ରିଲିଜ୍ ପୂର୍ବରୁ ରେକର୍ଡ କଲା ସାମନ୍ଥାଙ୍କ ଫିଲ୍ମ

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସବୁବେଳେ ତାଙ୍କ ଫିଲ୍ମ ଜରିଆରେ ଚର୍ଚ୍ଚାକୁ ଆସିଥାଆନ୍ତି । ସବୁବେଳେ ସାମନ୍ଥା ତାଙ୍କ ଆକ୍ଟିଂ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଥାଆନ୍ତି । ଏବେ ଅଭିନେତ୍ରୀ ତାଙ୍କ ଅଗାମୀ ଫିଲ୍ମ ‘ୟଶୋଦା’ର ରିଲିଜକୁ ନେଇ ବ୍ୟସ୍ତ ଅଛନ୍ତି । ଏହାସହ ଅଭିନେତ୍ରୀ ସାମନ୍ଥା ୧୧ ନଭେମ୍ବରରେ ଫିଲ୍ମର ରିଲିଜ୍ ପୂର୍ବରୁ ଖୁବ୍ ନର୍ଭସ ଅଛନ୍ତି, ଯାହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ, ‘ୟଶୋଦା’ରେ ସାମନ୍ଥା ଏକ ସରୋଗେଟ ମଦର ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି । ହେଲେ ସବୁଠାରୁ ବଡ କଥା ହେଲା ଫିଲ୍ମ ରିଲିଜ୍ ହେବା ପୂର୍ବରୁ ପ୍ରାୟ ୫୫ କୋଟି ଟଙ୍କା ବ୍ୟବସାୟର ମଜା ନେଲାଣି ।

ଫିଲ୍ମ ଟ୍ରେଡ ଏକ୍ସପର୍ଟ ରମେଶ ୱାଲାଙ୍କ ସୂଚନା ମୁତାବକ ଫିଲ୍ମ ୫୫ କୋଟି ଟଙ୍କା ବ୍ୟବସାୟ କଲାଣି । ରମେଶ ୱାଲା ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି କି ୟଶୋଦା ରିଲିଜ୍ ପୂର୍ବରୁ ୫୫ କୋଟି ଟଙ୍କା ବ୍ୟବସାୟ କରିଛି । ସେ ଲେଖିଛନ୍ତି ଆଟଦରେଟ ସାମନ୍ଥାପ୍ରଭୁ୨ ଙ୍କ ନିକଟରେ ତାଙ୍କ ଶୁକ୍ରବାର ରିଲିଜ୍ ହାସଟ୍ୟାଗ ୟଶୋଦା ପାଇଁ ବହୁତ ବଡ ପ୍ରି ରିଲିଜ ବିଜନେସ ରହିଛି । ଡିଜିଟାଲ ୨୪ କୋଟି, ସାଟେଲାଇଟ ୧୩ କୋଟି, ହିନ୍ଦୀ ୩.୫ କୋଟି, ଓଭରସିଜ ୨.୫କୋଟି, ଥିଏଟ୍ରିକଲ ୧୨ ମୋଟି, ୫୫ କୋଟିରୁ ଅଧିକ । ସାମନ୍ଥାଙ୍କ ହିରୋଇନ ସେଣ୍ଟ୍ରିକ ଫିଲ୍ମ ମାର୍କେଟ ।
ଇତିମଧ୍ୟରେ ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ସାମନ୍ଥା ଏକ ଫଟୋ ଶେୟାର କରି ଫିଲ୍ମକୁ ନେଇ ସେ ଏକ୍ସାଇଟେଡ ଥିବା ସହ ଭୟଭିତ ଅଛନ୍ତି ବୋଲି ଲେଖିଛନ୍ତି । ଫଟୋରେ ସେ ହାତର ସବୁ ଆଙ୍ଗୁଠି ଗୁଡିକ କ୍ରସ କରିଥିବା ଦେଖାଯାଇଛି । ଏହାସହ ସେ ଲେଖିଛନ୍ତି ୟଶୋଦା ପକ୍ଷରୁ ଆପଣ ସମସ୍ତଙ୍କୁ ଶୁଭକାମନା । ମୋର ନିର୍ଦ୍ଦେଶକ, ନିର୍ମାତା, କଳାକାର ଓ ପୂରା କ୍ରିୟୁଙ୍କୁ ଶୁଭକାମନା । କାରଣ ଏମାନେ ବି ମୋଭଳି ଆପଣଙ୍କ ନିଷ୍ପତ୍ତିକୁ ଅପେକ୍ଷା ରଖିଛନ୍ତି । ସମସ୍ତ ଆଙ୍ଗୁଠି କ୍ରସ ଅଛି । ଯଦି ଫିଲ୍ମ ରିଲିଜ୍ ପୂର୍ବରୁ ଏତିକି ବ୍ୟବସାୟ କରିଛି ତେବେ ରିଲିଜ୍ ପରେ ଏହା କେତେ ବ୍ୟବସାୟ କରୁଛି ତାହା କେବଳ ଦେଖିବା କଥା ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

ଭୋଜି ଖାଇବାକୁ ଆସି କଳାକନା ବୁଲାଇଦେଲେ ସମ୍ପର୍କୀୟ: ନେଇଗଲେ ୧୯ ଭରି ସୁନା ଓ ୧୪ ଭରି ରୂପା ଅଳଙ୍କାର

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସଙ୍କ ଘର ଆଲମିରା ରୁ ପ୍ରାୟ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri