ଐଶ୍ୱର୍ଯ୍ୟା-ଅଭିଷେକଙ୍କ ବିବାହରେ ଏମିତି କହିଥିଲେ ସଲମାନ, ଜିତିଥିଲେ ସମସ୍ତଙ୍କ ହୃଦୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ-ଅଭିନେତାଙ୍କ ନାମ ପରସ୍ପର ସହ ଯୋଡ଼ି ହୋଇଥାଏ। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ବିବାହରେ ରୂପାନ୍ତରିତ ହୋଇଥିବା ବେଳେ ଆଉ କେତେ ଜଣ ଏଥିରେ ବିଫଳ ହୋଇଛନ୍ତି। ଫିଲ୍ମରେ ଦୀର୍ଘ ସମୟ ଏକାଠି କାମ କରିବା ହେତୁ ସେମାନେ ଏକାଠି ବହୁତ ସମୟ ବିତାନ୍ତି। ଫିଲ୍ମର ଶୁଟିଂ ସମୟରେ ରୋମାନ୍ସ ଦୃଶ୍ୟ ମଧ୍ୟ ଶୁଟିଂ କରାଯାଏ, ତା’ପରେ ସେମାନେ ମଧ୍ୟ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କରନ୍ତି। ଏହା ବଡ଼ କଥା ନୁହେଁ। ସେହିଭଳି ସଲମାନ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଆଲୋଚନା ମଧ୍ୟ ବଜାର ଗରମ ଥିଲା। ଉଭୟଙ୍କ ଅନ୍‌-ସ୍କ୍ରିନ୍‌ କେମିଷ୍ଟ୍ରି ବହୁତ ଭଲ ଥିଲା। ପାରସ୍ପରିକ ବିବାଦ ହେତୁ ସେମାନଙ୍କ ସମ୍ପର୍କ ଅଗ୍ରଗତି କରିପାରିଲା ନାହିଁ।

ପରେ ଐଶ୍ୱର୍ଯ୍ୟା ଅଭିଷେକଙ୍କୁ ୨୦୦୭ରେ ବିବାହ କରିଥିଲେ। ଏହି ବିବାହ ରୀତିନୀତି ଅନୁଯାୟୀ ଅମିତାଭଙ୍କ ବଙ୍ଗଳା ‘ପ୍ରତୀକ୍ଷା’ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲିଉଡ୍‌ର ସମସ୍ତ ସେଲିବ୍ରିଟି ଯୋଗ ଦେଇଥିଲେ।
ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ବିଷୟରେ ସମସ୍ତେ ଅବଗତ ଥିଲେ। ତେଣୁ ତାଙ୍କର ପ୍ରତିକ୍ରିୟାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଯେତେବେଳେ ସଲମାନଙ୍କୁ ଐଶ୍ୱର୍ଯ୍ୟାଙ୍କ ବିବାହ ବିଷୟରେ ପଚରାଗଲା, ସେତେବେଳେ ତାଙ୍କର ଉତ୍ତର ସମସ୍ତଙ୍କ ହୃଦୟ ଜିତିଥିଲା। ଏକ ସାକ୍ଷାତକାରରେ ସଲମାନ କହିଥିଲେ, ସେ ଅତ୍ୟନ୍ତ ଖୁସି ଯେ, ଐଶ୍‌ ଅଭିଷେକଙ୍କ ପରି ଜଣେ ଭଲ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଯିଏକି ଏକ ଭଲ ପରିବାରରୁ ଆସିଛନ୍ତି। ଏହା ବ୍ୟତୀତ ସଲମାନ କହିଛନ୍ତି, ମୁଁ ଐଶ୍‌ଙ୍କ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ପ୍ରାର୍ଥନା କରୁଛି।

ଏକଦା ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରେମସମ୍ପର୍କ ଖୁବ୍‌ ଚର୍ଚ୍ଚାରେ ଥିଲା। ଏହା ପରେ ସଙ୍ଗୀତା ବିଜଲାନି, କ୍ୟାଟ୍ରିନା କୈଫଙ୍କ ସହ ସଲମାନଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri