ଇତିହାସ ରଚିଲା ସେୟାର ବଜାରର, ପ୍ରଥମ ଥର ରେକର୍ଡ ଉଚ୍ଚ ସ୍ତରରେ ନିଫ୍ଟି, ସେନସେକ୍ସ

ମୁମ୍ବାଇ,୫।୧୨: ମଙ୍ଗଳବାର କ୍ରମାଗତ ଷଷ୍ଠ ଦିନ ପାଇଁ ଷ୍ଟକ୍ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିଛି। ଦୁଇ ଭାରତୀୟ ଇଣ୍ଡେକ୍ସ ଏହି ସମୟରେ ନୂଆ ଉଚ୍ଚତା ଛୁଇଁଛନ୍ତି। ବିଏସଇ ସେନସେକ୍ସ ୪୩୧ ପଏଣ୍ଟ ବୃଦ୍ଧି ପାଇଁ ୬୯,୨୯୬ ରେ ବନ୍ଦ ହୋଇଛି, ତେବେ ଦିନର କାରବାର ସମୟରେ ଏହା ୬୯,୩୮୧ ପଏଣ୍ଟ ଛୁଇଁଥିଲା। ସେହିଭଳି ନିଫ୍ଟି ମଧ୍ୟ ୧୬୮ ପଏଣ୍ଟ ବୃଦ୍ଧି ପାଇ ପ୍ରଥମ ଥର ପାଇଁ ୨୦,୮୫୫ ରେ ବନ୍ଦ ହୋଇଛି। ବ୍ୟାଙ୍କିଙ୍ଗ କ୍ଷେତ୍ର ବଜାରରେ ଉତ୍ସାହ ସୃଷ୍ଟି କରିବାର ମଙ୍ଗଳବାର ବଡ଼ କାର୍ୟ୍ୟ କରିଥିଲା। ଏହାପୂର୍ବରୁ ସୋମବାର, ବିଏସଇ ସେନସେକ୍ସ ୧୩୮୩ ପଏଣ୍ଟକୁ ଡେଇଁ ୬୮,୮୬୫ ରେ ବନ୍ଦ ହୋଇଥିଲା।

ନିଫ୍ଟିରେ ମଙ୍ଗଳବାର ଆଦାନୀ ଏଣ୍ଟରପ୍ରାଇଜ, ଆଦାନୀ ପୋର୍ଟ ସର୍ବାଧିକ ଲାଭ ପାଇଥିଲେ। ଆଦାନୀ ଏଣ୍ଟରପ୍ରାଇଜେସରେ ୫ ପ୍ରତିଶତରୁ ଅଧିକ ବୃଦ୍ଧି ହାସଲ କରିଛି। ଏହା ବର୍ତ୍ତମାନ ୨୬୫୮.୯୦ ଟଙ୍କାରେ ପହଞ୍ଚିଛି। ଦ୍ୱିତୀୟରେ, ଆଦାନୀ ପୋର୍ଟରେ ପ୍ରାୟ ୪ ପ୍ରତିଶତ ବୃଦ୍ଧି ଘଟିଛି। ବର୍ତ୍ତମାନ ଏହା ୯୧୩.୪୦ ଟଙ୍କାରେ ପହଞ୍ଚିଛି। ଏମାନଙ୍କ ବ୍ୟତୀତ ବିପିସିଏଲ୍, ଆକ୍ସିସ୍ ବ୍ୟାଙ୍କ ଏବଂ ମହିନ୍ଦ୍ରା ଏବଂ ମହିନ୍ଦ୍ରା ମଧ୍ୟ ନିଫ୍ଟି ଶୀର୍ଷ ଲାଭକାରୀ ତାଲିକାରେ ଅଛନ୍ତି।

ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଭାଜପା ବିଜୟ ପରେ ଗତ ଦୁଇ ଦିନ ଧରି ଷ୍ଟକ୍ ମାର୍କେଟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି। ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ଜିତିବାର ସମ୍ଭାବନା ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

କୋଟି କୋଟି ଲୋକଙ୍କ ପାଇଁ ଭଲ ଖବର: EPFOରେ ବଡ଼ ପରିବର୍ତ୍ତନ! ଏଣିକି…

ନୂଆଦିଲ୍ଲୀ,୧୭।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର ଅଛି। ସରକାର ଏବେ ଇପିଏଫ୍‌ଓ ପାଇଁ ଏକ...

ଓଡ଼ିଶାରେ ବିଏସ୍‌ଏନ୍‌ଏଲର ନୂତନ ସେବା

ଭୁବନେଶ୍ୱର,୧୭।୨: ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ସେ ବିଏସଏନଏଲ ଭବନରେ ଓଡ଼ିଶାର...

ଅକ୍ଟୋବର ସୁଦ୍ଧା ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ

ଭୁବନେଶ୍ୱର,୧୭।୨ (ଅନୁରାଧା ମହାରଣା): ଭାରତ ଖୁବ୍‌ ଶୀଘ୍ର ଏହାର ପ୍ରଥମ ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ ଆଡକୁ ଗତି କରୁଛି। ଚଳିତବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା...

ବିକଳ୍ପ ଶକ୍ତିର ଉପଯୋଗ ଉପରେ ମାନବ ଜାତିର ଗୁରୁତ୍ୱ

ଭୁବନେଶ୍ୱର,୧୭।୨ (ଅଭୟ ଦାଶ): ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ (ମିନିଷ୍ଟ୍ରି ଅଫ୍‌ ପେଟ୍ରୋଲିୟମ ଆଣ୍ଡ ନାଚୁରାଲ ଗ୍ୟାସ୍‌ ବା ଏମ୍‌ଓପିଏନଜି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ...

ନ୍ୟୁଜିଲାଣ୍ଡରେ ବ୍ୟବସାୟ ବିସ୍ତାର କରିବ ମାଲାବାର

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ଖୁବଶୀଘ୍ର ନ୍ୟୁଜିଲାଣ୍ଡରେ ବ୍ୟବସାୟ ବିସ୍ତାର କରିବ ବୋଲି...

ଆଜିଠାରୁ ଫାସ୍‌ଟାଗର ନୂଆ ନିୟମାବଳୀ

ନୂଆଦିଲ୍ଲୀ,୧୭।୨: ଜାତୀୟ ରାଜପଥରେ ଗମନାଗମନକୁ ସୁଗମ କରିବା ସହିତ ଚାଳକଙ୍କର ସମୟ ରକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ସରକାର ଟୋଲଗେଟ୍‌ଗୁଡିକରେ ସ୍ବୟଂଚାଳିତ ଟୋଲ ଟିକସ ବ୍ୟବସ୍ଥା...

ବଜାରରେ ଏଚ୍‌ଏମ୍‌ଏସ୍‌ଆଇର ସାଇନ ୧୨୫

ନୂଆଦିଲ୍ଲୀ,୧୭।୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ନୂତନ ମଡେଲ ୨୦୨୫ ସାଇନ ୧୨୫ର ଅନାବରଣ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ହୋଣ୍ଡା...

Jio Plans: ଜିଓ ୟୁଜର୍ସଙ୍କୁ ବଡ଼ ଝଟ୍‌କା, ବଦଳିଗଲା ଦୁଇଟି ଶସ୍ତା ପ୍ଲାନ, ଏବେ ଦେବାକୁ ପଡିବ ଏତେ ଟଙ୍କା

ରିଲାଏନ୍ସ ଜିଓ ଦୁଇଟି ଶସ୍ତା ରିଚାର୍ଜ ପ୍ଲାନର ବୈଧତା ପରିବର୍ତ୍ତନ କରି ପ୍ରିପେଡ ଉପଭୋକ୍ତାମାନଙ୍କୁ ପୁଣି ଥରେ ବଡ଼ ଝଟକା ଦେଇଛି। ଏହି Jio Plans...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri