Posted inଜାତୀୟ

ଉତ୍ତରାଖଣ୍ଡ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଡେରାଡୁନ,୨୩ ।୧: ଉତ୍ତରାଖଣ୍ଡ ନିର୍ବାଚନ ଲାଗି କଂଗ୍ରେସ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୫୩ ଜଣ ପ୍ରାର୍ଥୀ ରହିଛନ୍ତି । ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବିରୋଧରେ ଭୁବନ ଚନ୍ଦ୍ର କପରୀଙ୍କୁ ମଇଦାନକୁ ଓହ୍ଲାଇଛି । ଏପଟେ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ୟଶପାଲ ଆର୍ଯ୍ୟଙ୍କୁ ବାଜପୁରରୁ ଟିକେଟ ଦିଆଯାଇଛି । ୫୩ ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏମିତି ଆହୁରି ୧୫ ଆସନ ରହିଛି ଯାହାକୁ ନେଇ ଏବେବି ମନ୍ଥନ ଚାଲିଛି । ଏହି ଆସନ ଗୁଡିକରେ ଏବେ ପର୍ଯ୍ୟନ୍ତ ସହମତି ହୋଇ ପାରୁ ନ ଥିବା କୁହାଯାଉଛି । ଯେଉଁ ଆସନକୁ ନେଇ ବିବାଦ ଲାଗି ରହିଛି ସେଠାରେ ହରିଶ ରାୱତ ଓ ପ୍ରିତମ ସିଂ ନିଜ ନିଜର ପ୍ରାର୍ଥୀ ଦେବାକୁ ଚାହୁଁଛନ୍ତି ବୋଲି ଶୁଣିବାକୁ ମିଳିଛି । ପ୍ରଥମ ସୂଚିରେ ନା ହରକ ସିଂ ରାୱତଙ୍କ ନାମ ରହିଛି ନା ହରିଶ ରାୱତଙ୍କ ଦାବିଦାରଙ୍କୁ ନେଇ କୌଣସି ସୂଚନା ରହିଛି । ଏପଟେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଗଣେଶ ଗୋଦିୟାଲ କହିଛନ୍ତି ଆଶା କରୁଛି ସମସ୍ତ ପ୍ରାର୍ଥୀ ବିଜୟି ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ବିରୋଧୀ କଟକଣାରେ ସାମିଲ ହେଉ ଭାରତ: ଲିଜ୍‌ ଟ୍ରୁସ୍‌

ନୂଆଦିଲ୍ଲୀ,୧ା୪: ଏପ୍ରିଲରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ଗୁରୁବାର ତାଙ୍କ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ଦିଲ୍ଲୀ ଆସିଛନ୍ତି। ସେ...

ଆସାମରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ହାଇ ଆଲର୍ଟ ଜାରି…

ଶ୍ରୀନଗର,୧୮।୧୦: ଆସାମରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ...

ଭାଜପା ଏମ୍‌ପିମାନଙ୍କୁ ଦିଆଗଲା କାର୍ଯ୍ୟ ତାଲିକା: ୧୫ ଦିନରେ ଶେଷ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପିମାନଙ୍କୁ କିଛି କାର୍ଯ୍ୟ ଦେଇଛନ୍ତି। ଏହାକୁ ୧୫ ଦିନରେ ପୂରଣ କରିବାକୁ ମଧ୍ୟ...

ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ କାହିଁକି, କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ୍‌ ତଲବ…

ଥିରୁଭାନନ୍ତପୁରମ୍‌,୯।୧୦: କରୋନା ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ସମ୍ପର୍କରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। କୋଟ୍ଟାୟାମର ବାସିନ୍ଦା...

ସ୍ମୃତି ଇରାନିଙ୍କ ଚପଲକୁ ନେଇ କମେଣ୍ଟ କଲେ ଯୁଜର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୦ ।୧୨: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ସୋସିଆଲ ମିଡିଆରେ ନିଜର ହ୍ୟୁମର ବା ମଜାଳିଆ କଥାକୁ ନେଇ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ଏମିତିକି...

ଏକ ସାଙ୍ଗରେ ଚା’ ପିଇଲେ ସୃଷ୍ଟି ହୁଏନା ବିରୋଧୀ ଏକତା, ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୧୧।୯ : ବିହାର ରାଜନୀତିରେ ସକ୍ରିୟ ହେବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ...

ସାଧାରଣତନ୍ତ୍ର ଦିବସରେ ବିହାରରେ ଟ୍ରେନ ଜାଳିଦେଲେ ଛାତ୍ରୀଛାତ୍ର

ପାଟଣା,୨୬।୧: ଦେଶରେ ବୁଧବାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ବିହାରରେ ଏକ ଯାତ୍ରୀବାହି ଟ୍ରେନକୁ ଜାଳି ଦେଇଛନ୍ତି ରେଲଓ୍ବେ ଚାକିରି ପରୀକ୍ଷା ବିରୋଧରେ...

୨ ମାସରେ ୧୬ ଜଣଙ୍କୁ ମାରିଲାଣି ଦନ୍ତା

ନୂଆଦିଲ୍ଲୀ,୨୪।୬: ହାତୀ ପଲରୁ ବିତାଡ଼ିତ ହେବା ପରେ ଏକ ଦନ୍ତା ଝାଡ଼ଖଣ୍ଡର ସନ୍ଥାଳ ପରଗାନା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗତ ଦୁଇ ମାସ ମଧ୍ୟରେ...

Advertisement
Archives

Model This Week