ଫିଲ୍ମ ରିଲିଜ ପୂର୍ବରୁ ସଲମାନଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ,୨୦।୪: ବଲିଉଡ ଅଭିନେତା ସଲମାନ ଖାନ ବର୍ତ୍ତମାନ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରେ ବହୁତ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଫିଲ୍ମ ରିଲିଜ ହେବା ପୂର୍ବରୁ ସଲମାନଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ଏଥର ସଲମାନ ଖାନଙ୍କ ସହ ରାଖୀ ସାୱନ୍ତଙ୍କୁ ମଧ୍ୟ ସଲମାନଙ୍କଠାରୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି।

ରାଖୀ ସାୱନ୍ତ ଇଟାଇମ୍ସ ସହ ହୋଇଥିବା ବାର୍ତ୍ତାଳାପରେ ନିଶ୍ଚିତ କରିଛନ୍ତି, ତାଙ୍କୁ ଏହି ଘଟଣାରୁ ଦୂରେଇ ରହିବାକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଧମକ ଆସିଛି। ରାଖୀ ସାୱନ୍ତ ପାପାରାଜି ସାମ୍ନାରେ ମେଲ ପଢିଥିଲେ। ଯେଉଁଥିରେ ଲେଖାଅଛି, ରାଖୀ ତୁମ ସହିତ ଆମର ଶତ୍ରୁତା ନାହିଁ, ହେଲେ ସଲମାନ ଖାନଙ୍କ ମାମଲାରେ ଜଡିତ ହୁଅ ନାହିଁ। ଅନ୍ୟଥା, ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହେବେ। ତୁମ ଭାଇ ସଲମାନ ଖାନଙ୍କୁ ମୁମ୍ବାଇରେ ହତ୍ୟା କରିବୁ।

ନିକଟରେ ଶେଷ ଥର ପାଇଁ ସଲମାନ ଖାନଙ୍କୁ ଧମକ ଦିଆଯିବା ପରେ ରାଖୀ ସାୱନ୍ତଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଭାଇଜାନଙ୍କ ପକ୍ଷରୁ ଲରେନ୍ସ ବିଷ୍ଣୋଇ ଏବଂ ଗ୍ୟାଙ୍ଗକୁ କ୍ଷମା ମାଗିଥିଲେ ଏବଂ ସଲମାନ ଖାନଙ୍କ ଉପରେ ଖରାପ ନଜର ନ ରଖିବାକୁ କହିଥିଲେ। ଏଭଳି ପରିସ୍ଥିତିରେ ଫିଲ୍ମ ‘କିସି କା ଭାଇ ଭାଇ କିସି କି ଜାନ’ ରିଲିଜ ହେବା ପୂର୍ବରୁ ସଲମାନ ଖାନଙ୍କୁ ପୁଣି ଥରେ ଧମକ ଦିଆଯାଉଥିବା ଖବର ନିଶ୍ଚିତ ଭାବେ ଏକ ସମ୍ବେଦନଶୀଳତା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ଘେରରେ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର: ବର୍ଷା ଦିନେ ଛାତରୁ ଝରୁଛି ପାଣି

କର୍ଲାମୁଣ୍ଡା,୨୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ବର୍ଷା ହେଲେ ପାଣି ଝରୁଥିବାରୁ ରୋଗୀ ଓ ସ୍ବାସ୍ଥ୍ୟକର୍ମୀ ଅସୁବିଧାରେ ପଡ଼ୁଥିବା…

ବିଧାନସଭାର ପୁରୁଣା ପରମ୍ପରା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ

ଚେନ୍ନାଇ,୨୮।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଗୁରୁବାର ବିଧାନସଭାରେ ଏକ ପୁରୁଣା ପରମ୍ପରା ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି। ବିଧାନସଭାର ଅପରାହ୍ନ ଅଧିବେଶନ ସମୟରେ ସେ ନିଜ ପାଇଁ ନିର୍ଦ୍ଧାରିତ…

ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି।…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

NDA Vs INDIA : ଏବେ ନିର୍ବାଚନ ହେଲେ କିଏ ଗଢିବ ସରକାର? ସାମ୍ନାକୁ ଆସିଲା ଚମକାଇଦେଲା ଭଳି ନମ୍ବର

ନୂଆଦିଲ୍ଲୀ,୨୮।୮: ଆଜି ଯଦି ଦେଶରେ ଲୋକ ସଭା ନିର୍ବାଚନ ହୁଏ, ତେବେ କେନ୍ଦ୍ରରେ ପୁଣି ଥରେ NDA ସରକାର ଗଠନ କରିପାରେ ବୋଲି MOTN ସର୍ଭେରେ ଆକଳନ…

ନେପାଳ ବନ୍ୟାରେ ଜୀବନ ରକ୍ଷା କଲା ହାଇଡ୍ରୋପାୱାର ସୁଡ଼ଙ୍ଗ, ବଞ୍ଚିଗଲେ ୩୫୦

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ମଧ୍ୟରେ ଅପର ତ୍ରିଶୂଳୀ ହାଇଡ୍ରୋପାୱାର ପ୍ରକଳ୍ପର ଏକ ସୁଡ଼ଙ୍ଗ ଶତାଧିକ ଲୋକଙ୍କ ପାଇଁ ଜୀବନରକ୍ଷକ ପାଲଟିଛି। ବନ୍ୟାଜଳ ସହ ମାଟି, ପଥର…

ରାକ୍ଷୀ ମଉକାରେ ଚଉକା: ସ୍ତ୍ରୀଙ୍କୁ ବାପଘରେ ଛାଡ଼ିବାକୁ ଯାଉଥିଲେ ସ୍ବାମୀ, ବାଟରେ ମିଠା କିଣିବାକୁ ପଠାଇ ପ୍ରେମିକ ସହ…

ପାଟନା,୨୮।୮: ବିହାରର ମଧେପୁରା ଜିଲାରୁ ରକ୍ଷାବନ୍ଧନ ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ତାଙ୍କ ବାପଘରେ ଛାଡ଼ିବା ପାଇଁ ବାଇକରେ ନେଇ ଯାଉଥିବା ଜଣେ…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri