ଶୁଟିଂ ସେଟ୍‌ରେ ୩୦ ପଟ ରୁଟି ଖାଉଥିଲେ ସଲମାନ

ମୁମ୍ବାଇ: ସଲମାନ ଖାଁଙ୍କ ସୁପରହିଟ୍ ଫିଲ୍ମ ‘ମେନେ ପ୍ୟାର କିୟା’କୁ ରିଲିଜ୍ ହେବା ୩୧ ବର୍ଷ ପୂରଣ ହୋଇଛି । ସଲମାନ ପ୍ରଥମ କରି ଏହି ଫିଲ୍ମରେ ଲିଡ୍ ରୋଲରେ ଦେଖାଦେଇଥିଲେ । ଆଉ ଏହି ଫିଲ୍ମରୁ ହିଁ ତାଙ୍କର ଏକ ସ୍ୱତନ୍ତ୍ର ପରିଚ୍ରୟ ସୃଷ୍ଟି ହୋଇଥିଲା । ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କର ଏହା ଥିଲା ଡେବ୍ୟୁ ଫିଲ୍ମ । ସୁରଜ ବଡଜାତୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଶୁଟିଂ ସମୟର ଏକ କାହାଣୀ ଖୁମ୍ ରୋମାଞ୍ଚକର ଥିଲା । ଯାହାକୁ ସଲମାନ ନିଜେ ଶେୟାର କରିଥିଲେ । ଯେତେବେଳେ ସଲମାନଙ୍କୁ ଏହି ଫିଲ୍ମର ଅଫର ମିଳିଥିଲା ଓ ସେ ଶୁଟିଂ ଆରମ୍ଭ କରିଥିଲେ ସେତେବେଳେ ସେ ଖୁବ୍ ପତଳା ଥିଲେ । ଫଳରେ ସେ ଅନେକ ସମୟରେ ଅପସେଟ୍ ରହୁଥିଲେ । ଏକ ସାକ୍ଷାତ୍‌କାରରେ ଏ ସମ୍ପର୍କରେ ସଲମାନ କହିଥିଲେ ‘ମେନେ ପ୍ୟାର ପିୟା’ ସେଟ୍‌ରେ ସେ ପ୍ରାୟ ୩୦ ପଟ ରୁଟି ଓ କିଛି କଦଳୀ ଖାଉଥିଲେ । କାରଣ ଥିଲା ଶୀଘ୍ର ମୋଟା ହେବା । ୧୯୮୯ରେ ନିର୍ମିତ ଏହି ଫିଲ୍ମର ବଜେଟ ଥିଲା ମାତ୍ର ୨ କୋଟି । ଆଉ ଏଥିରେ ଅଭିନୟ ପାଇଁ ସଲମାନଙ୍କୁ ମିଳିଥିଲା ମାତ୍ର ୩୧ ହଜାର ଟଙ୍କା । ହେଲେ ଏହା ବକ୍ସ ଅଫିସରେ ହିଟ୍ ହୋଇଥିଲା ଓ ସମସ୍ତ ରେକର୍ଡ ଭାଙ୍ଗି ୨୮ କୋଟି ଟଙ୍କା ବ୍ୟବସାୟ କରିଥିଲା । ଭାଗ୍ୟଶ୍ରୀଙ୍କର ଏହା ପ୍ରଥମ ଫିଲ୍ମ ଥିବାରୁ ପରିବାର ସଦସ୍ୟଙ୍କର କଡା ଆକଟ ଥିଲା ଯେ ଫିଲ୍ମରେ ସେ ଯେମିତି କୌଣସି କିସିଂ ସିନ୍ ନ କରନ୍ତି । ଏଥିରେ ଭାଗ୍ୟଶ୍ରୀ ପ୍ରଥମଥର ପାଇଁ ଜିନ୍ସ ଓ ୱାନ ପିସ୍ ଡ୍ରେସ୍ ପିନ୍ଧିଥିଲେ ସତ, ହେଲେ ସଲମାନଙ୍କୁ କିସ୍ କରିବାକୁ ଦୁହିଁଙ୍କ ମଧ୍ୟରେ କାଚ ଲଗାଇ ଦିଆଯାଇଥିଲା । ଏହି ଆଇଡିଆ ସେତେବେଳେ ଅବଶ୍ୟ ଭଲ କାମ ଦେଇଥିଲା । ତେବେ ଫିଲ୍ମ ଶୁଟିଂ ସମୟରେ ହିଁ ପରିବାର ସଦସ୍ୟଙ୍କ ବିନା ପରାମର୍ଶରେ ଭାଗ୍ୟଶ୍ରୀ ବିବାହ କରି ନେଇଥିଲେ । ଏହି ବିବାହ ମନ୍ଦିରରେ ହୋଇଥିବା ବେଳେ ଏଥିରେ ଅତିଥି ଭାବେ ସଲମାନ ଓ ସୁରଜ ବଡଜାତୟା ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri