ପରିବେଶ ମଞ୍ଜୁରୀ ମିଳିବାରେ ବିଳମ୍ବ

ଆନନ୍ଦପୁର,୨୩ା୧(ସ୍ବ.ପ୍ର.)  କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ବାଲି ସଇରାତର ଷ୍ଟାଟସ୍‌କୁ ଦେଖିଲେ ସ୍ପଷ୍ଟ ହୋଇଯିବ ଯେ, ଅଧିକାରୀଙ୍କ ଉଦାସୀନତା ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆନନ୍ଦପୁର ତହସିଲ ଅଧୀନ ବାଲି ସଇରାତ ଗୁଡିକର ଲିଜ୍‌ ପ୍ରକ୍ରିୟା ବର୍ଷେରୁ ଅଧିକ ଦିନ ହେବ ଶେଷ ହୋଇଥିଲେ ବି ପରିବେଶ ମଞ୍ଜୁରୀ ମିଳି ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରୁନି। ଫଳରେ ବିଭିନ୍ନ ସମୟରେ ବେଆଇନ ବାଲି ଚାଲାଣ କରାଯାଉଛି। ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସରକାରୀ ସ୍ତରରେ ହେଉ ଅବା ଘରୋଇ ହେଉ ଚୋରା ବାଲି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ତହସିଲ ଅଧୀନରେ ସମସ୍ତ ବାଲି ସଇରାତ ବନ୍ଦ ରହିଥିବା ସତ୍ତ୍ୱେ ଚୋରା ବାଲି ଦ୍ୱାରା ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ ସ୍ବାଭାବିକ ଚାଲୁଛି। ଏହାଦ୍ୱାରା ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ତହସିଲ ପକ୍ଷରୁ ୨୦୨୧ ଏପ୍ରିଲରୁ ୨୦୨୨ ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ଚୋରା ବାଲି ଚାଲାଣ ରୋକିବାକୁ ଉଦ୍ୟମ କରାଯାଇ ୧୧୭ ଗାଡ଼ି ଜବତ କରାଯାଇଛି। ଜରିମାନା ବାବଦକୁ ୧୯ ଲକ୍ଷ ୩୦ ହଜାର ଟଙ୍କା ଆଦାୟ କରାଯାଇଥିବା ସୂଚନା ମିଳିଛି। ତହସିଲ ପକ୍ଷରୁ ପରିବେଶ ମଞ୍ଜୁରୀ କାଗଜ ପତ୍ର ବର୍ଷେରୁ ଉର୍ଦ୍ଧ୍ୱ ଦିନ ହେବ ପଠାଯାଇଥିଲେ ବି ଘଟଣାକୁ ଗୁରୁତ୍ୱ ଦିଆ ନ ଯାଇ ଏଥିରେ ବିଳମ୍ବ ହେବା ପରିତାପର ବିଷୟ। ଏସମ୍ପର୍କରେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ କହିଛନ୍ତି ଯେ, କାର୍ଯ୍ୟାଳୟ ପକ୍ଷରୁ ପରିବେଶ ମଞ୍ଜୁରୀ ନିମନ୍ତେ ଠିକଣା ସମୟରେ ଆବଶ୍ୟକ କାଗଜପତ୍ର ପ୍ରଦାନ କରାଯାଇଛି। ପରିବେଶ ମଞ୍ଜୁରୀ ପତ୍ର ମିଳିବା ପରେ ବାଲି ସଇରାତ ଗୁଡିକ ସ୍ବାଭାବିକ ଭାବେ କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଯାତ୍ରୀବାହୀ ବସ୍‌: ୨ଗୁରୁତର, ୧୫ଆହତ

କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ-ତେନ୍ତୁଳୀଖୁଣ୍ଟି ରାସ୍ତାରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡିଛି। ଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଥିବା...

ପାଣି ପାଇଁ ରାସ୍ତା ଅବରୋଧ

କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଖରା ଦିନ ଆରମ୍ଭ ନ ହଉଣୁ କେନ୍ଦୁଝର ଜିଲାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ସରକାର ଘରେ ଘରେ ପାଇପ୍‌...

ମା’ ତାରିଣୀଙ୍କ ହୁଣ୍ଡି ଚାବି ହଜେଇଦେଲେ

ଘଟଗାଁ,୨୭ା୨(ରାଜେନ୍ଦ୍ର କୁମାର ପଟ୍ଟନାୟକ):କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିରରେ ବଡ଼ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ମନ୍ଦିର ବେଢ଼ାରେ ଥିବା ଏକ ଦାନବାକ୍ସର ଚାବି ନ...

ପ୍ରାର୍ଥୀ ବଦଳାଇ ବିଜେଡି ଜିତୁଛି

ଆନନ୍ଦପୁର,୨୭।୨(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଗତ ତିନୋଟି ନିର୍ବାଚନକୁ ଦେଖିଲେ ବିଜେଡି...

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲକୁ ନେଇ ସ୍ପଷ୍ଟୀକରଣ ରଖିଲା ଜିଲା ଶିକ୍ଷା ବିଭାଗ

କେନ୍ଦୁଝର,୨୬।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ପ୍ରଶ୍ନପତ୍ର ଭାଇରାଲକୁ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବ। ଏପରିକି ସୋମବାର ପ୍ରଶ୍ନ ପତ୍ର...

ମାଟ୍ରିକ ପରୀକ୍ଷା ବେଳେ ସ୍କ୍ବାର୍ଡଙ୍କୁ ଦେଖି ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ

ହାଟଡିହୀ,୨୬l୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଚେତାଶୂନ୍ୟ ହୋଇ...

ଭିଡିଓ କନ୍‌ଫରେନ୍ସିଂ ଜରିଆରେ କେନ୍ଦୁଝରଗଡ଼ ଷ୍ଟେଶନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରେଳ ଷ୍ଟେଶନଗୁଡ଼ିକରେ ବିଶ୍ୱସ୍ତରୀୟ ସେବା ଉପଲବ୍ଧ କରିବା ଦିଗରେ କେନ୍ଦ୍ର ସରକାର ଅଧିକ...

ପୁଣି ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚର୍ଚ୍ଚା, ସ୍ପଷ୍ଟ କରୁନି ଶିକ୍ଷା ବିଭାଗ

କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ସୋମବାର ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ଘଟଣା ଚର୍ଚ୍ଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri