ରିଲିଜ୍ ପୂର୍ବରୁ ରେକର୍ଡ କଲା ସାମନ୍ଥାଙ୍କ ଫିଲ୍ମ

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସବୁବେଳେ ତାଙ୍କ ଫିଲ୍ମ ଜରିଆରେ ଚର୍ଚ୍ଚାକୁ ଆସିଥାଆନ୍ତି । ସବୁବେଳେ ସାମନ୍ଥା ତାଙ୍କ ଆକ୍ଟିଂ ଜରିଆରେ ଦର୍ଶକଙ୍କ ହୃଦୟ ଜିତିଥାଆନ୍ତି । ଏବେ ଅଭିନେତ୍ରୀ ତାଙ୍କ ଅଗାମୀ ଫିଲ୍ମ ‘ୟଶୋଦା’ର ରିଲିଜକୁ ନେଇ ବ୍ୟସ୍ତ ଅଛନ୍ତି । ଏହାସହ ଅଭିନେତ୍ରୀ ସାମନ୍ଥା ୧୧ ନଭେମ୍ବରରେ ଫିଲ୍ମର ରିଲିଜ୍ ପୂର୍ବରୁ ଖୁବ୍ ନର୍ଭସ ଅଛନ୍ତି, ଯାହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ, ‘ୟଶୋଦା’ରେ ସାମନ୍ଥା ଏକ ସରୋଗେଟ ମଦର ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି । ହେଲେ ସବୁଠାରୁ ବଡ କଥା ହେଲା ଫିଲ୍ମ ରିଲିଜ୍ ହେବା ପୂର୍ବରୁ ପ୍ରାୟ ୫୫ କୋଟି ଟଙ୍କା ବ୍ୟବସାୟର ମଜା ନେଲାଣି ।

ଫିଲ୍ମ ଟ୍ରେଡ ଏକ୍ସପର୍ଟ ରମେଶ ୱାଲାଙ୍କ ସୂଚନା ମୁତାବକ ଫିଲ୍ମ ୫୫ କୋଟି ଟଙ୍କା ବ୍ୟବସାୟ କଲାଣି । ରମେଶ ୱାଲା ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି କି ୟଶୋଦା ରିଲିଜ୍ ପୂର୍ବରୁ ୫୫ କୋଟି ଟଙ୍କା ବ୍ୟବସାୟ କରିଛି । ସେ ଲେଖିଛନ୍ତି ଆଟଦରେଟ ସାମନ୍ଥାପ୍ରଭୁ୨ ଙ୍କ ନିକଟରେ ତାଙ୍କ ଶୁକ୍ରବାର ରିଲିଜ୍ ହାସଟ୍ୟାଗ ୟଶୋଦା ପାଇଁ ବହୁତ ବଡ ପ୍ରି ରିଲିଜ ବିଜନେସ ରହିଛି । ଡିଜିଟାଲ ୨୪ କୋଟି, ସାଟେଲାଇଟ ୧୩ କୋଟି, ହିନ୍ଦୀ ୩.୫ କୋଟି, ଓଭରସିଜ ୨.୫କୋଟି, ଥିଏଟ୍ରିକଲ ୧୨ ମୋଟି, ୫୫ କୋଟିରୁ ଅଧିକ । ସାମନ୍ଥାଙ୍କ ହିରୋଇନ ସେଣ୍ଟ୍ରିକ ଫିଲ୍ମ ମାର୍କେଟ ।
ଇତିମଧ୍ୟରେ ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ସାମନ୍ଥା ଏକ ଫଟୋ ଶେୟାର କରି ଫିଲ୍ମକୁ ନେଇ ସେ ଏକ୍ସାଇଟେଡ ଥିବା ସହ ଭୟଭିତ ଅଛନ୍ତି ବୋଲି ଲେଖିଛନ୍ତି । ଫଟୋରେ ସେ ହାତର ସବୁ ଆଙ୍ଗୁଠି ଗୁଡିକ କ୍ରସ କରିଥିବା ଦେଖାଯାଇଛି । ଏହାସହ ସେ ଲେଖିଛନ୍ତି ୟଶୋଦା ପକ୍ଷରୁ ଆପଣ ସମସ୍ତଙ୍କୁ ଶୁଭକାମନା । ମୋର ନିର୍ଦ୍ଦେଶକ, ନିର୍ମାତା, କଳାକାର ଓ ପୂରା କ୍ରିୟୁଙ୍କୁ ଶୁଭକାମନା । କାରଣ ଏମାନେ ବି ମୋଭଳି ଆପଣଙ୍କ ନିଷ୍ପତ୍ତିକୁ ଅପେକ୍ଷା ରଖିଛନ୍ତି । ସମସ୍ତ ଆଙ୍ଗୁଠି କ୍ରସ ଅଛି । ଯଦି ଫିଲ୍ମ ରିଲିଜ୍ ପୂର୍ବରୁ ଏତିକି ବ୍ୟବସାୟ କରିଛି ତେବେ ରିଲିଜ୍ ପରେ ଏହା କେତେ ବ୍ୟବସାୟ କରୁଛି ତାହା କେବଳ ଦେଖିବା କଥା ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri