ରାଜଧାନୀରେ ଖୁବ୍‌ଶୀଘ୍ର ‘ସହଭାଗିତା’

ଭୁବନେଶ୍ୱର,୩୧।୮(ସତ୍ୟଜିତ୍‌ ରାଉତ)ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ଅପରାଧୀ। ଗୋଟେ ପରେ ଗୋଟେ ଆପରାଧିକ କାଣ୍ଡ ଘଟାଇ ଅପରାଧୀମାନେ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି। ଚୋରି, ଲୁଟ୍‌, ଗୋଷ୍ଠୀ ସଂଘର୍ଷ, ଆକ୍ରମଣ ଆଦି ଘଟଣା ଏବେ ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଛି। ଏପରି କି ଅଧିକାଂଶ ଚାଳକ ବେପରୁଆ ଭାବେ ଦ୍ରୁତଗତିରେ ଗାଡ଼ି ଚଳାଇ ନିଜ ସହ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଫଳରେ ଅପରାଧ ବଢ଼ିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ଅଧିକ ସୁରକ୍ଷିତ ଏବଂ ସୁନ୍ଦର କରିବାକୁ କମିଶନରେଟ ପୋଲିସ ଆଉ ଏକ ବଡ଼ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ‘ସହଭାଗିତା’ ନାମରେ ଏକ କାର୍ଯ୍ୟକ୍ରମ କରିବାକୁ ଯାଉଛି କମିଶନରେଟ୍‌ ପୋଲିସ। ବୁଧବାର ଭିଡିଓ ବାର୍ତ୍ତା ମାଧ୍ୟମରେ ଏ ସଂକ୍ରାନ୍ତରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେବା ସହ ସହରର ବ୍ୟବସାୟିକ ପ୍ରତିଷ୍ଠାନ, ଘର ଏବଂ ଆପାର୍ଟମେଣ୍ଟ ଆଦିରେ ଲାଗିଥିବା ସିସିଟିଭିର ଲିଙ୍କ୍‌ ମାଗିଛନ୍ତି।
ସୁରକ୍ଷା ଦୃଷ୍ଟିରୁ ରାଜଧାନୀରେ ସରକାର ପ୍ରାୟ ୭୦୦ ସିସିଟିଭି କ୍ୟାମେରା ଲଗାଇଛନ୍ତି। ଅଧିକ ସୁରକ୍ଷା ପାଇଁ ସାଧାରଣ ଲୋକମାନେ ମଧ୍ୟ ନିଜ ଘରେ, ଦୋକାନ ଏବଂ ଆପାର୍ଟମେଣ୍ଟରେ ସିସିଟିଭି ଲଗାଇଛନ୍ତି। ଏପରି କି ସମସ୍ତ ବ୍ୟାଙ୍କ, ମଲ୍‌ ଆଦିରେ ମଧ୍ୟ ଏହି କ୍ୟାମେରା ଲଗାଯାଇଛି। ଅପରାଧ ନିୟନ୍ତ୍ରଣରେ ଏସବୁ ସିସିଟିଭିକୁ ସଦୁପଯୋଗ କରିବାକୁ ପୋଲିସ ପକ୍ଷରୁ ସହଭାଗିତା ପ୍ରୟାସ ଆରମ୍ଭ ହେବାକୁ ଯାଉଛି। ୨୦୨୨ ଜୁଲାଇରେ କଟକରେ ପ୍ରଥମେ ‘ସହଭାଗିତା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ କଟକରେ ୬୦୦ରୁ ଊର୍ଦ୍ଧ୍ୱ ଘରୋଇ ସିସିଟିଭି ପୋଲିସ କଣ୍ଟ୍ରୋଲ ରୁମ୍‌ ସହ ଯୋଡ଼ିହୋଇଛି।

କଟକରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପରେ ଭୁବନେଶ୍ୱରରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ପୋଲିସ କମିଶନର ଏସବୁ ସିସିଟିଭିର ଆଇପି ଆଡ୍ରେସ୍‌ ଦେବାକୁ ନିବେଦନ କରିଛନ୍ତି। ଭିଡିଓରେ ପୋଲିସ କମିଶନର କହିଛନ୍ତି, ସିଟି ସର୍ଭେଲାନ୍ସ, କ୍ରାଇମ୍‌ ପ୍ରିଭେନଶନ୍‌, କ୍ରାଇମ୍‌ ଡିଟେକ୍‌ଶନ୍‌, ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ଆଦିରେ ସିସିଟିଭି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କଟକ ପରେ ଭୁବନେଶ୍ୱରେ ଏହି କାର୍ଯ୍ୟକ୍ରମକୁ ଆମେ ଆରମ୍ଭ କରିବାକୁ ଯାଉଛୁ। ତେଣୁ ଭୁବନେଶ୍ୱରର ବିଭିନ୍ନ ପ୍ରତିଷ୍ଠାନ ବିଶେଷକରି ସୁନା ଦୋକାନ, ମଲ୍‌, ଆପାର୍ଟମେଣ୍ଟ, ବ୍ୟାଙ୍କ୍‌ ଆଦିକୁ ଅନୁରୋଧ କରାଯାଇଛି।

ସେମାନେ ତାଙ୍କ ସିସିଟିଭିର ଆଇପି ଆଡ୍ରେସ୍‌କୁ ଦେଇ ଆମ ସାଙ୍ଗରେ ଯୋଡ଼ି ନିଅନ୍ତୁ। ଏପରିକି ସିସିଟିଭିର ଗୋଟିଏ କ୍ୟାମେରାକୁ ରାସ୍ତା ଆଡ଼କୁ ମୁହଁ କରି ଲଗାଇବାକୁ କମିଶନର ଅନୁରୋଧ କରିଛନ୍ତି। ଫଳରେ ଲୋକଙ୍କ ଗତିବିଧି ଜାଣିବାକୁ ସହଜ ହେବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଏହି ସିସିଟିଭି ଫୁଟେଜ୍‌କୁ କମିଶନରେଟ୍‌ ପୋଲିସ ସମ୍ପୂର୍ଣ୍ଣ ଗୋପନୀୟତା ରଖିବ। ଏହି କାର୍ଯ୍ୟକ୍ରମରେ ଯୋଡ଼ିହେବା ପାଇଁ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ଲୋକମାନେ ଯୋଗାଯୋଗ କରିବେ। ଏଥିସହ କମିଶନରେଟ୍‌ ପୋଲିସ ପକ୍ଷରୁ ମଧ୍ୟ ଏଥିପାଇଁ ଏକ ନମ୍ବର (୯୪୩୯୨୨୪୪୪୧) ଦିଆଯାଇଛି। ସହରକୁ ଅଧିକ ସୁରକ୍ଷିତ ଓ ସୁନ୍ଦର କରିବାକୁ କମିଶନରେଟ୍‌ ପୋଲିସର ଏହି ସହଯୋଗିତା କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହଯୋଗ ପାଇଁ ପୋଲିସ କମିଶନର ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?