Posted inଭଦ୍ରକ

ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍‌ ପାଇବେ ସମୀର

ପଦ୍ମପୁର, ୧୬।୫ (ଡି.ଏନ.ଏ.)-ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ। ନିଜେ ଭଲ ପାଠ ପଢ଼ିବା ସହ ଅନ୍ୟ ପିଲାମାନଙ୍କୁ ପଢ଼ାଉଥିଲେ। ବିଜ୍ଞାନ ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା। ସେ ହେଲେ ବାସୁଦେବପୁର ବ୍ଲକ ଲୁଙ୍ଗା ଗ୍ରାମର ସତ୍ୟସୁନ୍ଦର ନାୟକଙ୍କ ପୁଅ ସମୀର। ମାଟ୍ରିକରେ ଲୁଙ୍ଗା ଉଚ୍ଚ ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଭଦ୍ରକ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ, ବିଜେବି କଲେଜରେ ଯୁକ୍ତ ୩ ବିଜ୍ଞାନ, ଏସ୍‌୍‌ଏସ୍‌ସି ଆଇଆଇଟି ମାଡ୍ରାସରେ ପଢ଼ି ଏବେ ରସାୟନ ବିଜ୍ଞାନରେ ପିଏଚ୍‌ଡି କରୁଛନ୍ତି। ଗତ କୋଭିଡ୍‌ ସମୟରେ ସେ ନିଜ ଅଞ୍ଚଳର ବହୁ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରି ଚର୍ଚ୍ଚିତ ହୋଇଥିଲେ। ଏବେ ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍‌ ପାଇଁ ସେ ଯୋଗ୍ୟ ବିବେଚିତ ହୋଇଥିବା ମାଡ୍ରାସ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ଏହି ସଫଳତା ପାଇଁ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓଙ୍କୁ ସସ୍‌ପେଣ୍ଡ କରି…

ଚାନ୍ଦବାଲି,୧ା୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ରଙ୍କ ବିରୋଧରେ ରାଜ୍ୟ ସରକାର ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ ନିୟମ ଭଙ୍ଗ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?