଂସ କରିବା ପାଇଁ ଇଣ୍ଡିଆ ମିଳିତ ମେଣ୍ଟ ଗଠନ କରାଯାଇଛି।

କେ. ପେ।ନମୁଡି ‘ସନାତନ ଧର୍ମ’ ବିରୋଧରେ ମନ୍ତବ୍ୟ ଦେଇଥିଲେ ଯେଉଁ କାର୍ଯ୍ୟକ୍ରମରେ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସହିତ ତୁଳନା କରଥିଲେ। ପରେ ଡିଏମକେ ଏମପି ଏ ରାଜା ଏହାକୁ ଏଡସ ଅପେକ୍ଷା ଅଧିକ ସଂକ୍ରାମକ ବୋଲି ବର୍ଣ୍ଣନା କରିଥିଲେ।

ଆମେ କଂଗ୍ରେସ ଏବଂ ଏହି ସହଯୋଗୀ ଦଳଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛୁ। ସେଠାରେ ଥିବା ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ତାଙ୍କ ପୁଅଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେଇଛନ୍ତି କି? ମୁଁ ସେମାନଙ୍କୁ ପଚାରିବାକୁ ଚାହେଁ କି ଅନ୍ୟ ଧର୍ମର ଦେବତାମାନଙ୍କୁ ସମାଲୋଚନା କରିବାର ଅଧିକାର ସେମାନଙ୍କର ଅଛି କି? ସେମାନଙ୍କର ସାହସ ଅଛି କି? ସେମାନେ ଏହା କରିପାରିବେ କି? ଆମେ ସମସ୍ତ ବିଶ୍ୱାସକୁ ସମ୍ମାନ କରୁ ଏବଂ ସେମାନେ ଭୋଟ ନାମରେ ନୀରବ ରୁହନ୍ତି। ଏହି ଲୋକମାନେ ଅନ୍ୟ ଧର୍ମ ଉପରେ ନୀରବ ରୁହନ୍ତି, କିନ୍ତୁ ଖୋଲାଖୋଲି ଭାବରେ ସନାତନକୁ ବିରୋଧ କରନ୍ତି । ଭାଜପା ‘ଇଣ୍ଡିଆ’କୁ ଏକ ସ୍ପଷ୍ଟ ପ୍ରସ୍ତାବ ଆଣିବାକୁ ଅନୁରୋଧ କରିବ, ମେଣ୍ଟ ଡିଏମକେ ସମାଲୋଚନାରୁ ନିଜକୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରୁ ଏବଂ ଏହା ସେମାନଙ୍କର ଏଜେଣ୍ଡା ନୁହେଁ  କହୁ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

SBI ବ୍ୟାଙ୍କ ଲକରରୁ ୫୦ ଲକ୍ଷର ଗହଣା ଗାଏବ, ୨୦୦୩ରୁ କଟୁଥିଲା ଭଡ଼ା

ଲକ୍ଷ୍ନୌ,୧୧।୮: ବ୍ୟାଙ୍କରେ ନିଜର କଷ୍ଟଅର୍ଜିତ ସଞ୍ଚୟ ଏବଂ ଅଳଙ୍କାର ସୁରକ୍ଷିତ ରଖୁଥିବା ଲୋକଙ୍କ ପାଇଁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନପୁର ସ୍ୱରୂପ…

ତ୍ରିରଙ୍ଗା ଧରିଲେ ମୋଦି: ପାଦରେ ଚାଲି ଚାଲି ସଂସଦ ଅଭିମୁଖେ ଯାତ୍ରା

ନୂଆଦିଲ୍ଲୀ,୧୧।୮: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏନଡିଏ ଏମ୍‌ପିଙ୍କ ସମାବେଶରେ ଭାଷଣ ଦେବା ପୂର୍ବରୁ ଆଜି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ‘ବନ୍ଦେ ମାତରମ’ ଧ୍ୱନି…

CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା: ୧୫ ଅଗଷ୍ଟରେ ହେବ… ଶୁଣିକି ସରକାର ଛାନିଆ

ନୂଆଦିଲ୍ଲୀ, ୧୧।୮: କକ୍ରୋଚ ଜନତା ପାର୍ଟି (ସିଜେପି.) NEET ପେପର୍‌ ଲିକ୍‌ ବିରୋଧୀ ଆନ୍ଦୋଳନର ସଫଳତାରୁ ପ୍ରେରଣା ପାଇ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି।…

ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଭାଜପାର ବଡ଼ ଘୋଷଣା: ଆଜି ବନ୍ଦ ରହିବ…

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡ ଆଜି ବନ୍ଦ ରହିବ, କାରଣ ଭାଜପା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ ଅଶ୍ରୁଗ୍ୟାସ ଆକ୍ରମଣ କରାଯିବା ପ୍ରତିବାଦରେ ବନ୍ଦ ଆହୱାନ କରିଛି। ଏହି…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ

ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…

Ethanol Blended Diesel : ଇଥାନଲ ମିଶ୍ରିତ ଡିଜେଲ ସେପ୍ଟି ଟେଷ୍ଟରେ ଫେଲ; ସରକାର କହିଲେ…

ନୂଆଦିଲ୍ଲୀ,୧୧।୮: ପେଟ୍ରୋଲ ଭଳି ବ୍ୟବହାର କରିବାକୁ ଡିଜେଲରେ ଇଥାନଲ ମିଶ୍ରଣ କରିବାର ସରକାରଙ୍କ ଯୋଜନା ବିଫଳ ହୋଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ…

ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୁଷ୍ଟ: ସମସ୍ୟା ସମାଧାନ ନ କଲେ…

ମହାକାଳପଡ଼ା, ୧୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଗତ ୨ତାରିଖରୁ ଆରମ୍ଭ ହୋଇଛି। ହେଲେ ଚଳିତ ବର୍ଷ ଯେଉଁମାନଙ୍କ ନାମରେ ଆର୍‌ଓଆର୍‌ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri