ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁ ସମ୍ଭବ: ଅଶୋକ ପଣ୍ଡା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଭୁବନେଶ୍ୱର ଏକାମ୍ର ପ୍ରକଳ୍ପ ଏବଂ କୋଣାର୍କ ପ୍ରକଳ୍ପ ପାଇଁ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ) ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି) ଦେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ରାଜ୍ୟ ସଂସ୍କୃତି ବିଭାଗକୁ ଅବଗତ କରାଯାଇଛି। ପ୍ରତିବନ୍ଧିତ ଅଞ୍ଚଳରେ ହେଉଥିବା ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି। ଏନ୍‌ଏମ୍‌ଏ କଟକଣା ରହିଥିବାରୁ ଉକ୍ତ ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରାଯାଇପାରୁ ନ ଥିଲା। ଏହି କଟକଣାକୁ ହଟାଇବା ପାଇଁ ଓଡ଼ିଶା ବ୍ରିଜ୍‌ ଆଣ୍ଡ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ (ଓବିସିସି) ପକ୍ଷରୁ ଏନ୍‌ଏମ୍‌ଏ ନିକଟରେ ଏକ ସଂଶୋଧିତ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର) ଦାଖଲ କରାଯାଇଥିଲା। ଏହାକୁ ତର୍ଜମା କରାଯିବା ପରେ ଏନ୍‌ଏମ୍‌ଏ ପକ୍ଷରୁ ଏନ୍‌ଓସି ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ମାଣ ହେଉଥିବା କ୍ଲକ୍‌ ରୁମ୍‌, ମିନି କ୍ଲକ୍‌ ରୁମ୍‌, ସେଲ୍‌ଟର ପାଭେଲିୟନ, ମହିଳା ଟଏଲେଟ, ସେବାୟତ ଟଏଲେଟ, ଇଲେକ୍ଟ୍ରିକାଲ ରୁମ, କିଓସ୍କୋ, ପୋଲିସ ସର୍ଭିସ ସେଣ୍ଟର, ଫାଷ୍ଟ ଏଡ୍‌ ସେଣ୍ଟର, ଏଟିଏମ୍‌ ଇତ୍ୟାଦି ନିର୍ମାଣ କ୍ଷେତ୍ରରେ ରହିଥିବା ବାଧା ଦୂର ହୋଇଛି। ସେହିପରି ଏକାମ୍ର ପ୍ରକଳ୍ପ ପାଇଁ ଲିଙ୍ଗରାଜ ମଲ୍‌ଟିମୋଡାଲ ହବ୍‌, କେଦାରଗୌରୀ ପାକିର୍ଂ, ଲିଙ୍ଗରାଜ ଏଣ୍ଟ୍ରାନ୍ସ ପ୍ଲାଜା, ହେରିଟେଜ ପାର୍କ, କେଦାରଗୌରୀ ପ୍ଲାଜା, ଅନନ୍ତ ବାସୁଦେବ ପ୍ଲାଜା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କରିବାକୁ ଏନ୍‌ଏମ୍‌ଏ ଏନଓସି ଦେଇଛନ୍ତି। ସେହିପରି କୋଣାର୍କ ପ୍ରକଳ୍ପ ପାଇଁ ମଧ୍ୟ ଏନ୍‌ଓସି ଦେଇଛନ୍ତି।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁ ଆଜି ଏହା ସମ୍ଭବ ହୋଇଛି। ଏଥିସହିତ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ପୂର୍ତ୍ତ ସଚିବ, ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ମଧ୍ୟ ଏ ଦିଗରେ ଅନେକ ଉଦ୍ୟମ କରିଛନ୍ତି। ଏନ୍‌ଓସି ଦେଇଥିବାରୁ ସ୍ଥାନୀୟ ବିଧାୟକ ଭାବେ ସେ ଏଥିପାଇଁ ଏନ୍‌ଏମ୍‌ଏକୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ଲୋକାଲ କେସ୍‌...

ପ୍ରାଚୀନ ଐତିହାସିକ ଲେଖନୀ ସମ୍ବନ୍ଧରେ ଆଲୋଚନା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଶୁକ୍ରବାର ‘ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଲେଖନୀରେ ସ୍ବାଧୀନତା ସଂଗ୍ରାମୀ’ ଶୀର୍ଷକ...

ଶନିବାରରୁ ପୁଣି ବର୍ଷା

ଭୁବନେଶ୍ୱର,୧୦।୧୨(ବ୍ୟୁରୋ) ରାଜ୍ୟରେ କୋହଲା ପାଗ ସାଙ୍ଗକୁ କିଛି ସ୍ଥାନେ ସ୍ଥାନେ ଝିପି ବର୍ଷା ଲାଗି ରହିଛି । ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ମଧ୍ୟରେ...

ଷ୍ଟ୍ରେଚର ଅଭାବ, କାନ୍ଧରେ ବୁହା ହେଉଛନ୍ତି ରୋଗୀ

କଟକ ଅଫିସ, ୨୦-୯:କଟକ ଏସ୍‌ସିବି ମେଡିକାଲରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ପ୍ରତିଦିନ ୫ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ସେମାନଙ୍କ...

ରାଜ୍ୟ ବାହାରର ୮ ଶ୍ରମିକଙ୍କୁ କରୋନା

ଭୁବନେଶ୍ୱର, ୨୩।୬(ବ୍ୟୁରୋ): କଟକଣା କୋହଳ ହେବା ପଠାରୁ ରାଜଧାନୀ ଭୁବନେଶ୍ୱରକୁ ବାହାର ରାଜ୍ୟରୁ ଦଳଦଳ ହୋଇ ଶ୍ରମିକ ଆସୁଛନ୍ତି। ସବୁ ନିୟମକୁ ଜଳାଞ୍ଜଳି ଦେଇ ଅମାନିଆ...

ସର୍ବସାଧାରଣରେ ରହିବ ସଡ଼କ ଦୁର୍ଘଟଣା ତଥ୍ୟ

ଭୁବନେଶ୍ୱର,୨୪ା୫(ବ୍ୟୁରୋ):ସଡ଼କ ସୁରକ୍ଷା ଦିଗରେ ରାଜ୍ୟ ସରକାର ତପତ୍ରତା ପ୍ରକାଶ କରିଛନ୍ତି। ଏଣିକି ସାଧାରଣ ସ୍ଥାନରେ ସଡ଼କ ଦୁର୍ଘଟଣାର ସବୁ ତଥ୍ୟ ଲଗାଯିବ। ଜିଲାସ୍ତରରେ ମାସକ ଭିତରେ...

ରାଜଧାନୀରେ ଡବଲ ହେଲ୍‌ମେଟ୍‌ ଚେକିଂ: ୫୦ରୁ ଊର୍ଦ୍ଧ୍ୱ ଅମାନିଆ ଜରିମାନା ଗଣିଲେ

ଭୁବନେଶ୍ୱର,୨।୧(ବ୍ୟୁରୋ): କିଛିଦିନର ନିସ୍ତାର ଓ ସଚେତନତା ପରେ ଜାନୁୟାରୀ ୧ରୁ ଡବଲ ହେଲମେଟ୍‌ ଚେକିଂ ଆରମ୍ଭ ହୋଇଛି। ବାଇକ ଚଲାଇବା ସମୟରେ ଚାଳକ ଓ ପଛରେ...

ନିର୍ବାଚନରେ ହାରିବା ପରେ ବିଜୟଙ୍କ ପ୍ରତିକ୍ରିୟା: କହିଲେ ‘ଫଳାଫଳ ଆଶ୍ଚର୍ଯ୍ୟ କରିଛି, ଏହା ମୋ’ ସପକ୍ଷରେ ଥିଲା’

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ବହୁ ଉପେକ୍ଷିତ ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି।...

Advertisement
Archives

Model This Week