ସଜନାଗଡ଼ ବଡ଼ପୋଲ ପାର୍ଶ୍ୱ ଅତଡ଼ା ଧସିଲା

ସଜନାଗଡ଼,୨୩|୧(ଡି.ଏନ.ଏ.) ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ସେରଗଡ଼ ଭାୟା ନୀଳଗିରି-ଉଦଳା ୧୯ନଂ. ରାଜ୍ୟ ରାଜପଥର ସଜନାଗଡ଼ଠାରେ ଥିବା ବଡ଼ପୋଲ(ଘାଘରା ସେତୁ) ପାର୍ଶ୍ୱରୁ ପୁଣି ମାଟି ଅତଡ଼ା ଧସିଛି। ପୂର୍ତ୍ତ ବିଭାଗ ପକ୍ଷରୁ ସେଠାରେ ଏକ ନୂଆ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୨ ବର୍ଷ ପୂର୍ବେ ପୋଲ ନିର୍ମାଣ ଲାଗି ଶିଳାନ୍ୟାସ କରାଯାଇଥିଲା। ମାତ୍ର ଠିକାଦାର କାମ ବିଳମ୍ବ କରିବାରୁ ଏହି କାମ ସରିନାହିଁ। ପ୍ରଶାସନିକ ଅଧିକାରୀଙ୍କ ତାଗିଦ ପରେ କିଛି ଦିନ ହେବ କାମ ଚାଲୁ ରହିଛି। ତେବେ ପୁରୁଣା ପୋଲ ପାଶର୍‌ବରେ ଥିବା ମାଟିକୁ ଠିକାଦାର ଜେସିବି ସାହାଯ୍ୟରେ ଅଧିକ ତାଡ଼ି ଦେଇଥିବାରୁ ଏବେ ବଡ଼ପୋଲ ବିପଦ ସଙ୍କୁଳ ପାଲଟିଛି। ଭାରୀଯାନ ଚଳାଚଳ ସମୟରେ ଏହି ପୋଲର ଗୋଟିଏ ପାର୍ଶ୍ୱରୁ ମାଟି ଅତଡ଼ା ଖସିପଡୁଛି। ଶନିବାର ଭୋର ସମୟରେ ମଧ୍ୟ ଅତଡ଼ା ଧସି ପଡ଼ିଥିବା ଦେଖିବାକୁ ମିଳିଛି। ସେହି ସ୍ଥାନରେ ବଡ଼ପୋଲର ଗୋଟିଏ ପାଖର ସୁରକ୍ଷା ବାଡା ମଧ୍ୟ ଝୁଲି ରହିିଛି। ମୟୂରଭଞ୍ଜକୁ ସଂଯୋଗ କରୁଥିବା ଉକ୍ତ ପୋଲରେ ଦୈନିକ ହଜାର ହଜାର ଗାଡ଼ି ଯାତାୟାତ କରୁଥିବା ବେଳେ ଏବେ ଉଭୟ ଗାଡ଼ି ଓ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ବଢ଼ିଛି। ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରା ନ ଗଲେ କେଉଁ ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ଲୋକଙ୍କ ସୁରକ୍ଷା ଦିଗରେ ପ୍ରଶାସନର ନିରବତାକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରୁଛନ୍ତି। କୌଣସି ବଡ଼ ଦୁର୍ଘଟଣା ପୂର୍ବରୁ ପୂର୍ତ୍ତ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କନିଷ୍ଠଯନ୍ତ୍ରୀ ଲକ୍ଷ୍ମଣ ସିଂଙ୍କୁ ପଚାରିବାରୁ ଠିକାଦାର ପୁରୁଣା ପୋଲ ପାଶର୍‌ବରୁ ଅଧିକ ମାଟି କାଟିଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଓ ଲୋକଙ୍କ ସୁରକ୍ଷା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ ଜିଲା ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା ହେବ: ମନ୍ତ୍ରୀ

ଭଦ୍ରକ ଅଫିସ,୪ା୬-ଭଦ୍ରକ ଜିଲାରେ ପର୍ଯ୍ୟଟନର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା କରିବା ସକାଶେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ...

୪ ଦଫା ଦାବି ନେଇ ସିମୁଳିଆ ଥାନା ସମ୍ମୁଖରେ ଭାଜପାର ଗଣଧାରଣା

ସିମୁଳିଆ,୧୬।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଭାଜପା ପକ୍ଷରୁ ଶନିବାର ମଧ୍ୟାହ୍ନରେ ୪ ଦଫା ଦାବି ନେଇ ଥାନା ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ପୂର୍ବତନ ମନ୍ତ୍ରୀ ତଥା...

୧୪୪ ଗାଁ ଲୋକେ ପିଇବେ ସ୍ବଚ୍ଛ ପାଣି

ବାଲିଆପାଳ, ୨୪।୪(ସ୍ବ.ପ୍ର.): ବାଲେଶ୍ୱର ଜିଲା ବିଜେଡ଼ି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ଏବଂ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଶୁକ୍ରବାର ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର...

ହାତୀପଲ ଉଜାଡ଼ିଲେ ମକା ଫସଲ

ଚମ୍ପୁଆ, ୩ା୭(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ବଢୁଥିବା ହାତୀ ଉପଦ୍ରବ କମୁ ନ ଥିବା ବେଳେ ବନବିଭାଗର ହାତୀ ଘଉଡାଇବା ଉଦ୍ୟମ ଫେଲ ମାରୁଛି। ଏହି ଉପଦ୍ରବ ଫଳରେ...

ଶାଳକାଠ ବୋଝେଇ ପିକ୍‌ଅପ୍‌ ଗାଡ଼ି ଜବତ: ଅଭିଯୁକ୍ତ ଫେରାର

ପାଟଣା,୨୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଧନୁର୍ଜୟପୁର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ଶନିବାର ସକାଳେ ପାଟଣା ବନ ବିଭାଗ ୫ ଖଣ୍ଡ ଶାଳକାଠ ଥିବା...

ପାଣି ପାଇଁ ପ୍ରଶାସନର ଦ୍ୱାରସ୍ଥ: ଦାବି ପୂରଣ ନ ହେଲେ ଆର୍ବଜନା ପକାଇ ଧାରଣା

ବାଲେଶ୍ୱର ଅଫିସ, ୬।୧୧-ବାଲେଶ୍ୱର ସଦର ବ୍ଲକ ବଡ଼ଖୁଆ ଗ୍ରାମରେ ପାନୀୟଜଳ ଦୂଷିତ ହୋଇପଡିଥିବା ନେଇ ଦୀର୍ଘଦିନ ହେଲା ଅଭିଯୋଗ ହୋଇଆସୁଛି। ବିଭାଗୀୟ ଅଧିକାରୀମାନେ ଏ ଦିଗରେ...

ଗାଁରେ ପଶିଲା ଦନ୍ତା, ଲୋକେ ଭୟଭୀତ

ବାଲେଶ୍ୱର ଅଫିସ,୨୪ା୬: ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ଅଯୋଧ୍ୟା ଗାଁରେ ବୁଲୁଛି ଝାଡ଼ଖଣ୍ଡୀ ଦନ୍ତା। ଗୁରୁବାର ମଧ୍ୟରାତିରୁ ଆସିଥିବା ଦନ୍ତାଟି ଗୋଟିଏ ଘର ଭାଙ୍ଗିବା ସହ...

ବାହାନଗାରୁ ୩ ସଂକ୍ରମିତ ଚିହ୍ନଟ: ଗୋପାଳପୁର ପଞ୍ଚାୟତକୁ ୨୪ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ବାହାନଗା, ୧୫।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ଗୋପାଳପୁର ସରପଞ୍ଚ ଯୋଗେଶ ଚନ୍ଦ୍ର ପତି ଶୁକ୍ରବାର ପଞ୍ଚାୟତର ସମସ୍ତ ବଜାର-ଗାଁକୁ ୨୪ ଘଣ୍ଟିଆ ସଟ୍‌ ଡାଉନ୍‌...

Advertisement
Archives

Model This Week