ସାଲିଆସାହି ଦେଶୀମଦ ଭାଟି ଭାଙ୍ଗିଲା

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଦେଶୀମଦ ପ୍ରସ୍ତୁତିର ପେଣ୍ଠସ୍ଥଳୀ ପାଲଟିଛି। ବିଭିନ୍ନ ସମୟରେ ଅବକାରୀ ଟିମ୍‌ ଓ କମିଶନରେଟ ପୋଲିସ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇ ବହୁ ପରିମାଣର ଦେଶୀମଦ ଜବତ କରାଯାଉଛି। ଭାଟି ଭଙ୍ଗାଯିବା ସହ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଉଛି। ଏହି ବେଆଇନ୍‌ ମଦ କାରବାର ମାମଲାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ପୋଲିସକୁ ଚ୍ୟାଲେଞ୍ଜ ଦେଇ ପୁଣି ମଦ ପ୍ରସ୍ତୁତ ହେଉଛି। ଏପରି ସ୍ଥିତିରେ ପାର୍ବଣ ପାଇଁ ବିପୁଳ ପରିମାଣର ଦେଶୀମଦ ପ୍ରସ୍ତୁତ ହେଉଥିବା ଜଣାପଡ଼ିବା ପରେ ମଙ୍ଗଳବାର କମିଶନରେଟ ପୋଲିସ ସାଲିଆସାହି ଇଡ୍‌କୋ ବସ୍ତିରେ ଚଢ଼ାଉ କରିଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୨ଜଣ ଏସିପି, ୪ଜଣ ଇନ୍ସପେକ୍ଟର, ୧୨ଜଣ ଏସ୍‌ଆଇ/ଏଏସ୍‌ଆଇ ଏବଂ ୪ ପ୍ଲାଟୁନ୍‌ ଫୋର୍ସ ପୂର୍ବାହ୍ନ ପ୍ରାୟ ୧୦ଟାରେ ଇଡ୍‌କୋ ବସ୍ତିରେ ଚଢ଼ାଉ କରିଥିଲେ। ମଦ ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ପୁରୁଷମାନେ ଚଢ଼ାଉ ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ଫେରାର ହୋଇଯାଇଥିଲେ। ପୋଲିସ ଯାଞ୍ଚ କରି ମଦଭାଟି ଖୋଜିଥିଲା। ପୋଲିସ ଟିମ୍‌ ଗୋଟିଏ ପରେ ଗୋଟିଏ ମୋଟ ୧୦ଟି ଘରେ ଚଢ଼ାଉ କରିଥିଲା। ସେଠାରେ ମଦଭାଟି ଭାଙ୍ଗିବା ସହ ଏକାଧିକ ହାଣ୍ଡିରେ ଥିବା ରନ୍ଧାମଦକୁ ଆଣି ବାହାରେ ଢ଼ାଳି ଦେଇଥିଲା। ପୋଲିସ ୪୨୦ ଲିଟର ଦେଶୀ ମଦ ଜବତ କରିବା ସହ ୧୪ ହଜାର ଲିଟର ପୋଚ ନଷ୍ଟ କରିଛି। ଏଥିସହ ବହୁ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ଏହାପରେ ପୋଲିସ ୬ଜଣ ମହିଳାଙ୍କୁ ସେଠାରୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ନୟାପଲ୍ଲୀ ଥାନାରେ ଓଡ଼ିଶା ଅବକାରୀ ଆକ୍ଟର ଦଫା ୫୨ (ଏ) (ଆଇ)ରେ ଏକ ମାମଲା (ନଂ. ୬୧୬/୨୦୨୨) ରୁଜୁ କରି ତଦନ୍ତ ଜାରି ରଖିଛି। ଆଗାମୀ ଦିନରେ ଏପରି ଚଢ଼ାଉ ଜାରି ରହିବ ବୋଲି ଡିସିପି ସିଂ କହିଛନ୍ତି। ସାଲିଆ ସାହିରେ ମଦ ଗ୍ଲାସ୍‌କୁ ୧୦ ଟଙ୍କା ବିକ୍ରି କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ପ୍ରସଙ୍ଗ: ପୁଣି କୋହଳ, ବଦଳିଲାନି ବ୍ୟବସ୍ଥା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ୩ ମାସର ଡେଡ୍‌ଲାଇନ୍‌ ସରିବା ପୂର୍ବରୁ ସ୍ଥିତିକୁ ଦେଖି ରାଜ୍ୟ ସରକାର ନୂଆ ମୋଟର ଯାନ ଆଇନକୁ କଡାକଡି ଲାଗୁ କରିବାକୁ ଆଉ ୩...

‘ଶ୍ରୀକ୍ଷେତ୍ରର ସାଂସ୍କୃତିକ ଐତିହ୍ୟ’ ପୁସ୍ତକ ଗବେଷଣାରେ ସହାୟକ ହେବ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ପୁରୀର ସାଂସ୍କୃତିକ ପରିମଣ୍ଡଳର ଅତୀତ ଓ ବର୍ତ୍ତମାନ ସର୍ବଦା ବୌଦ୍ଧିକ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଏହା ଉପରେ ପର୍ଯ୍ୟବସିତ ଡ. ଭାସ୍କର ମିଶ୍ରଙ୍କ...

୫ ଦିନ ଯାଏ ସାରା ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୭ା୫ (ବ୍ୟୁରୋ): ପୂର୍ବ ବିହାର, ଦକ୍ଷିଣ ତାମିଲନାଡୁ, ବିଦର୍ଭ ଏବଂ ରୟାଲ ସୀମା ଉପରେ ଏକ ଟ୍ରପ ଲାଇନ ରହିଛି। ଏଥିସହିତ ବିଦର୍ଭ ଏବଂ ଏହାର...

ବାଲେଶ୍ୱର ସ୍ବାସ୍ଥ୍ୟବିକାଶ ସମିତିର ପ୍ରଥମ ବୈଠକ : ‘ଏଫ୍‌ଏମ୍‌ ମେଡିକାଲ କଲେଜ ସମସ୍ୟାର ସମାଧାନ ହେବ’

କଟକ ଅଫିସ,୧୩ା୯: ବାଲେଶ୍ୱରରେ ସ୍ବାସ୍ଥ୍ୟସେବାକୁ ନେଇ ପ୍ରଥମ ସ୍ବାସ୍ଥ୍ୟ ବିକାଶ ସମିତି ସାଧାରଣ ବୈଠକ ଗୁରୁବାର କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି)ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।...

ମରାମତି ନାମରେ କାଟିଦେଲେ ଶତାଧିକ ଗଛ

ସରଣ୍ଡା,୨୮।୩: ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖାଇରପାଲି ରେଳଲାଇନପଡ଼ା। ଏହି ପଡାରେ ୫୦ ପରିବାରର ରହୁଛନ୍ତି। କାମଧନ୍ଦା କରି ସେମାନେ ଚଳନ୍ତି। ପଡ଼ାବାସୀଙ୍କ ସମ୍ମୁଖରେ...

ଶ୍ରୀମନ୍ଦିର ସେବାୟତଙ୍କ ଉପରେ ଖସିପଡ଼ିଲା ହିରଣ୍ୟକଶ୍ୟପ ମୂର୍ତ୍ତି, ଭାଙ୍ଗିଲା ଗୋଡ

ପୁରୀ ଅଫିସ,୨୮।୩: ଶ୍ରୀମନ୍ଦିରରେ ରବିବାର ଏକ ଅଘଟଣ ଘଟିଛି। ପଶ୍ଚିମ ଦ୍ୱାରରେ ଥିବା ଉଗ୍ର ନୃସିଂହଙ୍କ କୋଳରେ ଶୋଭା ପାଉଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତୀ ଖସି ପଡ଼ିବାରୁ...

ଆଜିଠୁ ବ୍ଲକ, ନଗର କଂଗ୍ରେସ ପକ୍ଷରୁ ୨ ଦିନିଆ ବିକ୍ଷୋଭ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ କରାଯାଉଥିବା ଜେରାକୁ ନେଇ ଦେଶବ୍ୟାପୀ ବିରୋଧର ସ୍ବର ତେଜିବାରେ ଲାଗିଛି। ସୋମବାର ରାହୁଲ ପୁଣି...

ବସ-ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ମୃତ, ୨୮ ଗୁରୁତର

ଭଦ୍ରକ ଅଫିସ, ୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟଛି। ବସ-ଟ୍ରକ ମୁହାଁମୁହିଁ ଧକ୍କା...

Advertisement
Archives

Model This Week