ରାଜଧାନୀରେ ଖୁବ୍‌ଶୀଘ୍ର ‘ସହଭାଗିତା’

ଭୁବନେଶ୍ୱର,୩୧।୮(ସତ୍ୟଜିତ୍‌ ରାଉତ)ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ଅପରାଧୀ। ଗୋଟେ ପରେ ଗୋଟେ ଆପରାଧିକ କାଣ୍ଡ ଘଟାଇ ଅପରାଧୀମାନେ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି। ଚୋରି, ଲୁଟ୍‌, ଗୋଷ୍ଠୀ ସଂଘର୍ଷ, ଆକ୍ରମଣ ଆଦି ଘଟଣା ଏବେ ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଛି। ଏପରି କି ଅଧିକାଂଶ ଚାଳକ ବେପରୁଆ ଭାବେ ଦ୍ରୁତଗତିରେ ଗାଡ଼ି ଚଳାଇ ନିଜ ସହ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଫଳରେ ଅପରାଧ ବଢ଼ିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ଅଧିକ ସୁରକ୍ଷିତ ଏବଂ ସୁନ୍ଦର କରିବାକୁ କମିଶନରେଟ ପୋଲିସ ଆଉ ଏକ ବଡ଼ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ‘ସହଭାଗିତା’ ନାମରେ ଏକ କାର୍ଯ୍ୟକ୍ରମ କରିବାକୁ ଯାଉଛି କମିଶନରେଟ୍‌ ପୋଲିସ। ବୁଧବାର ଭିଡିଓ ବାର୍ତ୍ତା ମାଧ୍ୟମରେ ଏ ସଂକ୍ରାନ୍ତରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେବା ସହ ସହରର ବ୍ୟବସାୟିକ ପ୍ରତିଷ୍ଠାନ, ଘର ଏବଂ ଆପାର୍ଟମେଣ୍ଟ ଆଦିରେ ଲାଗିଥିବା ସିସିଟିଭିର ଲିଙ୍କ୍‌ ମାଗିଛନ୍ତି।
ସୁରକ୍ଷା ଦୃଷ୍ଟିରୁ ରାଜଧାନୀରେ ସରକାର ପ୍ରାୟ ୭୦୦ ସିସିଟିଭି କ୍ୟାମେରା ଲଗାଇଛନ୍ତି। ଅଧିକ ସୁରକ୍ଷା ପାଇଁ ସାଧାରଣ ଲୋକମାନେ ମଧ୍ୟ ନିଜ ଘରେ, ଦୋକାନ ଏବଂ ଆପାର୍ଟମେଣ୍ଟରେ ସିସିଟିଭି ଲଗାଇଛନ୍ତି। ଏପରି କି ସମସ୍ତ ବ୍ୟାଙ୍କ, ମଲ୍‌ ଆଦିରେ ମଧ୍ୟ ଏହି କ୍ୟାମେରା ଲଗାଯାଇଛି। ଅପରାଧ ନିୟନ୍ତ୍ରଣରେ ଏସବୁ ସିସିଟିଭିକୁ ସଦୁପଯୋଗ କରିବାକୁ ପୋଲିସ ପକ୍ଷରୁ ସହଭାଗିତା ପ୍ରୟାସ ଆରମ୍ଭ ହେବାକୁ ଯାଉଛି। ୨୦୨୨ ଜୁଲାଇରେ କଟକରେ ପ୍ରଥମେ ‘ସହଭାଗିତା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ କଟକରେ ୬୦୦ରୁ ଊର୍ଦ୍ଧ୍ୱ ଘରୋଇ ସିସିଟିଭି ପୋଲିସ କଣ୍ଟ୍ରୋଲ ରୁମ୍‌ ସହ ଯୋଡ଼ିହୋଇଛି।

କଟକରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପରେ ଭୁବନେଶ୍ୱରରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ପୋଲିସ କମିଶନର ଏସବୁ ସିସିଟିଭିର ଆଇପି ଆଡ୍ରେସ୍‌ ଦେବାକୁ ନିବେଦନ କରିଛନ୍ତି। ଭିଡିଓରେ ପୋଲିସ କମିଶନର କହିଛନ୍ତି, ସିଟି ସର୍ଭେଲାନ୍ସ, କ୍ରାଇମ୍‌ ପ୍ରିଭେନଶନ୍‌, କ୍ରାଇମ୍‌ ଡିଟେକ୍‌ଶନ୍‌, ଟ୍ରାଫିକ୍‌ ମ୍ୟାନେଜମେଣ୍ଟ ଆଦିରେ ସିସିଟିଭି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କଟକ ପରେ ଭୁବନେଶ୍ୱରେ ଏହି କାର୍ଯ୍ୟକ୍ରମକୁ ଆମେ ଆରମ୍ଭ କରିବାକୁ ଯାଉଛୁ। ତେଣୁ ଭୁବନେଶ୍ୱରର ବିଭିନ୍ନ ପ୍ରତିଷ୍ଠାନ ବିଶେଷକରି ସୁନା ଦୋକାନ, ମଲ୍‌, ଆପାର୍ଟମେଣ୍ଟ, ବ୍ୟାଙ୍କ୍‌ ଆଦିକୁ ଅନୁରୋଧ କରାଯାଇଛି।

ସେମାନେ ତାଙ୍କ ସିସିଟିଭିର ଆଇପି ଆଡ୍ରେସ୍‌କୁ ଦେଇ ଆମ ସାଙ୍ଗରେ ଯୋଡ଼ି ନିଅନ୍ତୁ। ଏପରିକି ସିସିଟିଭିର ଗୋଟିଏ କ୍ୟାମେରାକୁ ରାସ୍ତା ଆଡ଼କୁ ମୁହଁ କରି ଲଗାଇବାକୁ କମିଶନର ଅନୁରୋଧ କରିଛନ୍ତି। ଫଳରେ ଲୋକଙ୍କ ଗତିବିଧି ଜାଣିବାକୁ ସହଜ ହେବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଏହି ସିସିଟିଭି ଫୁଟେଜ୍‌କୁ କମିଶନରେଟ୍‌ ପୋଲିସ ସମ୍ପୂର୍ଣ୍ଣ ଗୋପନୀୟତା ରଖିବ। ଏହି କାର୍ଯ୍ୟକ୍ରମରେ ଯୋଡ଼ିହେବା ପାଇଁ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ଲୋକମାନେ ଯୋଗାଯୋଗ କରିବେ। ଏଥିସହ କମିଶନରେଟ୍‌ ପୋଲିସ ପକ୍ଷରୁ ମଧ୍ୟ ଏଥିପାଇଁ ଏକ ନମ୍ବର (୯୪୩୯୨୨୪୪୪୧) ଦିଆଯାଇଛି। ସହରକୁ ଅଧିକ ସୁରକ୍ଷିତ ଓ ସୁନ୍ଦର କରିବାକୁ କମିଶନରେଟ୍‌ ପୋଲିସର ଏହି ସହଯୋଗିତା କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହଯୋଗ ପାଇଁ ପୋଲିସ କମିଶନର ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି’

ଭବାନୀପାଟଣା/କୋକସରା/ଗୋଲାମୁଣ୍ଡା/ କର୍ଲାମୁଣ୍ଡା,୨୮।୪(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ/ବଟକୃଷ୍ଣ ପଣ୍ଡା/ପ୍ରଦୀପ ସାହୁ): ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର କଳାହାଣ୍ଡି ଜିଲାର...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି

କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ...

ବଦଳୁଛି ଟ୍ରେଣ୍ଡ୍‌, ରୋଗ କିଣୁଛି ମଣିଷ

କଟକ,୨୮।୪(ଦିବାକର ସାହୁ)ମଣିଷ ଆଧୁନିକତାର ସ୍ରୋତରେ ଆଗେଇ ଚାଲିଛି। ସମୟ ସହ ତାଳ ଦେଇ ଦିନକୁ ଦିନ ଖାଦ୍ୟପେୟ, ଚାଲିଚଳଣିରେ ପରିବର୍ତ୍ତନ କରୁଛି। ପୂର୍ବରୁ କୌଣସି ଉତ୍ସବ...

ଆଜି ଆସୁଛନ୍ତି ଜେ.ପି. ନଡ୍ଡା, ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜଙ୍ଗଲ ନିଆଁରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ)ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଜଙ୍ଗଲ ନିଆଁ ବନ ବିଭାଗକୁ ଚିନ୍ତାରେ ପକାଇଦେଇଛି। ତେବେ ବନ ବିଭାଗର ତ୍ୱରିତ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri