ନୂଆରୂପ ପାଇବ ସମ୍ବଲପୁର ରେଳ ଷ୍ଟେଶନ

ସମ୍ବଲପୁର,୨ା୨(ପ୍ରମୋଦ ବହିଦାର): ସମ୍ବଲପୁର ରେଳ ଷ୍ଟେଶନର ରୂପାନ୍ତରଣ ପ୍ରକଳ୍ପ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦିତ ହୋଇଛି। ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତ ଅବସରରେ ଏହାର ଶିଳାନ୍ୟାସ କରିବେ ବୋଲି ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ତୁଷାର କାନ୍ତି ପାଣ୍ଡେ ସୂଚନା ଦେଇଛନ୍ତି। ରେଳ ମଣ୍ଡଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପାଣ୍ଡେ କହିଛନ୍ତି, ପ୍ରଧାନମନ୍ତ୍ରୀ ସମ୍ବଲପୁର ରେଳ ମଣ୍ଡଳ ଅଧୀନରେ ମୋଟ ୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ। ସେଥିମଧ୍ୟରେ ସମ୍ବଲପୁର ରେଳଷ୍ଟେଶନର ନବୀକରଣ ପାଇଁ ଶିଳାନ୍ୟାସ, ସମ୍ବଲପୁର-ତାଳଚେର ପର୍ଯ୍ୟନ୍ତ ୧୫୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୨୬୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦୁଇଥାକିଆ ରେଳପଥ ଲୋକାର୍ପଣ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ସୋନପୁର-ଜାତର୍ଭା ମଧ୍ୟରେ ୨୧.୭ କିଲୋମିଟର ଦୈର୍ଘ୍ୟ ରେଳପଥ ଲୋକାର୍ପଣ ସହିତ ଏହି ରେଳପଥରେ ପ୍ରଥମ ରେଳସେବା ସ୍ବରୂପ ପୁରୀ-ବଲାଙ୍ଗୀର ମଧ୍ୟରେ ଏକ ସାପ୍ତାହିକ ଯାତ୍ରିବାହୀ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ଫଳରେ ସୋନପୁର ମାଟି ପ୍ରଥମଥର ପାଇଁ ଯାତ୍ରୀବାହୀ ଟ୍ରେନ ଦେଖିବ ବୋଲି କହିଛନ୍ତି।

ସମ୍ବଲପୁର ରେଳ ଷ୍ଟେଶନ ନବୀକରଣ ପାଇଁ ୩୪୭.୫୨ କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଏଥିରେ ରେଳଷ୍ଟେଶନର ଉଭୟ ପାର୍ଶ୍ୱର ବିକାଶ କରାଯାଇ ଯାତ୍ରୀଙ୍କ ପାଇଁ ପ୍ରବେଶ ସୁବିଧା କରାଯିବ। ଏହାବ୍ୟତୀତ ଉଭୟ ପାର୍ଶ୍ୱରେ ଟିକେଟ ଘରଠାରୁ ଆରମ୍ଭ କରି, ସମସ୍ତ ପ୍ଲାଟଫର୍ମକୁ ସଂଯୋଗୀକରଣ ଫୁଟ୍‌ ଓଭରବ୍ରିଜ, ଯାତ୍ରୀ ବିଶ୍ରାମ ଗୃହ, ପାର୍କିଂସ୍ଥଳ ଆଦି ନିର୍ମାଣ କରାଯିବ। ଏହାର ନିର୍ମାଣ ପାଇଁ ସମ୍ବଲପୁରସ୍ଥିତ ଭିସୁଟ୍‌ ଓ ଆଇଆଇଏମ୍‌ ବିଶେଷଜ୍ଞଙ୍କ ସହଯୋଗରେ ନକ୍ସା ପ୍ରସ୍ତୁତିଠାରୁ ଆରମ୍ଭ କରି ବୈଷୟିକ ସହାୟତା ନିଆଯାଇଥିବା ସେ ସୂଚନା ଦେଇଥିଲେ। ସେହିପରି ସମ୍ବଲପୁର, ଝାରସୁଗୁଡ଼ା ଓ ତାଳଚେରକୁ ନେଇ ଗଠିତ ଶିଳ୍ପ କରିଡରର ବିକାଶକୁ ଦୃଷ୍ଟିରେ ରଖି ସମ୍ବଲପୁର-ଅନୁଗୋଳ ମଧ୍ୟରେ ୧୫୬ କିଲୋମିଟର ରେଳଲାଇନ୍‌ର ଦୋହରୀକରଣ କରାଯାଇଛି। ଏହାଦ୍ୱାରା ଉକ୍ତ ଅଞ୍ଚଳରେ ଥିବା ବୃହତ୍‌ ଶିଳ୍ପାନୁଷ୍ଠାନଗୁଡ଼ିକ ମାଲ ପରିବହନଠାରୁ ଆରମ୍ଭ କରି ଗମନାଗମନର ସୁବିଧା ପାଇବେ ବୋଲି ପାଣ୍ଡେ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ରେଳ ମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂ, ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ଗାରିମା ତିୱାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?