Posted inଖେଳ

ଡେନ୍‌ମାର୍କ ଓପନରୁ ଓହରିଲେ ସାଇନା, କାଶ୍ୟପ

ନୂଆଦିଲ୍ଲୀ, ୭ା୧୦ (ପି.ଟି.)-ଷ୍ଟାର ଇଣ୍ଡିଆନ ବ୍ୟାଟ୍ସମ୍ୟାନ ଦମ୍ପତି ସାଇନା ନେହ୍ବାଲ ଓ ପାରୁପଲ୍ଲୀ କାଶ୍ୟପ ମଙ୍ଗଳବାର ଡେନମାର୍କ ଓପନ୍‌ ସୁପର ୭୫୦ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଓଡେଞ୍ଜରେ ଅକ୍ଟୋବର ୧୩ରୁ ଏହି ଟୁର୍ନାମେଣ୍ଟ ସହ ଅନ୍ତର୍ଜାତୀୟ କ୍ୟାଲେଣ୍ଡରର ପୁନଃ ଆରମ୍ଭ ହେବ। ମାର୍ଚ୍ଚରେ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ ଶେଷ ହେବା ପରେ କୋଭିଡ୍‌-୧୯ ମହାମାରୀ ଯୋଗୁ ବିଡବ୍ଲ୍ୟୁଏଫ୍‌ (ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ)ର ଓ୍ବାଲର୍‌ଡ ଟୁର୍‌ ଶଟ୍‌ଡାଉନ୍‌ ହୋଇଥିଲା। ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟିନୀ ସାଇନା କହିଛନ୍ତି ଡେନମାର୍କ ଓପନରୁ ଓହରିଯିବା ଲାଗି ସେ ନିଷ୍ପତ୍ତି ନେଇଛନ୍ତି। ଜାନୁୟାରୀରେ ଏସିଆନ ଟୁର୍‌ ସହ ସେ ସିଜନ ଆରମ୍ଭ କରିବେ। ୭୫୦,୦୦୦ ଆମେରିକୀୟ ଡଲାର ପୁରସ୍କାରବିଶିଷ୍ଟ ଡେନମାର୍କ ଓପନ୍‌ରେ ଅଂଶଗ୍ରହଣ କରିବା ଲାଗି ସାଇନା ଓ କାଶ୍ୟପ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ)ଠାରୁ ଗତ ମାସରେ ଅନୁମତି ନେଇଥିଲେ। କୋଭିଡ୍‌-୧୯ ପାଇଁ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ ଥୋମାସ ଓ ଉବର କପ୍‌ ଫାଇନାଲ୍ସ (ଅକ୍ଟୋବର ୩ରୁ୧୧), ଏସିଆରେ ୩ଟି ଇଭେଣ୍ଟ (ନଭେମ୍ବରରେ) ସ୍ଥଗିତ ରଖି ୨୦୨୧କୁ ଘୁଞ୍ଚାଇ ଦେଇଥିଲା। ଡେନମାର୍କ ମାଷ୍ଟର୍ସ (ଅକ୍ଟୋବର ୨୦ରୁ ୨୫)କୁ ବାତିଲ କରି ଦେଇଥିଲା। ଅବଶିଷ୍ଟ ସିଜନରେ ଡେନମାର୍କ ଓପନ ଏକମାତ୍ର ଓ୍ବାଲର୍‌ଡ ଟୁର୍‌ ଭାବେ ଖେଳାଯିବ। ସାଇନା କହିଛନ୍ତି ଇଞ୍ଜୁରି ପାଇଁ ସେ ଟୁର୍ନାମେଣ୍ଟରୁ ଓହରି ନାହାନ୍ତି। ଅବଶିଷ୍ଟ ସିଜନରେ ଯଦି ତିନୋଟି ଟୁର୍ନାମେଣ୍ଟ ଖେଳାଯାଇଥାନ୍ତା ତେବେ ସେ ଅଂଶଗ୍ରହଣ କରିଥାନ୍ତୋ। ଜାନୁୟାରୀରେ ଏସିଆନ ଟୁର୍‌ ସହ ସେ ଖେଳ ଆରମ୍ଭ କରିବା ଲାଗି ବିଚାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?