Posted inଖେଳ

ସାଇ’ର ଅପ୍‌ଗ୍ରେଡ୍‌ ଏସ୍‌ଓପି

ନୂଆଦିଲ୍ଲୀ, ୧୬ା୯ (ପି.ଟି.): ଜାତୀୟ କ୍ୟାମ୍ପଗୁଡ଼ିକ ଆରମ୍ଭ ହେବାପୂର୍ବରୁ କୋଭିଡ୍‌-୧୯କୁ ହାତେଇବା ଲାଗି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଏହାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି)କୁ ଅପ୍‌ଗ୍ରେଡ୍‌ କରିଛନ୍ତି। ତଦନୁସାରେ କ୍ୟାମ୍ପରେ ଯୋଗଦାନ ପୂର୍ବରୁ ଆଥଲେଟ୍‌ମାନଙ୍କୁ ୧୫ ଦିନ ସେଲ୍ଫ ଆଇସୋଲେଶନରେ ରହିବାକୁ ହେବ। ସମଗ୍ର ଦେଶରେ କ୍ରୀଡ଼ା କାର୍ଯ୍ୟକଳାପ ପୁନଃ ଆରମ୍ଭ ପାଇଁ ଗତ ମେ ମାସରେ ସାଇ ସେକ୍ରେଟାରୀ ରୋହିତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ କମିଟି ମୂଳ ଏସଓପି ପ୍ରସ୍ତୁତ କରିଥିଲେ। ୫ ମାସ ଶଟ୍‌ ଡାଉନ୍‌ ପରେ ବକ୍ସିଂ, ଆଥଲେଟିକ୍ସ ଏବଂ ବ୍ୟାଡମିଣ୍ଟନ ସମେତ ଅନ୍ୟ କେତେକ ଖେଳର ଜାତୀୟ କ୍ୟାମ୍ପ ଇତିମଧ୍ୟରେ ଆରମ୍ଭ ହୋଇଛି। ଟ୍ରେନିଂ କ୍ୟାମ୍ପରେ ଯୋଗଦାନ କରିବାକୁ ଥିବା ନୂଆ ଟ୍ରେନିଙ୍କ ଲାଗି ଅପ୍‌ଗ୍ରେଡ୍‌ ଏସଓପି ପ୍ରସ୍ତୁତ କରାଯାଇଛି। ଯେଉଁମାନେ ବର୍ତ୍ତମାନ କିମ୍ବା ପରେ କ୍ୟାମ୍ପରେ ଯୋଗ ଦେବେ ସେମାନଙ୍କ ଲାଗି ଏହା ଉଦ୍ଦିଷ୍ଟ। ଲୋ-ଭେଣ୍ଟିଲେଶନ ଚେଞ୍ଜ୍‌ରୁମ୍‌ର ଉଚ୍ଛେଦ, ପ୍ରତିଟି ଥର ବ୍ୟବହାର ପରେ ଟ୍ରେନିଂ ସରଞ୍ଜାମଗୁଡ଼ିକୁ ସଂକ୍ରମଣ ମୁକ୍ତ କରାଯିବା, ଜିମ୍‌ଗୁଡ଼ିକୁ ସିଫ୍ଟ ଭିତ୍ତିରେ ବ୍ୟବହାର ଆଦି ନିୟମ ସାଇ ତରଫରୁ ପୂର୍ବରୁ କାର୍ଯ୍ୟକାରୀ ହେଉଛି। ଟେଷ୍ଟିଂ ଓ ସେଲ୍‌ଫ ଆଇସୋଲେଶନ ଅପ୍‌ଗ୍ରେଡ୍‌ ଏସଓପିର ମୁଖ୍ୟାଂଶ। ଟ୍ରେନିଂ କ୍ୟାମ୍ପରେ ଯୋଗଦାନ ପୂର୍ବରୁ ଆଥଲେଟ୍ସ, କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କର ସମସ୍ତ କୋଭିଡ୍‌-୧୯ ଟେଷ୍ଟ ଖର୍ଚ୍ଚ ସାଇ ବହନ କରିବ। କ୍ୟାମ୍ପକୁ ଆସିବା ପୂର୍ବରୁ ଆଥଲେଟମାନଙ୍କୁ ୧୫ ଦିନ ସେଲ୍‌ଫ ଆଇସୋଲେଶନରେ ରହିବାକୁ ହେବ। ଏନେଇ ସେଲ୍‌ଫ ଡିକ୍ଲାରେଶନ ଉପସ୍ଥାପନ କରିବାକୁ ହେବ। ସେଣ୍ଟର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସମସ୍ତ ଆଥଲେଟ୍‌, କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ କୋଭିଡ୍‌-୧୯ ପାଇଁ ଆରଟି-ପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ। ସେଣ୍ଟରରେ ପ୍ରବେଶ ପୂର୍ବରୁ ସେମାନଙ୍କୁ କୋଭିଡ୍‌-୧୯ ନେଗେଟିଭ୍‌ ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ ବୋଲି ସାଇ କହିଛିି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଜନେଶଙ୍କ ବିଜୟ ଅଭିଯାନ

ନର୍ଥ କାରୋଲିନା,୧୯।୮(ପିଟି): ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଓ୍ବିନଷ୍ଟନ ସାଲେମ ଓପନ ଏଟିପ ଟୁର୍ନାମେଣ୍ଟରେ ବିଜୟ ସହ...

ଫିଫା ର଼୍ୟାଙ୍କିଙ୍ଗ୍‌: ଖସିଲା ଭାରତ

ନୂଆଦିଲ୍ଲୀ,୨୫।୭(ପିଟି)- ଭାରତୀୟ ଫୁଟ୍‌ବଲ ଦଳର ଫିଫା ର଼୍ୟାଙ୍କିଙ୍ଗ୍‌ରେ ଅବନତି ଘଟିଛି। ଦଳ ପୂର୍ବ ଅପେକ୍ଷା ଦୁଇଟି ସ୍ଥାନ ତଳକୁ ଖସି ୧୦୩ତମ ମାନ୍ୟତାରେ ପହଞ୍ଚତ୍ଥିବା ଦର୍ଶାଇଛି...

ଡାକ୍ତରଖାନାରେ ପନ୍ତଙ୍କୁ ଭେଟିଲେ ଅନିଲ କପୁର-ଅନୁପମ ଖେର

ଡେରାଡୁନ,୩୧।୧୨: ଭାରତୀୟ କ୍ରିକେଟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ଏହି କ୍ରମରେ ଅଭିନେତା ଅନିଲ କପୁର ଏବଂ ଅନୁପମ ଖେର ପ୍ରମୁଖ...

ଛିଣ୍ଡା ଜୋତା ଫଟୋ ଛାଡି ଚର୍ଚ୍ଚାରେ ଏହି କ୍ରିକେଟର୍‌

ଅନେକ ଥର ଖେଳାଳିମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଅନ୍ତି, ଏପରି ଜଣେ କ୍ରିକେଟର ହେଉଛନ୍ତି ଜିମ୍ବାୱେର ରିଆନ ବର୍ଲ। ସେ ଏବେସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି।...

ଟି-୨୦ରେ ଯାହା କରିପାରିଲେନି କ୍ରିସ ଗେଲ୍‌, ତାହା କରିଦେଖାଇବେ ରୋହିତ ଶର୍ମା !

ନୂଆଦିଲ୍ଲୀ,୨୨।୨: ଭାରତର ତାରକା ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ଜଣାଶୁଣା। ସେ ଦୁନିଆର ପ୍ରତ୍ୟେକ ମଇଦାନରେ ରନ୍‌ ସ୍କୋର...

ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ଜିତିଲେ ମିଳିବ ୩ କୋଟି

ଚେନ୍ନାଇ,୨୬।୬: ଆଗାମୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ରାଜ୍ୟର ଆଥ୍‌ଲେଟଙ୍କ ପାଇଁ ଶନିବାର ପୁରସ୍କାର ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ। ସ୍ବର୍ଣ୍ଣ...

ଏହି କ୍ରିକେଟରଙ୍କ ପ୍ରେମରେ ପଡିଛନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ ସାରା

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବେ ଜଣେ କ୍ରିକେଟ୍‌ରଙ୍କ ପ୍ରେମରେ ପଡିଛନ୍ତି। ସେ ହେଉଛନ୍ତି ୧୯ ବର୍ଷୀୟ ଶୁଭମନ ଗିଲ୍‌। ସେ...

ଫିଫା ର଼୍ୟାଙ୍କିଙ୍ଗ୍‌ରେ ଭାରତର ଅବନତି

ନୂଆଦିଲ୍ଲୀ, ୨୪।୧୦ (ପି.ଟି.)- ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ଭାରତର ଅବନତି ହୋଇଥିବା ଦେଖିବାକୁ ମିଳିଛି। ଭାରତୀୟ ଫୁଟ୍‌ବଲ ଦଳ...

Advertisement
Archives

Model This Week