Posted inଜାତୀୟ

ରାହୁଲ ନିଜେ ପାଳନ କରିନାହନ୍ତି ପ୍ରୋଟୋକଲ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୩୦।୧୨: ଭାରତ ଯୋଡୋ ଯାତ୍ରା ସମୟରେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜେ ହିଁ ସୁରକ୍ଷା ପ୍ରୋଟୋକଲ୍‌ ପାଳନ କରିନାହାନ୍ତି। ରାହୁଲ ଗାନ୍ଧୀଙ୍କୁ ସୁରକ୍ଷା ବାବଦରେ ଅବଗତ କରାଯାଇଥିଲା। ଭାରତ ଯୋଡା ଯାତ୍ରା ସମୟରେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ପାଇଁ ପୋଲିସ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଥିଲା ବୋଲି କୁହାଯାଇଛି। ଏନେଇ ବୁଧବାର ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଦିଲ୍ଲୀ ପୋଲିସ ଏକ ରିପୋର୍ଟ ପ୍ରଦାନ କରିଛି। ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା ଦେଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଦିଲ୍ଲୀ ପୋଲିସ କୌଣସି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରିନାହିଁ। ଏହି ମାମଲାରେ ଦିଲ୍ଲୀ ପୋଲିସର ସୁରକ୍ଷା, ଟ୍ରାଫିକ୍‌ ଏବଂ ସ୍ବତନ୍ତ୍ର ବ୍ରାଞ୍ଚ ଆଦି ୟୁନିଟ୍‌ରୁ ସଞ୍ଜୟ ଅରୋରା ଏକ ରିପୋର୍ଟ ମାଗିଥିଲେ। ଉକ୍ତ ୟୁନିଟ୍‌ର ରିପୋର୍ଟ ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ଏବଂ ଏହାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଇଥିଲା। ସୂଚନାଯୋଗ୍ୟ, ନିକଟରେ କଂଗ୍ରେସ ନେତା କେ.ସି. ବେଣୁ ଗୋପାଳ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି କହିଥିଲେ ଯେ, ଭାରତ ଯୋଡୋ ଯାତ୍ରା ସମୟରେ ଦିଲ୍ଲୀର ଅନେକ ସ୍ଥାନରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଅଭାବ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୨ ରାଜ୍ୟରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ିଲା ଲକ୍‌ ଡାଉନ୍‌

ନୂଆଦିଲ୍ଲୀ, ୩୦।୯: କରୋନା ଭାଇରସ୍‌ର ପ୍ରକୋପକୁ ନଜରରେ ରଖି ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ଲକ୍‌ ଡାଉନ୍‌ ଅବଧିକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମହାରାଷ୍ଟ୍ର...

ପତ୍ନୀଙ୍କ ଡରରେ ଆସନ ବଦଳାଇଲେ ତେଜ ପ୍ରତାପ!

ପାଟନା,୮।୯: ପାଖେଇ ଆସୁଛି ବିହାର ବିଧାନଭସା ନିର୍ବାଚନ। ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ...

୨୦୧୯-୨୦ ଆର୍ଥିକ ବଜେଟ ମୁଖ୍ୟାଂଶ: ୧ କୋଟି ଯୁବକଙ୍କ ପାଇଁ ଆସିବ ସ୍କିଲ ଯୋଜନା

ନୂଆଦିଲ୍ଲୀ, ୫।୭: ଶିକ୍ଷା ପାଇଁ ଚଳିତ ବଜେଟରେ କେନ୍ଦ୍ର ସରକାର ନୂଆ ଯୋଜନାମାନ ଆପଣାଇଛନ୍ତି। ବଜେଟ୍‌ ମୁଖ୍ୟାଂଶ -ଉଚ୍ଚଶିକ୍ଷା ପାଇଁ ୪୦୦ କୋଟିର ବ୍ୟୟ ବରାଦ,...

ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଯଶୋମତୀଙ୍କୁ ୩ ମାସ ଜେଲ ଦଣ୍ଡ

ମୁମ୍ବାଇ, ୧୫।୧୦: ମହାରାଷ୍ଟ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁରଙ୍କୁ ଅମରାବତୀ କୋର୍ଟ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ...

ପିଏମ୍‌ସି ବ୍ୟାଙ୍କ ବିରୋଧ ପ୍ରଦର୍ଶନ ପରେ ଦୃଦ୍‌ଘାତରେ ଜଣେ ଜମାକାରୀଙ୍କ ମୃତ୍ୟୁ

ମୁମ୍ବାଇ,୧୫।୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରୋଟିଭ(ପିଏମ୍‌ସି) ବ୍ୟାଙ୍କର ଜମାକାରୀଙ୍କୁ କିଛି ଦିନ ହେଲା ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ପିଏମ୍‌ସି ବ୍ୟାଙ୍କ ବନ୍ଦ ହୋଇଯିବା...

ପ୍ରଦର୍ଶନର ବି ରହିଛି ସୀମା: ଶାହିନ୍‌ ବାଗ ପୁନର୍ବିଚାର ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୩।୨: ଶାହିନ୍‌ ବାଗ୍‌ରେ ନାଗରିକତା ସଂଶୋଧନ ଆଇନ ନେଇ ପ୍ରଦର୍ଶନ ଜାରି ରହିଥିଲା। କରୋନା ମହାମାରୀ ସଂକ୍ରମଣକୁ ନେଇ ଧାରଣା ଦେଇଥିବା ଲୋକଙ୍କୁ ଏଠାରୁ ହଟାଯାଇଥିଲା।...

ଏକତରଫା ପ୍ରେମକୁ ନେଇ ଯୁବକଙ୍କ ଉପରେ ଏସିଡ୍‌ ମାଡ଼ କଲେ ଯୁବତୀ

ଉନ୍ନାଓ,୨୮।୧: ପ୍ରତିଦିନ ରୋଡ ରୋମିଓଙ୍କ ଓ ଏସିଡ୍‌ ମାଡ଼ ଘଟଣା ସାମ୍ନାକୁ ଆସୁଛି। ହେଲେ ଉତ୍ତରପ୍ରଦେଶ ଉନ୍ନାଓରୁ ଏକ ବିଚଳିତ କରିଦେବା ଭଳି ଘଟଣା ଦେଖିବାକୁ...

ସନ୍ଦେହର ପରିଣାମ: ପତ୍ନୀ, ଦୁଇ ଝିଅଙ୍କୁ ହାତୁଡ଼ିରେ ଛେଚି ଛେଚି ହତ୍ୟା

ବୁଲନ୍ଦଶାହର,୩।୩ : ସନ୍ଦେହର ପରିଣାମ କେତେ ଯେ, ଭୟଙ୍କର ତାହାର ଆକଳନ କରିବା କଷ୍ଟକର। ଉତ୍ତର ପ୍ରଦେଶର ବୁଲନ୍ଦଶାହରରେ ଏକ ଘଟଣା ସାମ୍ନାକୁ ଆସିଛି। ଅନ୍ୟ...

Advertisement
Archives

Model This Week