Posted inଖେଳ

ଜନ୍ମଦିନରେ ଧୋନୀଙ୍କ ପାଇଁ ସାକ୍ଷୀ ଲେଖିଲେ ଏହି ମେସେଜ୍‌

ନୂଆଦିଲ୍ଲୀ, ୭।୭- ବିଶ୍ୱ କ୍ରିକେଟ୍‌ରେ ପ୍ରଥମ ଅଧିନାୟକ ଭାବେ ଆଇସିସିର ସମସ୍ତ ୩ଟି ଯାକ ଟ୍ରଫି ଜିତିଥିବା ମହେନ୍ଦ୍ର ସିଂ ଧୋନୀ ମଙ୍ଗଳବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ କ୍ରୀଡ଼ା ଜଗତ ସମେତ ଚାରିଆଡ଼ୁ ଧୋନୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଦେବାରେ ପଛରେ ପଡ଼ିନାହାନ୍ତି। ସାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଧୋନୀଙ୍କ କିଛି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଏହି ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ତାଙ୍କ ଫାର୍ମ ହାଉସ ପରିସରରେ ପୋଷା କୁକୁରଙ୍କ ସହ ଖେଳୁଥିବାର ଦେଖିବାକୁ ମିଳିଛି। ଏହି ଫଟୋ ତଳେ ସାକ୍ଷୀ ଲେଖିଛନ୍ତି, ‘ତୁମେ ଆଜି ଜନ୍ମଦିନ ଅବସରରେ ଆହୁରି ଗୋଟିଏ ବର୍ଷ ବଡ଼ ହୋଇଗଲ। ଚୁଟି ଆଉ ଟିକେ ଧଳା ହୋଇଯାଇଛି। ତୁମେ ଆହୁରି ସ୍ମାର୍ଟ ଓ ମଧୁର ହୁଅ। ତୁମେ ସେହି ବ୍ୟକ୍ତି ନୁହେଁ ଯିଏକି ଭଲପାଇବା ଓ ଉପହାର ଦ୍ୱାରା ପ୍ରଭାବିତ ହୋଇଯିବ। ତେବେ ଚାଲ ତୁମ ଜନ୍ମଦିନର ଆଉ ଏକ ବର୍ଷକୁ କେକ୍‌ କାଟି ଓ ମହମବତୀ ଜାଳି ସେଲିବ୍ରେସନ କରିବା। ହାପି ବାର୍ଥଡେ, ସ୍ବାମୀ।’ ଏଠାରେ ଉଲ୍ଲେଖଯୋଗ୍ୟ, ୪ ଜୁଲାଇ ୨୦୧୦ରେ ଧୋନୀ ତାଙ୍କ ସ୍କୁଲବେଳର ସାଙ୍ଗ ସାକ୍ଷୀ ସିଂ ରାଓ୍ବତ୍‌ଙ୍କୁ ବିବାହ କରିଥିଲେ। ଉଭୟ ଡିଏଭି ଜବାହର ବିଦ୍ୟାମନ୍ଦିରରେ ଏକାଠି ପଢ଼ୁଥିଲେ। ବିବାହ ସମୟରେ ସାକ୍ଷୀ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରୁଥିଲେ। ୨୦୧୫ରେ ଧୋନୀ ଏକ କନ୍ୟା ସନ୍ତାନର ବାପା ହୋଇଥିଲେ। ତାଙ୍କ ଝିଅର ନାମ ଜିଭା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗମ୍ଭୀର-ପ୍ରସାଦ ମୁହାଁମୁହିଁ

ନୂଆଦିଲ୍ଲୀ, ୨୪।୫: ୨୦୧୯ ବିଶ୍ୱକପ ଦଳରୁ ଅମ୍ବାତି ରାୟୁଡ଼ୁ ବାଦ୍‌ ପଡ଼ିବାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଓ ପୂର୍ବତନ ଚୟନ କମିଟି...

ହକିରେ ଭାରତୀୟ ମହିଳାଙ୍କ କ୍ୱାର୍ଟର ଆଶା ଉଜ୍ଜୀବିତ

ଟୋକିଓ,୩୦।୭: ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ମହିଳା ଦଳ କ୍ରମାଗତ ୩ଟି ପରାଜୟ ବରଣ କରିବା ପରେ ପ୍ରଥମ ବିଜୟ ହାସଲ କରିଛି। ଶୁକ୍ରବାର ଭାରତ...

ମ୍ୟାଚ୍‌ ମଝିରେ କଫି ମଗାଇଲେ ଟେନିସ ଷ୍ଟାର

ନ୍ୟୁୟର୍କ,୨୯।୮: କଫି ପିଇବା କ୍ରୀଡ଼ାବିତଙ୍କ ମଧ୍ୟରେ ସାଧାରଣ କଥା। ତେବେ ମ୍ୟାଚ୍‌ ମଝିରେ କଫି ମଗାଇବା ନିଶ୍ଚିତ ଭିନ୍ନ ଘଟଣା। ଏଠାରେ ଚାଲିଥିବା ଚଳିତ ସିଜନର...

ଅର୍ଜୁନ ପୁରସ୍କାର ପାଇଁ ଝିଙ୍ଗାନ୍‌, ବାଲା ଦେବୀଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଚଳିତ ବର୍ଷର ଅର୍ଜୁନ ପୁରସ୍କାର ପାଇଁ ଜାତୀୟ ଦଳର ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ୍‌ ଏବଂ...

ବିସିସିଆଇ ନୂତନ ଚୟନ କମିଟିରେ ସ୍ଥାନ ପାଇଲେ ଓଡ଼ିଶାର ଶିବସୁନ୍ଦର ଦାସ

ନୂଆଦିଲ୍ଲୀ,୭।୧: ବିସିସିଆଇ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଟିମ୍‌ ଇଣ୍ଡିଆ ତଥା ଓଡ଼ିଶାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଶିବସୁନ୍ଦର ଦାସ। ସେ ଏବେ ଭାରତୀୟ...

ମେସିଙ୍କୁ ପଛରେ ପକାଇଲେ ଛେତ୍ରୀ

ଦୋହା,୮।୬: ଭାରତୀୟ ଫୁଟ୍‌ବଲ ଷ୍ଟାର ସୁନୀଲ ଛେତ୍ରୀ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତଥା ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି। ଅନ୍ତର୍ଜାତୀୟ ଫୁଟବଲରେ ସକ୍ରିୟ...

କଳିଙ୍ଗ ଷ୍ଟାଡିୟମରେ ସାଉଦି ଆରବ ପ୍ରତିନିଧି

ଭୁବନେଶ୍ୱର, ୧୯।୬(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଭାରତ-ଲେବାନନ୍‌ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଫାଇନାଲର ପ୍ରତ୍ୟକ୍ଷଦର୍ଶୀ ହେବା ପାଇଁ ସାଉଦିଆରବ ଫୁଟ୍‌ବଲ ଫେଡେରେଶନର ଏକ ପ୍ରତିନିଧି...

ବିଶ୍ୱକପ ଫାଇନାଲ: ଇଂଲଣ୍ଡର ବିଜୟ ଲକ୍ଷ୍ୟ ୨୪୨

ଲର୍ଡସ, ୧୪।୭: ଐତିହାସିକ ଲର୍ଡସରେ ରବିବାର ଅନୁଷ୍ଠିତ ବିଶ୍ୱକପ ଫାଇନାଲରେ ଆୟୋଜକ ଇଂଲଣ୍ଡ ସାମ୍ନାରେ ୨୪୨ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ। ଟସ୍‌ ଜିତି ପ୍ରଥମେ...

Advertisement
Archives

Model This Week