Posted inଫୁରସତ

କେକ୍‌ ଖୁଆଇଲେ, କାନ୍ଧରେ ହାତ ରଖିଲେ: ରତନ ଟାଟାଙ୍କ ସହ ଥିବା ଏହି ଭାଗ୍ୟବାନ ଯୁବକ ଜଣଙ୍କ କିଏ

ବିଶ୍ୱର ଅଗ୍ରଣୀ ଶିଳ୍ପପତି ରତନ ଟାଟା ତାଙ୍କ ସାମାଜିକ କାର୍ଯ୍ୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଡିସେମ୍ବର ୨୮, ୨୦୨୧ରେ ରତନ ଟାଟା ତାଙ୍କର ୮୪ ତମ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମଦିନ ପାଳନ କରୁଥିବା ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ, ରତନ ଟାଟା ଏକ ଚେୟାରରେ ବସି ଆଗ ଟେବୁଲ ଉପରେ ଏକ ଛୋଟ କପ କେକ କାଟିଥିବାର ନଜର ଆସିଛନ୍ତି। ରତନ ଟାଟା ଏକ ଛୋଟ କେକ ଉପରେ ମହମବତୀ ଲଗାଇ କେକ କାଟିଥିଲେ। ତା’ପରେ ତାଙ୍କ ସାମ୍ନାରେ ଟେବୁଲରେ ବସିଥିବା ଯୁବକ ରତନ ଟାଟା ପାଖକୁ ଆସି କାନ୍ଧରେ ହାତ ରଖିଥିଲେ। ତା’ପରେ ସେ ବସି ରତନ ଟାଟାକୁ କଟା କପକେକ ଖାଇବାକୁ ଦିଅନ୍ତି।
ଭାଇରାଲ ହୋଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ରତନ ଟାଟା ନିଜ ଜନ୍ମଦିନ ପାଳନ ବଡ ଆକାରରେ ପାଳନ ନ କରି ଶସ୍ତା କେକ କାଟି ନିଜ ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ନିଜ ଜନ୍ମଦିନକୁ ଅତି ସରଳତାର ସହିତ ପାଳନ କରିଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ଏହି ଭିଡିଓରେ ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ ରତନ ଟାଟାଙ୍କ ସହ କେକ କାଟିଥିବା ଏହି ଯୁବକ କିଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଯୁବକ ରତନ ଟାଟା ସହିତ କୌଣସି ପାରିବାରିକ ସମ୍ପର୍କ ନାହିଁ । କିନ୍ତୁ ତାଙ୍କ ସହିତ ଏକ ବିଶେଷ ସମ୍ପର୍କ ଅଛି।
ସେହି ଯୁବକ ଜଣଙ୍କ ହେଉଛନ୍ତି ଶାନ୍ତନୁ ନାଇଡୁ। ସେ ରତନ ଟାଟାଙ୍କ ବ୍ୟକ୍ତିଗତ ସଚିବ ଅଟନ୍ତି। ମୁମ୍ବାଇରେ ରହୁଥିବା ଶାନ୍ତନୁ ନାଇଡୁ ଜଣେ ଭାଗ୍ୟବାନ ଯୁବକ, ଯାହାଙ୍କୁ ରତନ ଟାଟା ନିଜେ ଡାକି କହିଥିଲେ ତୁମଦ୍ୱାରା ମୁଁ ବହୁତ ପ୍ରଭାବିତ। ତୁମେ ମୋର ବ୍ୟକ୍ତିଗତ ସହାୟକ ହେବ କି? ଏହାପରେ ଶାନ୍ତୁନ ଟାଟାଙ୍କ ବ୍ୟକ୍ତିଗତ ସଚିବ ଭାବ୍ୟ କାର୍ଯ୍ୟ କଲେ। ସେ ୩ ବର୍ଷ ହେବ ଏହି କାର୍ଯ୍ୟ କରୁଛନ୍ତି।
ଶାନ୍ତନୁଙ୍କ ସଫଳତାର କାହାଣୀ ଫେସବୁକ ପେଜ ହ୍ୟୁମାନ୍ସ ଅଫ ବମ୍ବେରେ ଲେଖିଥିଲା। ୨୦୧୪ରେ ଶାନ୍ତନୁଙ୍କ ଜୀବନ ବଦଳିଯାଇଥିଲା। ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ସେ ରାସ୍ତାରେ ଏକ ଦୁର୍ଘଟଣାରେ ଗୋଟିଏ କୁକୁରର ମୃତ୍ୟୁକୁ ଦେଖିଥିଲେ। କୁକୁରମାନଙ୍କୁ ଏହିପରି ମୃତ୍ୟୁରୁ ରକ୍ଷା କରିବା ପାଇଁ ଶାନ୍ତନୁ ଚିନ୍ତା କରିବା ଆରମ୍ଭ କଲେ। ସେ କୁକୁରମାନଙ୍କ ପାଇଁ ବେକରେ କଲର ବାନ୍ଧିବା ସଂକଳ୍ପ ନେଇଥିଲେ। ଏକ ଚମକଦାର କଲର ଦ୍ୱାରା ଡ୍ରାଇଭରମାନେ ଦୂରରୁ କୁୁକୁରକୁ ଦେଖି ସାବଧାନ ଗାଡି ଚଳାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?