Posted inଜାତୀୟ

ଅଲିଗଡ଼ରେ ପହଞ୍ଚିଲେ ସଲମାନ ଖୁର୍ସିଦ: ଭାରତ ଯୋଡୋ ଯାତ୍ରା ପାଇଁ ଏସ୍‌ପି ମୁଖ୍ୟଙ୍କୁ କରିବେ ନିମନ୍ତ୍ରଣ

ଅଲିଗଡ଼,୩୦।୧୨: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ ଉତ୍ତରପ୍ରଦେଶର ଅଲିଗଡ଼ରେ ପହଞ୍ଚିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ପାଇଁ ଏସ୍‌ପି ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ କରିବାକୁ ସେ ଅଲିଗଡ଼ରେ ପହଞ୍ଚିଥିବା ଜଣାପଡ଼ିଛି। ୩ ଦିନ ଧରି ଅଖିଳେଶ ଗସ୍ତରେ ଥିବାରୁ ତାଙ୍କ ସହ ଆଲୋଚନା ହୋଇପାରିନାହିଁ। ବର୍ତ୍ତମାନ ଆଲୋଚନା ହେବ ବୋଲି ଖୁର୍ସିଦ କହିଛନ୍ତି। ଗୁରୁବାର ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସଲମାନ ଖୁର୍ସିଦ କହିଛନ୍ତି, ଜାନୁଆରୀ ୩ରୁ ଉତ୍ତରପ୍ରଦେଶରେ ଆରମ୍ଭ ହେବାକୁ ଥିବା ଭାରତ ଯୋଡୋ ଯାତ୍ରା ପାଇଁ ଅଲିଗଡର ବାସିନ୍ଦାଙ୍କୁ ନିମନ୍ତ୍ରଣ କରିବାକୁ ସେ ଆସିଛନ୍ତି। ଅଲିଗଡ ଏବଂ ଏଏମ୍‌ୟୁ ସର୍ବଦା ଏକତା, ଭାଇଚାରା ଏବଂ ପ୍ରେମର ବାର୍ତ୍ତା ଦେଇଥାଏ। ତେଣୁ ଏହି ଯାତ୍ରାରେ ସେମାନଙ୍କ ବଡ଼ ସମର୍ଥନ ରହିବ ବୋଲି ଖୁର୍ସିଦ ଆଶା ବ୍ୟକ୍ତ କରିଛନ୍ତି। ଏଥିସହ ସେ କହିଛନ୍ତି, ବର୍ତ୍ତମାନ ଦେଶର ଅବସ୍ଥା ଅତ୍ୟନ୍ତ ଖରାପ୍‌। ଦେଶକୁ ଏକଜୁଟ କରିବାର ଆବଶ୍ୟକତା ରହିଛି। ଯେଉଁଥିପାଇଁ ଭାରତ ଯୋଡା ଯାତ୍ରା କଂଗ୍ରେସ ଦ୍ୱାରା ପରିଚାଳିତ ହେଉଛି। ଏହି ଯାତ୍ରା କେବଳ କଂଗ୍ରେସର ନୁହେଁ ସମସ୍ତଙ୍କର। କେବଳ କଂଗ୍ରେସ ଏହାକୁ ପରିଚାଳିତ କରୁଛି। ଏହି ଯାତ୍ରାକୁ ବନ୍ଦ କରିବାକୁ କରୋନା ଭୟ ଦେଖାଯାଉଛି। ଅନ୍ୟପଟେ ବିଏସ୍‌ପି ସଭାପତି ମାୟାବତୀ ଏହି ଗସ୍ତକୁ ପ୍ରଶଂସା କରିଛନ୍ତି। ଅନ୍ୟ ଅନେକ ଛୋଟ ଦଳ ଏହି ଯାତ୍ରାରେ ଯୋଗଦେଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?