Posted inଫୁରସତ

‘ସରିଯାଇଥିବା ଅପେରା’ ସୃଜନ ଅଭିଯାନର ଶ୍ରେଷ୍ଠ ପରିଣତିି

ବିଶିଷ୍ଟ କବି ଡ. ହୃଷୀକେଶ ମଲ୍ଲିକଙ୍କୁ ତାଙ୍କର କବିତା ପୁସ୍ତକ ‘ସରିଯାଇଥିବା ଅପେରା’ ପାଇଁ ୨୦୨୧ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ନିମିତ୍ତ ମନୋନୀତ କରାଯାଇଛି। ଓଡ଼ିଆ ଭାଷାରେ ଜନସମ୍ବେଦୀ ବିଚକ୍ଷଣ ରଚନା ଶୈଳୀର ପ୍ରବର୍ତ୍ତନ ଓ ବିଷୟବସ୍ତୁର ବିବିଧତା ପାଇଁ ୧୯୮୦ ପରବର୍ତ୍ତୀ ଓଡ଼ିଆ କବିତାରେ ତାଙ୍କ କବିତା ଏକ ନୂତନ ଯୁଗର ଶିଳାନ୍ୟାସ କରିଛି। ୧୧ଟି କବିତା ପୁସ୍ତକ ସହିତ ୧୦ଟିରୁ ଊର୍ଦ୍ଧ୍ୱ ସମାଲୋଚନା ଗ୍ରନ୍ଥର ସେ ସଫଳ ପ୍ରଣେତା। ଏଥିସହିତ ଶିଶୁ ସାହିତ୍ୟ ଓ ସ୍ତମ୍ଭ ରଚନାରେ ମଧ୍ୟ ତାଙ୍କର ସିଦ୍ଧି ସର୍ବଜନବିଦିତ। ସର୍ବଭାରତୀୟ ସ୍ତରରେ ଓଡ଼ିଆ କବିତାର ସେ ବହୁବାର ପ୍ରତିନିଧିତ୍ୱ କରିଛନ୍ତି। ୩୩ ବର୍ଷର ଭାଷା ସାହିତ୍ୟ ଅଧ୍ୟାପନା ସାଙ୍ଗକୁ ଓଡ଼ିଶା ସରକାରଙ୍କ ପ୍ରକାଶିତ ‘ଶିଶୁଲେଖା’ ପତ୍ରିକାର ସେ ଦୀର୍ଘ ୫ ବର୍ଷ ସମ୍ପାଦନା କରି ଶିଶୁ ସାହିତ୍ୟକୁ ଓଡ଼ିଶାର କୋଣାନୁକୋଣରେ ପହଞ୍ଚାଇଛନ୍ତି। ସମ୍ପ୍ରତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିବା ଡ. ମଲ୍ଲିକଙ୍କ ସହ ‘ଧରିତ୍ରୀ’ର ଉପବାର୍ତ୍ତା ସମ୍ପାଦକ ଜିତେନ୍ଦ୍ର କୁମାର ନାୟକଙ୍କ ଏକ ବିଶେଷ ସାକ୍ଷାତ୍‌କାର।

ଝିଅ’ ଠାରୁ ‘ସରିଯାଇଥିବା ଅପେରା’ ଏ ସୁଦୀର୍ଘ ସର୍ଜନା ଯାତ୍ରା କେମିତି ରହିଥିଲା?
-‘ଧାନସାଉଁଟା ଝିଅ’ ଯଦିଓ ୧୯୮୭ ରେ ପ୍ରକାଶ ପାଇଥିଲା, କିନ୍ତୁ ଏଥିରେ ଥିବା କବିତାଗୁଡ଼ିକୁ ମୁଁ ୧୯୭୨ରୁ ୧୯୮୪ ମସିହା ମଧ୍ୟରେ ଲେଖିଥିଲି। ଏହି ସମୟରେ ମୁଁ ମୁଖ୍ୟତଃ ଗଁାରେ ରହୁଥିଲି ଓ ଗଁାର ପ୍ରକୃତି ଓ ଜନଜୀବନର ଅନୁଭୂତିକୁ ଗଭୀରଭାବେ ଅଙ୍ଗେନିଭାଇଥିଲି। ଏସବୁ ମୋ କବିତାରେ ରୂପପାଇଛି। ବିଶେଷକରି ‘ଧାନସାଉଁଟା ଝିଅ’ର କବିତାଗୁଡ଼ିକରେ ଓଡ଼ିଆ ଭାଷା ଏକ ନୂତନ ସୃଜନଶୀଳ ଗରିମା ନେଇ ମୂର୍ତ୍ତିମନ୍ତ ହୋଇଛି, ଯାହାକି ଅନେକ ଦିନ ଧରି ପାଠକଙ୍କର ବୋଧଗମ୍ୟ ହୋଇପାରୁ ନ ଥିବା ଆଧୁନିକ ଓଡ଼ିଆ କବିତାକୁ ସୁବୋଧ୍ୟ କରିଛି। କବିତାରେ ଏକ ଛନ୍ଦୋମୟତାର ନ୍ୟାସ ଦ୍ୱାରା କବିତା ସୁଖପାଠ୍ୟ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ନଗର ଜୀବନ ଓ ବୈଶ୍ୱିକ ଜୀବନର କଥାକୁ ମୁଁ ପାଠକସମ୍ବେଦୀ କରି ପ୍ରକାଶ କରିବାର ଚେଷ୍ଟା କରିଛି। ମୁଁ ଓ ମୋର ସମକାଳୀନ କବିମାନଙ୍କର ସମୟକୁ ଓଡ଼ିଆ କବିତାରେ ଏକ ନୂଆ ଯୁଗ ବୋଲି ସମାଲୋଚକମାନେ ଆଖ୍ୟାୟିତ କରିଛନ୍ତି। ‘ସରିଯାଇଥିବା ଅପେରା’ ମୋ’ ସୃଜନ ଅଭିଯାନର ଶ୍ରେଷ୍ଠ ପରିଣତି।
ସାହିତ୍ୟ ଏକାଡେମୀ ସଭାପତି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଗି ଆପଣଙ୍କ କବିତା ପୁସ୍ତକ ମନୋନୀତ ହେବା ଏକ ସଂଯୋଗ କୁହାଯିବ କି?
– ନା, ସେପରି ନୁହେଁ। ଓଡ଼ିଶା ସାହିତ୍ୟ ଏକାଡେମୀରେ ମୋର ସଭାପତିତ୍ୱ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମୋ କବିତା ପୁସ୍ତକର ମନୋନୟନ ମଧ୍ୟରେ ଯେଉଁ ସମ୍ପର୍କ, ତାହା କାକତାଳୀୟ।
ପୂର୍ବାପେକ୍ଷା ପୁସ୍ତକ ପ୍ରକାଶନ ଦିଗରେ ଅନେକ ବିକଳ୍ପ ସୃଷ୍ଟି ହେଲାଣି। ଆପଣଙ୍କର ପ୍ରଥମେ ଯେତେବେଳେ ବହି ପ୍ରକାଶ ପାଇଥିଲା ଓ ଏବେ ଯେଉଁ ପୁସ୍ତକ ପ୍ରକାଶ ପାଉଛି ସେଥିରେ କି ଫରକ ଦେଖୁଛନ୍ତି?
-ଆଗରୁ ପୁସ୍ତକ ପ୍ରକାଶନ ଲେଟର ପ୍ରେସ୍‌ ଓ ଅଫ୍‌ସେଟ୍‌ ପ୍ରିଣ୍ଟିଂ ପ୍ରେସ୍‌ରେ କରାଯାଉଥିଲା। ଏବେ ଡିଜିଟାଲ ଯୁଗରେ ବହି ପ୍ରକାଶ ଖୁବ୍‌ ସରଳ ଓ ସ୍ବଳ୍ପ ସମୟସାପେକ୍ଷ ହୋଇପାରିଛି। ଏକକାଳୀନ ବହି ଛାପି ପ୍ରକାଶକମାନଙ୍କୁ ଗୋଦାମରେ ଗଦାଇବାକୁ ପଡ଼ୁନାହିଁ। ପାଠକଙ୍କ ଚାହିଦା ଅନୁସାରେ ବିଶ୍ୱର ଯେକୌଣସି ସ୍ଥାନକୁ ତତ୍‌କ୍ଷଣାତ୍‌ ଛପାଇ ପ୍ରକାଶକ ବହି ପଠାଇ ପାରୁଛନ୍ତି।
ସାହିତି୍ୟକମାନେ ଲେଖାଲେଖି କରି ସେଥିରୁ ଆର୍ଥିକ ସ୍ବାବଲମ୍ବୀ ଓ ସ୍ଥଳବିଶେଷରେ ଅଧିକ ଅର୍ଥ ଉପାର୍ଜନ କରିପାରୁଛନ୍ତି। ଓଡ଼ିଆ ଭାଷାର ଲେଖକ ଆଜିର ଡିଜିଟାଲ ଯୁଗରେ ସାହିତ୍ୟକୁ ବୃତ୍ତି ଭାବେ ନେଇ କେତେବାଟ ଯାଇପାରିବ ବୋଲି ଭାବୁଛନ୍ତି?
-କେବଳ ପାଶ୍ଚାତ୍ୟ ନୁହେଁ, ଓଡ଼ିଶା ସମେତ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାର ଲେଖକମାନେ ମଧ୍ୟ ନିଜ ଲେଖା ବହିରୁ ରାଜଭାଗ ପାଇପାରୁଛନ୍ତି। କିନ୍ତୁ ଅଳ୍ପ ଲେଖକ ଲେଖାଲେଖି ଦ୍ୱାରା ଆର୍ଥିକ ଭାବେ ସ୍ବାବଲମ୍ବୀ ହେବା ସମ୍ଭବ ହେଉଛି। ସାହିତ୍ୟ ଯଦି ମାନ ରକ୍ଷାକରି ଅଧିକରୁ ଅଧିକ ପାଠକଙ୍କ ପାଖରେ ପହଞ୍ଚି ପାରିବ, ତେବେ ଜଣେ ଲେଖକ ଲେଖାକୁ ଜୀବିକା କରିପାରିବ।
ଆଜିର ଓଡ଼ିଆ କବିତା ବେଶି ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଲକ୍ଷ୍ୟ କରାଯାଉଛି। ସେହି ଦୃଷ୍ଟିରୁ ଦେଖିଲେ ପୁସ୍ତକ ପଠନ ଅଭ୍ୟାସ କମିଯାଇଥିବା ଆଲୋଚନା ହେଉଛି। ଓଡ଼ିଶା ସାହିତ୍ୟ ଏକାଡେମୀ, ଶାରଳା ପୁରସ୍କାର ଓ ଏବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭଳି ମର୍ଯ୍ୟାଦାଜନକ ସମ୍ମାନ ପାଇବା ପରେ ଯୁବ ସାହିତି୍ୟକଙ୍କୁ କ’ଣ ସନ୍ଦେଶ ଦେବେ?
-ସୋସିଆଲ ମିଡିଆରେ କବିତା ପ୍ରସାର ହେଲେ ଏହା ଯେ ପାଠକଙ୍କ ପଠନାଭ୍ୟାସର ପ୍ରତିଦ୍ୱନ୍ଦ୍ୱୀ ହେବ, ଏ କଥାରେ ମୋର ବିଶ୍ୱାସ ନାହିଁ। ଏବେବି ଅନେକ ପାଠକ ଅଛନ୍ତି ସୋସିଆଲ ମିଡିଆର ସାହିତ୍ୟ ସହିତ ମୁଦ୍ରିତ ସାହିତ୍ୟପଠନକୁ ସମଭାବେ ଗୁରୁତ୍ୱ ଦେଉଛନ୍ତି। ଲୋକଙ୍କ ପାଖରେ ପୁସ୍ତକ ଉପଲବ୍ଧ କରାଇବା କାର୍ଯ୍ୟଟିକୁ ତ୍ୱରାନ୍ବିତ କରାଗଲେ ପାଠକମାନେ ସାହିତ୍ୟ ପ୍ରତି ଅଧିକ ମନୋଯୋଗୀ ହୋଇପାରିବେ। ଆଜିର ଯୁବ ସାହିତି୍ୟକମାନେ ସମଗ୍ର ପୃଥିବୀ ଉପରେ ଆଖି ରଖି ସାହିତ୍ୟ ସୃଷ୍ଟି କରୁଛନ୍ତି, ଫଳରେ ସାହିତ୍ୟ ସ୍ଥାନୀୟ ହେବା ସହିତ ବିଶ୍ୱଜନୀନ ହେଇପାରୁଛି। ନୂଆ ଲେଖକମାନେ ଓଡ଼ିଆ ସାହିତ୍ୟର ପରମ୍ପରାକୁ ଜାଣି ଲେଖନୀ ଚାଳନା କଲେ ଓଡ଼ିଆ ଭାଷାର ନୂଆ ନୂଆ ବିବର୍ତ୍ତନ ସମ୍ଭବ ହେବ ଓ ଯେକୌଣସି ଅଭିଜ୍ଞତାକୁ ପ୍ରକାଶ କରିବା ପାଇଁ ଓଡ଼ିଆ ଭାଷା ସକ୍ଷମ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri