Posted inଖେଳ

ସାହାଣୀ କପ୍‌ ଫୁଟବଲ ଉଦ୍‌ଘାଟିତ

ଭୁବନେଶ୍ୱର, ୨୪।୪ (କ୍ରୀଡ଼ା ପ୍ରତିନିଧି): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଓ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ସିନିୟର ପୁରୁଷ ଆନ୍ତଃଜିଲା ଫୁଟବଲ ଟୁର୍ନାମେଣ୍ଟ ସାହାଣୀ କପ୍‌ ରବିବାର ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୪ଟି ମ୍ୟାଚ ହୋଇଥିବାବେଳେ ସୁନ୍ଦରଗଡ଼, ଭୁବନେଶ୍ୱର, ଜଗତ୍‌ସିଂହପୁର ଓ ବୌଦ୍ଧ ଦଳ ବିଜୟ ହାସଲ କରିଛନ୍ତି। କଟକର ବିଡ଼ାନାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ସୁନ୍ଦରଗଡ଼ ୫-୦ ଗୋଲରେ ନୟାଗଡ଼କୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ସ୍ବାଧୀନ ବଢ଼େଇ, ୩ୟ ଓ ୨୬ତମ ମିନିଟରେ ୨ଟି ଏବଂ ମହେଶ ପ୍ରଧାନ (୪୨ତମ ମିନିଟ), ମୋହନ ମାଝି (୬୬) ଓ ଦୀପକ ମୁଣ୍ଡା (୯୦+୧) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମ୍ୟାଚ କମିଶନର ଥିଲେ ସୁଜିତ କୁମାର ପାତ୍ର। ପୂର୍ବତନ ଜାତୀୟ ଖେଳାଳି ଯୁଧିଷ୍ଠିର ସେଠୀ, ଫାଓ ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡ଼େଇ, ସଦସ୍ୟ ବୀରେନ୍ଦ୍ର ବେହେରା, ବିଜୟ କୁମାର ଦାସ, ରମେଶ ମଲିକ, ତଡ଼ିତ କୁମାର ରାଉତ, ପ୍ରଭାତ ମହାପାତ୍ର, ଆର.ଆଇ. ଟିଗା ଓ କାର୍ତ୍ତିକ ବେହେରା ଅତିଥିଭାବେ ଯୋଗ ଦେଇଥିଲେ।
ଭୁବନେଶ୍ୱରର କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ୭-୦ ଗୋଲରେ ପୁରୀକୁ ପରାସ୍ତ କରିଛି। ପପୁ ମାଝି ୪, ୧୫, ୭୬, ୮୬ ଓ ୯୦+୧ ମିନିଟରେ ଏକାକୀ ୫ ଗୋଲ ଦେଇଥିବାବେଳେ ଗୌରବ ସିଂ ନେଗୀ ୩୭ ଓ ତପନ ନାୟକ ୬୧ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ମ୍ୟାଚ କମିଶନର ସୁଦୀପ୍ତା ଦାଶ। ଏମ୍‌ଜିଏମ୍‌ ମିନେରାଲର ଚେୟାରମ୍ୟାନ ପଙ୍କଜ ଲୋଚନ ମହାନ୍ତି, ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା, ଓଏସ୍‌ଡି ସୋନାଲି ଚାନ୍ଦ, ଓଏସ୍‌ଡି ଶୁଭେନ୍ଦୁ ପଣ୍ଡା, ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ ପାଲ, ସଦସ୍ୟ ସୁନୀଲ ମିତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
କଟକ ଚୌଦ୍ୱାରା ଓଟିଏମ୍‌ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ଜଗତ୍‌ସିଂହପୁର ୧-୦ ଗୋଲରେ ବାଲେଶ୍ୱରକୁ ପରାସ୍ତ କରିଛି। ଯଦୁନାଥ ହାଁସଦା ୨୩ତମ ମିନିଟରେ ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ମ୍ୟାଚ କମିଶନର ଥିଲେ ଜୁଗଳ ଚନ୍ଦ୍ର ଦାସ। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଉପସଭାପତି ବିଜୟ ଦାସ, ଦିଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ମହମ୍ମଦ ସହିଦ ଜବାର, ସଦସ୍ୟ ମାନସ ସାମଲ, ନରେନ୍ଦ୍ର ସାହୁ, ପ୍ରଭାକର ବର୍ଦ୍ଧନ, ସହଦେବ ରାଉତ, ହୃଷିକେଶ ବେହେରା, ପୂର୍ବତନ ଖେଳାଳି ତଇରୁଲ ହୋଦା, ଚୌଦ୍ୱାର ସ୍ପୋଟର୍‌ସ କାଉନ୍ସିଲ ସମ୍ପାଦକ ଅଶୋକ ସାହୁ ପ୍ରମୁଖ ଅତିଥି ଥିଲେ।
ଭୁବନେଶ୍ୱରସ୍ଥିତ ୭ମ ବାଟାଲିୟନ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ବୌଦ୍ଧ ୩-୨ ଗୋଲରେ ଅନୁଗୋଳକୁ ହରାଇ ଦେଇଛି। ବିଜୟୀ ଦଳ ପକ୍ଷରୁ ବିକ୍ରମ ନାଏକ, ଜୀତେନ୍ଦ୍ର ଦେହୁରିଆ ଓ ସମିର ପ୍ରଧାନ ଏବଂ ପରାଜିତ ଦଳର ଜୀତେନ୍ଦ୍ର ବିରୁଆ ଓ ସୁନ୍ଦର ହାଁସଦା ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଫାଓ ସଦସ୍ୟ ସୌର୍ଯ୍ୟରଞ୍ଜନ ପରିଜା, ଟି. ମୋହନ ରାଓ ଓ ଫାଓ ରେଫରୀ ମୁଖ୍ୟ ଦୁର୍ଗା ମାଧବ ନାଏକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri