Posted inଜାତୀୟ

ଶିଖ୍‌ ଦଙ୍ଗା ଘଟଣା: ଦୋଷୀ ସାବ୍ୟସ୍ତ ହେଲେ ସଜ୍ଜନ କୁମାର

ନୂଆଦିଲ୍ଲୀ,୧୨ା୧: ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ସହିତ ଜଡ଼ିତ ମାମଲାରେ ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟ ପୂର୍ବତନ କଂଗ୍ରେସ ଏମ୍‌ପି ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସଜ୍ଜନ କୁମାରଙ୍କ ଦଣ୍ଡ ଉପରେ ୧୮ ଫେବୃଆରୀରେ ଶୁଣାଣି ହେବ।

ସଜ୍ଜନ କୁମାର ୧ ନଭେମ୍ବର ୧୯୮୪ରେ ଦିଲ୍ଲୀର ସରସ୍ବତୀ ବିହାରରେ ଯଶଓ୍ବନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଥିଲେ। ଏହି ମାମଲାରେ, କୋର୍ଟ ବୁଧବାର ତାଙ୍କର ରାୟ ପ୍ରଦାନ କରିଛନ୍ତି।

କୋର୍ଟ ସଜ୍ଜନ କୁମାରଙ୍କ ବିରୋଧରେ ଆଇପିସିର ଧାରା ୧୪୭/୧୪୮/୧୪୯/୩୦୨/୩୦୮/୩୨୩/୩୯୫/୩୯୭/୪୨୭/୪୩୬/୪୪୦ ଅନୁଯାୟୀ ଅପରାଧ ପାଇଁ ଚାର୍ଜଫ୍ରେମ କରିଥିଲେ।

ଏସ୍‌ଆଇଟି ଅଭିଯୋଗ କରିଛି ଯେ, ସଜ୍ଜନ କୁମାର ଭିଡ଼ର ନେତୃତ୍ୱ ନେଉଥିଲେ ଏବଂ ତାଙ୍କ ପ୍ରରୋଚନାରେ, ଭିଡ଼ ଦୁଇ ଜଣଙ୍କୁ ଜୀବନ୍ତ ଜାଳି ଦେଇଥିଲେ ଏବଂ ସେମାନଙ୍କ ଘରର ଜିନିଷପତ୍ର ଏବଂ ଅନ୍ୟାନ୍ୟ ସମ୍ପତ୍ତିକୁ ମଧ୍ୟ କ୍ଷତି ପହଞ୍ଚାଇଥିଲେ। ଜିନିଷପତ୍ର ନଷ୍ଟ ଏବଂ ଲୁଟ୍‌ କରାଯାଇଥିଲା।

ସଜ୍ଜନ କୁମାର ଅଭିଯୋଗକୁ ଅସ୍ବୀକାର କରିଥିଲେ

ଉତ୍ତ୍ୟକ୍ତ ଲୋକେ ପୀଡ଼ିତଙ୍କ ଘରକୁ ପୋଡ଼ି ଦେଇଥିଲେ ଏବଂ ସେମାନଙ୍କ ପରିବାର ସଦସ୍ୟ ଏବଂ ସେମାନଙ୍କ ଘରେ ରହୁଥିବା ସମ୍ପର୍କୀୟମାନଙ୍କୁ ଗୁରୁତର କରିଥିଲେ। ୧ ନଭେମ୍ବର ୨୦୨୩ରେ, କୋର୍ଟ ଏହି ମାମଲାରେ ସଜ୍ଜନ କୁମାରଙ୍କ ବୟାନ ରେକର୍ଡ କରିଥିଲେ, ସଜ୍ଜନ କୁମାର ତାଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଥିଲେ। ଜାନୁଆରୀ ୩୧ରେ ଶୁଣାଣି ସମୟରେ ସଜ୍ଜନ କୁମାରଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ, ଆରମ୍ଭରୁ ତାଙ୍କ ନାଁ ସେଠି ନଥିଲା। ସାକ୍ଷୀ ୧୬ ବର୍ଷ ପରେ ସଜ୍ଜନ କୁମାରଙ୍କ ନାମ ନେଇଥିଲେ। ଯେତେବେଳେ ସରକାରୀ ଓକିଲ ଯୁକ୍ତି ଦେଇଥିଲେ ଯେ ପୀଡ଼ିତା ଅଭିଯୁକ୍ତଙ୍କୁ ଜାଣି ନାହାନ୍ତି। ଯେତେବେଳେ ସେ ଜାଣିପାରିଲେ ଯେ ସଜ୍ଜନ କୁମାର କିଏ, ସେ ତାଙ୍କ ବୟାନରେ ତାଙ୍କ ନାମ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଫାଇଲ ହଜିବା ଘଟଣା, ନବୀନ ଜେରା ହୋଇପାରନ୍ତି କହିଲେ ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୧୮।୬(ସୁନିତ୍‌ ମିଶ୍ର):ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିଥିବା ଅଭିଯୋଗ ହୋଇଛି। ଗୃହ ବିଭାଗ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ…

ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ, ୨ ଦିନ ମଧ୍ୟରେ ପୁରୁଣା ଦାୟିତ୍ୱରୁ ମୁକ୍ତ….

ଭୁବନେଶ୍ୱର,୧୮।୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଓଏସ୍‌ଡିଏମ୍‌ଏ (ଓସ୍‌ଡମା)ର ମୁଖ୍ୟ ମହାପ୍ରବନ୍ଧକ ଥିବା ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ବରଗଡ଼ରେ ବଢ଼ିଲା ସ୍କୁଲ-କଲେଜ ଛୁଟି ଅବଧି, ଏହି ଦିନ ଖୋଲିବ

ବରଗଡ଼,୧୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କୁଲ, କଲେଜର ଗ୍ରୀଷ୍ମ ଅବକାଶ(ଖରାଛୁଟି) ଅବଧିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପାଣିପାଗ ବିଭାଗର ରିପୋର୍ଟକୁ ନେଇ…

୪ ନୂଆ ଟାଉନ୍‌ ପ୍ଲାନ୍‌ ସ୍କିମ୍‌ ଘୋଷଣାକଲା ବିଡିଏ

ଭୁବନେଶ୍ୱର,୧୮ା୬(ରବିନାରାୟଣ ଜେନା): ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆକ୍ଟର ୧୯୮୨ର ଧାରା ୨୩(୧)ର ବ୍ୟବସ୍ଥା ଅନୁଯାୟୀ, ବିଡିଏ ଭୁବନେଶ୍ୱର ବିକାଶ ଯୋଜନା ଅଞ୍ଚଳ (ବିଡିପିଏ)ରେ ୪ଟି ନୂଆ…

ମାଟିତଳୁ ମିଳିଲା ବଙ୍କର ହିଲ୍‌ ଯୁଦ୍ଧ ସମୟର ଦୁର୍ଗ, ଗୁଳି

ବୋଷ୍ଟନ, ୧୮ା୬ (ଏ.ପି.): ଆମେରିକାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ପରିଚିତ ‘ବଙ୍କର ହିଲ୍‌’ର ମାଟି ତଳୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ୧୭୭୫ ମସିହା ଯୁଦ୍ଧର ଅନେକ…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆମେରିକା-ଇରାନ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ୱାକ୍ଷରିତ, ଡିଜିଟାଲ୍‌ ସ୍ୱାକ୍ଷର କଲେ…

ଓ୍ବାଶିଂଟନ, ୧୮।୬: ମାସ ମାସ ଧରି ଚାଲିଥିବା ଦୀର୍ଘ ଅଚଳାବସ୍ଥା ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri