ଚାଷଜମିରେ ଢେଉ ମାରୁଛି ଲୁଣିପାଣି

ବାହାନଗା, ୧୭।୭ (ଡି.ଏନ.ଏ.) – ଲଘୁଚାପଜନିତ ଲଗାଣ ଝିପି ଝିପି ବର୍ଷା ସାଙ୍ଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଜୁଆର ଜୋରରେ ଆସିଥାଏ। ଏହାସହିତ ଉପରମୁଣ୍ଡର ବର୍ଷାଜଳ ବୋହି ଆସ ସମୁଦ୍ରରେ ମିଶଥାଏ। ଜୁଆର ପାଣି ଓ ଉପରମୁଣ୍ଡ ପାଣି ମିଶିବା ପରେ ପୂର୍ଣ୍ଣିମା ପାଇଁ ସମୁଦ୍ର ମଧ୍ୟକୁ ନ ଯାଇ ଉପରକୁ ଉଠି ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଶହ ଶହ ହେକ୍ଟର ଚାଷ ଜମିରେ ମାଡିଯାଇଛି। ଫଳରେ ଏବେ ଚାଷ କିପରି ହେବ ସେହି ଚିନ୍ତାରେ ଚାଷୀକୁଳ ହତାଶ ହୋଇପଡିଛନ୍ତି। ଏଭଳି ପରିସ୍ଥିତି ଉପୁଜିଛି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ଓ ଚିତ୍ତଳ ପଞ୍ଚାୟତରେ। ଅଧିକାଂଶ ରାଜସ୍ବ ଗ୍ରାମରେ ଥିବା ଚାଷଜମିରେ ଲୁଣିପାଣି ଢେଉ ମାରୁଛି।
ଖରାସାହାପୁର ଗ୍ରାମ କଇଁଥଝଟିଆଠାରୁ ରାମପହ୍ଲା ଦେଇ ସମୁଦ୍ର ପାଣି ଚାଷଜମିକୁ ପ୍ରବେଶ କରୁଛି। ତେବେ ଖରାସାହାପୁର, ଅଠିଲାବାଜ, ରାମତାଳି, ବାଉଁଶଆଡିଆ, ରମଧାବରମପୁର ସମେତ ଚିତ୍ତଳ ପଞ୍ଚାୟତର ଛତୁବାଟି, ପାଟିମୁଣ୍ଡା ଆଦି ଗ୍ରାମରେ ଥିବା ଶହ ଶହ ହେକ୍ଟର ଚାଷଜମିରେ ଏବେ ଲୁଣି ପାଣି ମାଡିଯାଇଛି । ଲୁଣିପାଣି ଛାଡିଗଲେ ବି ବିଲରେ ଚାଷ କରିବା ଅସମ୍ଭବ ବୋଲି ଚାଷୀମାନେ କହିଛନ୍ତି। ବିଲରେ ବାଲି ସହିତ ପଟୁ ମାଟି ଭର୍ତ୍ତି ହୋଇଥିବ, ସେଥିରେ ଧାନତଳି ରୋଇଲେ ତାହା ଜଳିଯିବ ବୋଲି ପ୍ରକାଶ କରିଛନ୍ତି। ଲୁଣି ପାଣି ଛାଡିଗଲା ପରେ ଜୋରରେ ଅଧିକ ବର୍ଷା ହେଲେ ବାଲି ସହିତ ପଟୁ ଧୋଇଗଲେ ଚାଷ ହୋଇପାରିବ। ଚାଷୀମାନେ ଚାଷ କରିବା ପାଇଁ ବିଲରେ ତଳି ପକାଇଥିଲେ ମଧ୍ୟ ତାହା ଏବେ ଲୁଣିପାଣିରେ ବୁଡି ରହିଛି। ଏବେ ପୁଣି କେଉଁଠୁ ବିହନ କିଣିବେ ଓ କେବେ ତଳି ପକାଇ ଚାଷକରିବେ ସେହି ଚିନ୍ତାରେ ଚାଷୀକୁଳ ବ୍ୟସ୍ତ ହୋଇପଡିଛନ୍ତି। ତେବେ ନିଅଣ୍ଟିଆ ବର୍ଷା ସାଙ୍ଗକୁ ଡେରିରେ ହେଉଥିବା ଲଘୁଚାପ ବର୍ଷା ଫଳରେ ଚାଷୀମାନେ ଚାଷ କରିବା ପାଇଁ ତପତ୍ର ହୋଇପଡିଛନ୍ତି। ହେଲେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଥିବା ଚାଷଜମିରେ ଲୁଣିପାଣି ମାଡିଯାଇ ଜମିରହିବା ଚାଷୀଙ୍କ ମେରୁଦଣ୍ଡକୁ ଆରମ୍ଭରୁ ଦୋହଲାଇ ଦେଇଛି। ସରକାର ମାଗଣାରେ ବିହନ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକତା ହରାଇଛି ମୌଳିକ ବିଦ୍ୟାଳୟ

କେନ୍ଦ୍ରାପଡ଼ା ଅଫିସ, ୨।୧୨: ମାଧ୍ୟମିକସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଡ୍ରପ ଆଉଟ ରୋକିବାକୁ ରାଜ୍ୟର ସମସ୍ତ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଚଳନ କରାଯିବ ବୋଲି...

ସିରିଜ୍‌ ଦୁର୍ଘଟଣା: ୩ ବାଇକ୍‌, କାର୍‌କୁ ଧକ୍କା ଦେଲା ବସ୍‌

ହିଞ୍ଜିଳିକାଟୁ,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ୫୯ ନଂ. ଜାତୀୟ ରାଜପଥ ମାଣିକନଗର ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌, କାର୍‌...

ଏରସମା ଫାଶୀ ଦଣ୍ଡାଦେଶ ମାମଲା: ୨୬ରେ ରାୟ ଦେବେ ହାଇକୋର୍ଟ

କଟକ ଅଫିସ, ୧୪ା୯: ଜଗତସିଂହପୁର ଜିଲା ଏରସମା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ଲବ ମାନ୍ନା ଓରଫ କାଳିଆଙ୍କୁ ଜଗତସିଂହପୁର...

ସ୍ବାସ୍ଥ୍ୟକେନ୍ଦ୍ର ଗେଟ୍‌ରେ ନୋଟିସ, ଫେରିଲେ ରୋଗୀ

ମହାକାଳପଡା,୧୯ା୯ (ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଉପାନ୍ତ ଅଞ୍ଚଳରେ ସାଧାରଣ ରୋଗୀମାନେ ଭରସା କରିଛନ୍ତି ଡାକ୍ତରଖାନା ଯିବେ...

ଅଙ୍ଗନୱାଡ଼ି କର୍ମୀଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ସହାୟତା

ଦିଗପହଣ୍ଡି,୫ା୬(ଡି.ଏନ.ଏ.): କରୋନାରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧା ତଥା ଦିଗପହଣ୍ଡି ବ୍ଳକ ଅଧୀନ ଭୀଷ୍ମଗିରୀ ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଏମ୍‌ .ମାଙ୍ଗାମ ପାତ୍ରଙ୍କ ପରିବାରକୁ ଗତ...

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରସଙ୍ଗ: ୧୭ ମଠ ମହନ୍ତଙ୍କୁ ଦେବୋତ୍ତର କମିଶନରଙ୍କ ନୋଟିସ

ପୁରୀ ଅଫିସ, ୧୪ା୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ୧୭ଟି ମଠ ମହନ୍ତଙ୍କୁ ଦେବୋତ୍ତର କମିଶନର ନୋଟିସ କରିଛନ୍ତି। ମଠଗୁଡ଼ିକର ଉଚ୍ଛେଦ ସଂକ୍ରାନ୍ତରେ ପୁରୀ ଜିଲାପାଳଙ୍କ...

କନ୍ଧମାଳରେ ଆଉ ଜଣେ କରୋନା ପଜିଟିଭ

ଫୁଲବାଣୀ ଅଫିସ, ୨୧ା୫- କନ୍ଧମାଳ ଜିଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ...

ବୁଦାମୂଳରୁ ମିଳିଲା ନରକଙ୍କାଳ, ପୋଲିସର ତନାଘନା ଜାରି

ରାୟଗଡ଼ା ଅଫିସ,୧।୫: ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ଜେକେପୁର ମୁଖ୍ୟ ରାସ୍ତାର ରିଲାଏନ୍ସ ମଲ୍‌ ନିକଟ ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖ ଅନ୍ନପୂର୍ଣ୍ଣା ରାଇସ...

Advertisement
Archives

Model This Week