Posted inଜାତୀୟ

ଏହି ବ୍ୟକ୍ତିଙ୍କୁ ଇଣ୍ଟରଭ୍ୟୁ ଦେବାରୁ ହାରିଗଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ, ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟ ହୋଇଥିଲା ସମଦଶା, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୫।୧୨: ଫାଇନାଲ ମ୍ୟାଚ ପୁର୍ବରୁ ସେମିଫାଇନାଲ ମ୍ୟାଚରେ ଫେଲ ମାରିଛି କଂଗ୍ରେସ। କଂଗ୍ରେସ ରାଜ୍ୟ କୁହାଯାଉଥିବା ଛତିଶଗଡରେ ଏଥରର ବିଧାନସଭା ନିର୍ବାଚନରେ ଦଳ ଧରାଶାୟୀ ହୋଇଛି। ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି। ରାଜନୈତିକ ବିଶେଷଜ୍ଞନୁସାରେ ଛତିଶଗଡ ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ କ୍ଷମତାରୁ ବେଦଖଲ ହେବା ପରେ ପୁଣି ଗାଦିକୁ ଫେରିବା ଅସମ୍ଭବ ବୋଲି କୁହାଯାଉଛି। ଏନେଇ ବିଭିନ୍ନ ପ୍ରକାର ଦିଗକୁ ଭିନ୍ନ ଭିନ୍ନ ସମୀକ୍ଷା କରାଯାଉଛି। ଏହାରି ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଯୋଗୁ ବଘେଲ ହାରିଲେ ବୋଲି ଅନୁମାନ କରାଯାଉଛି। କହିରଖୁଛୁ କି, ଭିଡିଓଟି ଏକ ସାକ୍ଷାତକାରର। ଯେଉଁଥିରେ ଜଣେ ୟୁଟ୍ୟୁବର ପୂର୍ବ ମୁଖ୍ୟମନ୍ତ୍ରୀ ବଘେଲଙ୍କର ସାକ୍ଷାତକାର ନେଉଛନ୍ତି। ଯେଉଁଠାରେ ବ୍ୟକ୍ତି ଜଣକ କହୁଛନ୍ତି, ଯେଉଁ ସିଏମ ତାଙ୍କୁ ସାକ୍ଷାତକାର ଦିଅନ୍ତି ସେ ନିର୍ବାଚନରେ ହାରିଯାଆନ୍ତି। ଯାହକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ  ଟିପ୍ପଣୀ କରାଯାଉଛି।

ବଘେଲଙ୍କର ଏହି ସାକ୍ଷାତକାର ବର୍ଷେ ପୂର୍ବର। ‘ଅନଫିଲର୍ଟଡ ବାୟ ସମଦିଶ’ ନାମକ ଏହି ୟୁଟ୍ୟୁବ ଚାନେଲରେ ରାଜନୈତିକ ନେତାଙ୍କ ସହ ସାକ୍ଷାତକାର ନିଆଯାଇଥାଏ। ଭାଇରାଲ ହେଉଥିବା ଭିଡିଓରେ ସମଦିଶ କହୁଛନ୍ତି, ଯେବେ ବି ମୁଁ କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର କରିଥାଏ ପରବର୍ତ୍ତୀ ମୂହୁର୍ତ୍ତରେ ସେମାନେ କ୍ଷମତାଚ୍ୟୁତ ହୋଇଥାନ୍ତି। ଏହି କଥା ଶୁଣିବା ମାତ୍ରେ ବଘେଲଙ୍କ ମୁହଁର ରଙ୍ଗ ଉଡି ଯାଇଥିଲା। ପରେ ସମଦିଶ କହିଛନ୍ତି, ଆଶା କରୁଛି ଆପଣଙ୍କ ସହ ଏପରି ନ ହେଉ। ଯଦି ଏପରି ହୁଏ ଆଗକୁ କେଉଁ ବି ମୁଖ୍ୟମନ୍ତ୍ରୀ ମୋତେ ସାକ୍ଷାତକାର ଦେବେ ନାହିଁ। ଶେଷ ଥର ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ ମଧ୍ୟ ସମଦଶା ହୋଇଥିଲା। ସେ ମୋତେ ନିର୍ବାଚନ ପୂର୍ବରୁ ସାକ୍ଷାତକାର ଦେଇଥିଲେ। ତେବେ ପରେ ନିର୍ବାଚନରେ ସେ ହାରି ଯାଇଥିଲେ। ଆଉ ପଞ୍ଜାବରେ ଆମ ଆଦମି ପାର୍ଟି ସରକାର ଗଢି ଥିଲା।

ସେହିପରି ଭାବରେ ସମଦିଶ କେଟି ରାମା ରାଓଙ୍କ ମଧ୍ୟ ସାକ୍ଷାତକାର ଦେଇଥିଲେ। ସିଏ ବି ତେଲଙ୍ଗାନାରେ କ୍ଷମତାଚ୍ୟୁତ ହୋଇ ସାରିଛନ୍ତି। ରାମା ରାଓ ବିଆରଏସ ମୁଖିଆ ଓ ତେଲଙ୍ଗାନା ପୂର୍ବ ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?