ବ୍ରିଟିଶ୍‌ ଗଣମାଧ୍ୟମର ଅଭିଯୋଗ, ଜି-୨୦ରେ ସୁନକଙ୍କୁ ଅଣଦେଖା କଲା ଭାରତ

ଇଂଲଣ୍ଡ,୧୨।୯: ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବଦେଶକୁ ଫେରିଛନ୍ତି। ତେବେ ଜି-୨୦ସମ୍ମିଳନୀରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି ବ୍ରିଟିଶ୍‌ ଗଣମାଧ୍ୟମ ଭାରତକୁ ଟାର୍ଗେଟ କରିଛି। ସୁନକଙ୍କୁ ମୋଦି ସରକାର ଅଣଦେଖା କରିଥିବା ଅଭିଯୋଗ କରିଛି ବ୍ରିଟିଶ୍‌ ଗଣମାଧ୍ୟମ।

ଖବରକାଗଜ ଦି ଗାର୍ଡିଆନରେ ଏନେଇ ଏକ ଆଲେଖ୍ୟ ପ୍ରକାଶ ପାଇଛି। ଦି ଗାର୍ଡିଆନ ଅନୁଯାୟୀ, ଭାରତ ସହ ଦ୍ୱି-ପାକ୍ଷିକ ଆଲୋଚନା ପାଇଁ ସୁନକ ଯେପରି ଆଶା କରିଥିଲେ ସେପରି ବୈଠକ ହୋଇପାରି ନ ଥିଲା। କିନ୍ତୁ ଋଷି ସୁନକ ମୋଦିଙ୍କ ସହ ତାଙ୍କ ବୈଠକକୁ ସଫଳ ହୋଇଛି ବୋଲି କହିଥିଲେ। ଗାର୍ଡିଆନ କହିଛି ଯେ, ସୁନକଙ୍କ ସହ ହୋଇଥିବା ଦ୍ୱିପାକ୍ଷିକ ବୈଠକକୁ ଏତେଟା ଗୁରୁତ୍ୱ ଦିଆଯାଇ ନ ଥିଲା ଯେତିକି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗୁରୁତ୍ୱ ଦିଆଯାଇଥିଲା।

ବ୍ରିଟିଶ ଗଣମାଧ୍ୟମ ଅନୁଯାୟୀ ଭାରତ ଏବଂ ବ୍ରିଟେନ ହେଉଛି ଯଥାକ୍ରମେ ବିଶ୍ୱର ପଞ୍ଚମ ତଥା ଷଷ୍ଠ ବୃହତ୍ତମ ଅର୍ଥନୀତି। ଦୁଇ ଦେଶର ନେତାମାନେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ସେପ୍ଟେମ୍ବର ୮ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ ବାସଭବନରେ ସାକ୍ଷାତ କରିବାର ଯୋଜନା ଥିଲା କିନ୍ତୁ ସେହିଦିନ ରାଷ୍ଟ୍ରପତି ବାଇଡେନଙ୍କ ସହ ମୋଦିଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ସୁନକଙ୍କ ସହ ବୈଠକକୁ ବାତିଲ କରାଯାଇଥିଲା। ତେବେ ଜି-୨୦ ଅଧିବେଶନ ସମୟରେ ଦୁଇ ନେତା ପରସ୍ପରକୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଆଘାତ, ଯୌନ ନିର୍ଯାତନା… ରୁଷିଆ ଜେଲରେ ୟୁକ୍ରେନୀୟ କଏଦୀମାନଙ୍କୁ କିପରି ନିର୍ଯାତନା ଦିଆଯାଏ? ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୧୧।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିଛି। ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ ବିଫଳ ହୋଇଛି।…

SBI ବ୍ୟାଙ୍କ ଲକରରୁ ୫୦ ଲକ୍ଷର ଗହଣା ଗାଏବ, ୨୦୦୩ରୁ କଟୁଥିଲା ଭଡ଼ା

ଲକ୍ଷ୍ନୌ,୧୧।୮: ବ୍ୟାଙ୍କରେ ନିଜର କଷ୍ଟଅର୍ଜିତ ସଞ୍ଚୟ ଏବଂ ଅଳଙ୍କାର ସୁରକ୍ଷିତ ରଖୁଥିବା ଲୋକଙ୍କ ପାଇଁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନପୁର ସ୍ୱରୂପ…

ତ୍ରିରଙ୍ଗା ଧରିଲେ ମୋଦି: ପାଦରେ ଚାଲି ଚାଲି ସଂସଦ ଅଭିମୁଖେ ଯାତ୍ରା

ନୂଆଦିଲ୍ଲୀ,୧୧।୮: ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏନଡିଏ ଏମ୍‌ପିଙ୍କ ସମାବେଶରେ ଭାଷଣ ଦେବା ପୂର୍ବରୁ ଆଜି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ‘ବନ୍ଦେ ମାତରମ’ ଧ୍ୱନି…

CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା: ୧୫ ଅଗଷ୍ଟରେ ହେବ… ଶୁଣିକି ସରକାର ଛାନିଆ

ନୂଆଦିଲ୍ଲୀ, ୧୧।୮: କକ୍ରୋଚ ଜନତା ପାର୍ଟି (ସିଜେପି.) NEET ପେପର୍‌ ଲିକ୍‌ ବିରୋଧୀ ଆନ୍ଦୋଳନର ସଫଳତାରୁ ପ୍ରେରଣା ପାଇ ଏକ ନୂତନ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି।…

ଛାତ୍ରଙ୍କ ଉପରେ ଲାଠିଚାର୍ଜ ପ୍ରତିବାଦରେ ଭାଜପାର ବଡ଼ ଘୋଷଣା: ଆଜି ବନ୍ଦ ରହିବ…

ନୂଆଦିଲ୍ଲୀ, ୧୧।୮: ଝାଡ଼ଖଣ୍ଡ ଆଜି ବନ୍ଦ ରହିବ, କାରଣ ଭାଜପା ପ୍ରଦର୍ଶନକାରୀ ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ ଅଶ୍ରୁଗ୍ୟାସ ଆକ୍ରମଣ କରାଯିବା ପ୍ରତିବାଦରେ ବନ୍ଦ ଆହୱାନ କରିଛି। ଏହି…

ସ୍ବାଧୀନତା ଦିବସ ପାଇଁ ତଦାରଖ କଲେ ବିଡିଓ: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତା-ଚୟନକୁ ଗୁରୁତ୍ୱ

ଦାରିଙ୍ଗବାଡି,୧୧।୮(ଅରୁଣ ସହୁ):ଆସନ୍ତା ଶନିବାର ସ୍ବାଧୀନତା ଦିବସ ପାଳନ ହେବ। ଏଥିପାଇଁ ଚାରିଆଡେ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ…

ଗଞ୍ଜାମ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ଉଦଘାଟନ ଫଳକରେ ନାହିଁ ଏମପିଙ୍କ ନାମ, ତେଜିଲା ଅସନ୍ତୋଷ

ଗଞ୍ଜାମ,୧୧।(ବିଦ୍ୟାଧର ସାହୁ ): ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉଦଘାଟନ ହୋଇଥିବା ନୂତନ ସମ୍ମିଳନୀ କକ୍ଷର ଫଳକରେ ବ୍ରହ୍ମପୁର ଏମପିଙ୍କ ନାମ ନଥିବା ନେଇ ଚର୍ଚ୍ଚା ଜୋର…

Ethanol Blended Diesel : ଇଥାନଲ ମିଶ୍ରିତ ଡିଜେଲ ସେପ୍ଟି ଟେଷ୍ଟରେ ଫେଲ; ସରକାର କହିଲେ…

ନୂଆଦିଲ୍ଲୀ,୧୧।୮: ପେଟ୍ରୋଲ ଭଳି ବ୍ୟବହାର କରିବାକୁ ଡିଜେଲରେ ଇଥାନଲ ମିଶ୍ରଣ କରିବାର ସରକାରଙ୍କ ଯୋଜନା ବିଫଳ ହୋଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri