ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ

ଭୁବନେଶ୍ୱର,୨୪।୪: କୋଣାର୍କ-ଲିଉଗଙ୍ଗ ପକ୍ଷରୁ ଏକ ୨ଦିନିଆ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯାଜପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚାବି ହସ୍ତାନ୍ତର ସମାରୋହ ଓ ଅପରେଟର୍ସ ମିଟ୍‌ର ମଧ୍ୟ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରଥମ ୯୨୪ଇ ଏକ୍ସଡି ଏସ୍କାଭେଟର ମଡେଲ ସହ ଅନ୍ୟ ଉପକରଣଗୁଡ଼ିକୁ ମଧ୍ୟ ଗ୍ରାହକଙ୍କୁ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କରେ ଲିଉଗଙ୍ଗ ଇଣ୍ଡିଆର ଓଡ଼ିଶା ରାଜ୍ୟ ସର୍ଭିସ୍‌ ମ୍ୟାନେଜର ଏସ୍‌. ମହାରଣା କହିଛନ୍ତି, ଓଡ଼ିଶାର ନିର୍ମାଣ ଓ ଖଣି ଶିଳ୍ପରେ ମାଇଲଖୁଣ୍ଟ ହାସଲର ଅଂଶ ହୋଇଥିବାରୁ ଆମେ ବେଶ୍‌ ଗର୍ବିତ। ପ୍ରଥମ ୯୨୪ଇ ଏକ୍ସଡି ଏସ୍କାଭେଟର ମଡେଲକୁ ହସ୍ତାନ୍ତର କରିବା ସହିତ ରକ୍ଷଣାବେକ୍ଷଣ ଉପରେ ଅପରେଟର ଓ ଡ୍ରାଇଭରମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଇଥିଲା। ସେହିଭଳି କୋଣାର୍କ ଇନ୍‌ଫ୍ରାକୋର୍‌ର ପରିଚାଳନା ନିର୍ଦ୍ଦେଶକ କୌଶିକ ଦାସ କହିଛନ୍ତି, ଆମ ଗ୍ରାହକଙ୍କୁ ଗୁଣାତ୍ମକ ଉପକରଣ ଓ ତାଲିମ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ। ଏପରିକି ଅପରେଟରମାନଙ୍କ ଲାଗି ସାର୍ଟିଫିକେସନ କାର୍ଯ୍ୟକ୍ରମ ଏବଂ କମ୍ପାନୀର ମେଶିନ ପ୍ରଦର୍ଶନ ଓ ଗ୍ରାହକ ସନ୍ତୁଷ୍ଟି ପ୍ରତି ଆମ ସମର୍ପଣ ଭାବର ପ୍ରତିଫଳନ। ସେହିପରି କୋଣାର୍କ ଇନ୍‌ଫ୍ରାକୋର୍‌ର ସିଜିଏମ୍‌ ପ୍ରଶାନ୍ତ କବି କହିଛନ୍ତି, କୋଣାର୍କ-ଲିଉଗଙ୍ଗର ଚାବି ହସ୍ତାନ୍ତର ସମାରୋହ ଓ ଅପରେଟର ମିଟ୍‌ ବେଶ୍‌ ସଫଳ ହୋଇଛି। ଆମର ମୂଲ୍ୟବାନ୍‌ ଗ୍ରାହକଙ୍କୁ ଓଡ଼ିଶାର ପ୍ରଥମ ୯୨୪ଇ ଏକ୍ସଡି ଏସ୍କାଭେଟର ମଡେଲର ଚାବି ହସ୍ତାନ୍ତର କରିବା ଏବଂ ୨୦୦ ଅପରେଟର ଏବଂ ଡ୍ରାଇଭରଙ୍କୁ ମେଶିନ ରକ୍ଷଣାବେକ୍ଷଣ ଉପରେ ତାଲିମ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?