Posted inଖେଳ

କରୋନା ଟେଷ୍ଟରେ ସାମ୍‌ କୁରାନ ନେଗେଟିଭ୍‌

ସାଇଥାମ୍ପଟନ, ୪ା୭ (ପି.ଟି.)-ଇଂଲଣ୍ଡ ଅଲରାଉଣ୍ଡର ସାମ୍‌ କୁରାନଙ୍କର ଶୁକ୍ରବାର ହୋଇଥିବା କରୋନାଭାଇରସ୍‌ ଟେଷ୍ଟରେ ନେଗେଟିଭ୍‌ ଆସିଛି। ସେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଟ୍ରେନିଂରେ ଯୋଗ ଦେଇପାରିବେ ବୋଲିଂ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସୂଚନା ଦିଆଯାଇଛି। ୨୨ବର୍ଷୀୟ କୁରାନ ଅସୁସ୍ଥ ଅନୁଭବ କରିବାରୁ ଗୁରୁବାର ତାଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା। ଏଜାସ୍‌ ରୋଜବାଓଲସ୍ଥିତ ତାଙ୍କ ହୋଟେଲ ରୁମ୍‌ରେ ସେ ସେଲ୍‌ଫ ଆଇସୋଲେସନ୍‌ରେ ଥିଲେ। କୁରାନଙ୍କର ଇଂଲଣ୍ଡ କ୍ରିକେଟ ଦଳର ଅନ୍ୟ ସଦସ୍ୟମାନଙ୍କ ସହ ରବିବାର ଆଉ ଥରେ କୋଭିଡ୍‌-୧୯ ଟେଷ୍ଟ ହେବ। ଅସୁସ୍ଥ ହେବା ପୂର୍ବରୁ ସେ ଇଂଳଣ୍ଡର ଇଣ୍ଟ୍ରା-ସ୍କ୍ବାଡ୍‌ ଓ୍ବାର୍ମଅପ୍‌ ମ୍ୟାଚ ଖେଳିଥିଲେ। ପ୍ରଥମ ଦିବସରେ ସେ ୧୫ ରନ ସ୍କୋର କରି ଅପରାଜିତ ରହିଥିଲେ। ଜୁଲାଇ ୮ରୁ ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଘରୋଇ ଦଳର ପ୍ରସ୍ତୁତି ପାଇଁ ଏହି ଓ୍ବାର୍ମଅପ୍‌ ମ୍ୟାଚ୍‌ର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆସେସ୍‌ : ବର୍ମିଂହାମରେ ପ୍ରଥମ ଟେଷ୍ଟ: ଆର୍ଚର ଖେଳିବେନି

ବର୍ମିଂହାମ,୧।୮ (ଏଏଫ୍‌ପି)-ଗରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ହାଇପ୍ରୋଫାଇଲ ଆସେସ୍‌। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୁଇ ପାରମ୍ପରିକ...

ସୁଲତାନ ଜୋହର କପ୍‌ ହକି :ଭାରତ- ମାଲେସିଆ ଉଦ୍‌ଘାଟନୀ ମ୍ୟାଚ୍‌

ଜୋହର ବାହରୁ,୧୨।୧୦(ପି.ଟି.)- ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ନବମ ସୁଲତାନ ଜୋହର କପ୍‌ ହକି ଟୁର୍ନାମେଣ୍ଟରେ ଭାରତ ଓ ଆୟୋଜକ ମାଲେସିଆ ଉଦ୍‌ଘାଟନୀ ମ୍ୟାଚ୍‌ରେ ପରସ୍ପରକୁ...

ପ୍ରଥମ କେତୋଟି ମ୍ୟାଚ ଖେଳି ନ ପାରନ୍ତି ମାଲିଙ୍ଗା

ନୂଆଦିଲ୍ଲୀ, ୨୨ା୮ (ପି.ଟି.)- ବ୍ୟକ୍ତିଗତ କାରଣରୁ ଆସନ୍ତା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ କେତୋଟି ମ୍ୟାଚ୍‌ ଲାଗି ଉପଲବ୍ଧ ହୋଇ ନ ପାରନ୍ତି ଶ୍ରୀଲଙ୍କାର...

ଧୋନୀଙ୍କୁ ମିସ୍‌ କରୁଛନ୍ତି ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୧୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ କେବଳ ତାଙ୍କ ପ୍ରଶଂସକ ନୁହେଁ, ସାଥୀ ଖେଳାଳିମାନେ ମିସ୍‌ କରୁଛନ୍ତି। ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ...

କାର୍‌ ଦୁର୍ଘଟଣାରେ ବକ୍ସର ନୀରଜ ଆହତ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ଭାରତୀୟ ପ୍ରଫେଶନାଲ ବକ୍ସର ନୀରଜ ଗୋୟାତ ଏକ କାର୍‌ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଫଳରେ ଆସନ୍ତା ମାସରେ ବ୍ରିଟିଶ...

କରୋନା ଭାଇରସ: ସିରିଜ ଏ’ରେ ୧୧ ଖେଳାଳି ସଂକ୍ରମିତ

ରୋମ,୧୫।୩(ପି.ଟି.)- ଇଟାଲୀ ଫୁଟବଲ ଲିଗ୍‌ ସିଷ୍ଟମର ଏକ ପେସାଦାର ଲିଗ୍‌ ଭାବେ ଜଣାଶୁଣା ଥିବା ସିରିଜ ଏ’ରେ ମୋଟ ୧୧ ଜଣ ଖେଳାଳି କରୋନା ଭାଇରସ୍‌ରେ...

ବିବିଏଲ ପାଇଁ ଏନ୍‌ଓସି ଦେଲା ନାହିଁ ପିସିବି

କରାଚୀ,୧୩।୧୨- ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଲରାଉଣ୍ଡର ଫହିମ ଅଶରଫ ଓ ପେସର ଉସମାନ ଶିନଓ୍ବାରିଙ୍କୁ ଅଷ୍ଟ୍ରେଲିଆର ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ଖେଳିବାକୁ ଏନ୍‌ଓସି...

ବାଂଲାଦେଶ ଚୟନ କମିଟି ସଦସ୍ୟ ଲାଗି ଅବ୍‌ଦୁର ରଜାକଙ୍କୁ ପ୍ରସ୍ତାବ

ଢାକା,୨୩।୩- ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ପୂର୍ବତନ ବାମହାତୀ ସ୍ପିନର ଅବ୍‌ଦୁର ରଜାକଙ୍କୁ ଜାତୀୟ ଦଳର ଚୟନ କମିଟିର ତୃତୀୟ ସଦସ୍ୟ ପାଇଁ ପ୍ରସ୍ତାବ ଦେଇଛନ୍ତି।...

Play 250+ Trending Games
Archives

Model This Week

Why Dharitri