Posted inଜାତୀୟ

ରାଜନୀତିରେ ଏଣ୍ଟ୍ରି ମାରିବେ ସମୀର ୱାଙ୍ଖେଡ! ଏହି ଦଳରୁ ଲଢିବେ…

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ର ପ୍ରସିଦ୍ଧ ଆଇଆରଏସ ଅଧିକାରୀ ସମୀର ୱାଙ୍ଖେଡ ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି। କୁହାଯାଉଛି କି, ମହାରାଷ୍ଟ୍ର ବଇଦାନସଭା ନିର୍ବାଚନ ଥିବାରୁ ସମୀର ମଇଦାନକୁ ଓହ୍ଲାଇବେ। ସୂଚନାନୁସାରେ ସମୀର ଶିବସେନା ସିନ୍ଦେ ଦଳରେ ଯୋଗଦେବେ। ସେ ମୁମ୍ବାଇର ଧରାବୀ ବିଧାନସଭା ଆସନରୁ ନିର୍ବାଚନ ଲଢି ପାରନ୍ତି।

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସମୀରଙ୍କୁ ଆଇଆରଏସ ପଦରୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ଇସ୍ତଫା କେନ୍ଦ୍ର ସରକାର ଗୃହ ବିଭାଗ ଦ୍ୱାରା ଗ୍ରହଣ କରିବାକୁ ପଡ଼ିବ। ଏହା ପରେ ଯାଇ ସେ ରାଜନୀତିରେ ପ୍ରବେଶ କରିବେ।

୪୪ ବର୍ଷିୟ ସମୀର ଓ୍ବାଙ୍ଖେଡ ୨୦୦୮ ବ୍ୟାଚ IRS ଭାରତୀୟ ରାଜସ୍ବ ସେବା ଅଧିକାରୀ। ୨୦୨୧ ପର୍ଯ୍ୟନ୍ତ ସେ ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଜୋନାଲ ଡାଇରେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ଏନସିବିରେ ଯୋଗଦେବା ପୂର୍ବରୁ ସେ ଜାତୀୟ ଯାଞ୍ଚ ଏଜେନ୍ସି ଏବଂ ଏୟାର ଇଣ୍ଟେଲିଜେନ୍ସ ୟୁନିଟ ସହିତ କାର୍ଯ୍ୟ କରିଥିଲେ।
ସେ ତାଙ୍କ କ୍ୟାରିଅରରେ ଡ୍ରଗ ଏନଫୋର୍ସମେଣ୍ଟ ସହ ଜଡିତ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକରେ ବିଭିନ୍ନ ପଦବୀରେ ରହିଆସିଛନ୍ତି। ଡ୍ରଗ ଚୋରା ଚାଲାଣକାରୀ ଏବଂ ସେମାନଙ୍କ ନେଟୱାର୍କକୁ ଟାର୍ଗେଟ କରି ଆକ୍ରମଣ, ସିକ୍ରେଟ ମିଶନରେ ସମୀର ସକ୍ରିୟ ଭାବରେ ଜଡିତ ଅଛନ୍ତି। ତାଙ୍କର ୧୫ ବର୍ଷର କ୍ୟାରିଅର୍‌ରେ, ସେ ୧୭ହଜାର କିଲୋଗ୍ରାମ ନିଶା ଏବଂ ୧୬୫ କିଲୋଗ୍ରାମ ସୁନା ଜବତ କରିଛନ୍ତି।

ସେ ତଦନ୍ତ କରିଥିବା ଏପରି କିଛି ମାଲା ଅଛି ଯାହା ପର ମୂହୁର୍ତ୍ତରେ ହେଡ୍‌ଲାଇନରେ ରହିଥିଲା। ଅଣ୍ଡରୱାଲର୍‌ଡ ଡନ ଦାଉଦ ଗ୍ୟାଙ୍ଗର ଡ୍ରଗ୍ସ ନେଟଓ୍ବର୍କକୁ ଭାଙ୍ଗିବା, ଇସଲାମ ପ୍ରଚାରକ ଜାକିର ନାୟକ, କରଡେଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ସେ ଜେଲରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri