ଚାଷଜମିରେ ଢେଉ ମାରୁଛି ଲୁଣିପାଣି

ବାହାନଗା, ୧୭।୭ (ଡି.ଏନ.ଏ.) – ଲଘୁଚାପଜନିତ ଲଗାଣ ଝିପି ଝିପି ବର୍ଷା ସାଙ୍ଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଜୁଆର ଜୋରରେ ଆସିଥାଏ। ଏହାସହିତ ଉପରମୁଣ୍ଡର ବର୍ଷାଜଳ ବୋହି ଆସ ସମୁଦ୍ରରେ ମିଶଥାଏ। ଜୁଆର ପାଣି ଓ ଉପରମୁଣ୍ଡ ପାଣି ମିଶିବା ପରେ ପୂର୍ଣ୍ଣିମା ପାଇଁ ସମୁଦ୍ର ମଧ୍ୟକୁ ନ ଯାଇ ଉପରକୁ ଉଠି ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଶହ ଶହ ହେକ୍ଟର ଚାଷ ଜମିରେ ମାଡିଯାଇଛି। ଫଳରେ ଏବେ ଚାଷ କିପରି ହେବ ସେହି ଚିନ୍ତାରେ ଚାଷୀକୁଳ ହତାଶ ହୋଇପଡିଛନ୍ତି। ଏଭଳି ପରିସ୍ଥିତି ଉପୁଜିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ଓ ଚିତ୍ତଳ ପଞ୍ଚାୟତରେ। ଅଧିକାଂଶ ରାଜସ୍ବ ଗ୍ରାମରେ ଥିବା ଚାଷଜମିରେ ଲୁଣିପାଣି ଢେଉ ମାରୁଛି।
ଖରାସାହାପୁର ଗ୍ରାମ କଇଁଥଝଟିଆଠାରୁ ରାମପହ୍ଲା ଦେଇ ସମୁଦ୍ର ପାଣି ଚାଷଜମିକୁ ପ୍ରବେଶ କରୁଛି। ତେବେ ଖରାସାହାପୁର, ଅଠିଲାବାଜ, ରାମତାଳି, ବାଉଁଶଆଡିଆ, ରମଧାବରମପୁର ସମେତ ଚିତ୍ତଳ ପଞ୍ଚାୟତର ଛତୁବାଟି, ପାଟିମୁଣ୍ଡା ଆଦି ଗ୍ରାମରେ ଥିବା ଶହ ଶହ ହେକ୍ଟର ଚାଷଜମିରେ ଏବେ ଲୁଣି ପାଣି ମାଡିଯାଇଛି । ଲୁଣିପାଣି ଛାଡିଗଲେ ବି ବିଲରେ ଚାଷ କରିବା ଅସମ୍ଭବ ବୋଲି ଚାଷୀମାନେ କହିଛନ୍ତି। ବିଲରେ ବାଲି ସହିତ ପଟୁ ମାଟି ଭର୍ତ୍ତି ହୋଇଥିବ, ସେଥିରେ ଧାନତଳି ରୋଇଲେ ତାହା ଜଳିଯିବ ବୋଲି ପ୍ରକାଶ କରିଛନ୍ତି। ଲୁଣି ପାଣି ଛାଡିଗଲା ପରେ ଜୋରରେ ଅଧିକ ବର୍ଷା ହେଲେ ବାଲି ସହିତ ପଟୁ ଧୋଇଗଲେ ଚାଷ ହୋଇପାରିବ। ଚାଷୀମାନେ ଚାଷ କରିବା ପାଇଁ ବିଲରେ ତଳି ପକାଇଥିଲେ ମଧ୍ୟ ତାହା ଏବେ ଲୁଣିପାଣିରେ ବୁଡି ରହିଛି। ଏବେ ପୁଣି କେଉଁଠୁ ବିହନ କିଣିବେ ଓ କେବେ ତଳି ପକାଇ ଚାଷକରିବେ ସେହି ଚିନ୍ତାରେ ଚାଷୀକୁଳ ବ୍ୟସ୍ତ ହୋଇପଡିଛନ୍ତି। ତେବେ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଡେରିରେ ହେଉଥିବା ଲଘୁଚାପ ବର୍ଷା ଫଳରେ ଚାଷୀମାନେ ଚାଷ କରିବା ପାଇଁ ତପତ୍ର ହୋଇପଡିଛନ୍ତି। ହେଲେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଥିବା ଚାଷଜମିରେ ଲୁଣିପାଣି ମାଡିଯାଇ ଜମିରହିବା ଚାଷୀଙ୍କ ମେରୁଦଣ୍ଡକୁ ଆରମ୍ଭରୁ ଦୋହଲାଇ ଦେଇଛି। ସରକାର ମାଗଣାରେ ବିହନ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଢ଼, କାହିଁକି ବର୍ଷକରେ…

ବ୍ରହ୍ମଗିରି,୧ା୭: ସ୍ନାନପୂର୍ଣ୍ଣିମାରେ ସୋମବାର ଦାରୁଦିଅଁ ୧୦୮ କଳସୀ ଜଳରେ ମହାସ୍ନାନ କରି ଏବେ ଅଣସରପିଣ୍ଡିରେ ଗୁପ୍ତସେବା ପାଉଛନ୍ତି। ଏପଟେ ପୁରୀ ଜିଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri