ନିରାପଦ ମାତୃତ୍ୱ ଅତ୍ୟାଧୁନିକ ଆଇଭିଏଫ୍‌ ପ୍ରଣାଳୀ

ବନ୍ଧ୍ୟାପଣ ବା ଗର୍ଭଧାରଣ କରିବାର ଅକ୍ଷମତା ଯଦିଓ ବିଭିନ୍ନ କାରଣ ଓ କାରକ ସହ ଜଡିତ କିନ୍ତୁ ଏବେ ବି ଏହା ସମାଜରେ ମହିଳାମାନଙ୍କ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଗର୍ଭଧାରଣ କରିବାକୁ ଚେଷ୍ଟା କରି ବିଫଳ ହେଉଥିବା ମହିଳାମାନେ ନିରାଶା ସହିତ ନିଜକୁ ମୂଲ୍ୟହୀନ ମନେକରନ୍ତିି। ଏଥିପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପରେ ମହିଳାଙ୍କୁ ଦାୟୀ କରିବା
ଫଳରେ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ…

ମାତୃତ୍ୱ ଏଭଳି କିଛି ଅନୁଭବ, ଯାହାକୁ ପ୍ରତ୍ୟେକ ମହିଳା ପାଇବା ପାଇଁ ସ୍ବପ୍ନ ଦେଖନ୍ତି, କିନ୍ତୁ ଯଦି ମାତୃତ୍ୱ ଲାଭ କରିବାରେ କିଛି ବାଧା ସୃଷ୍ଟି ହୁଏ, ତେବେ କ’ଣ ହେବ। ଯେତେବେଳେ ଜଣେ ଦମ୍ପତି ଗର୍ଭଧାରଣ କରିବାରେ ବିଫଳ ହୋଇଥାନ୍ତି, ସେତେବେଳେ ଅଧିକାଂଶରେ କେବଳ ମହିଳାଙ୍କୁ ଦାୟୀ କରାଯାଇଥାଏ। ବନ୍ଧ୍ୟାପଣ ବା ଗର୍ଭଧାରଣ କରିବାର ଅକ୍ଷମତା ଯଦିଓ ବିଭିନ୍ନ କାରଣ ଓ କାରକ ସହ ଜଡିତ କିନ୍ତୁ ଏବେ ବି ଏହା ସମାଜରେ ମହିଳାମାନଙ୍କ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଗର୍ଭଧାରଣ କରିବାକୁ ଚେଷ୍ଟା କରି ବିଫଳ ହେଉଥିବା ମହିଳାମାନେ ନିରାଶା ସହିତ ନିଜକୁ ମୂଲ୍ୟହୀନ ମନେକରନ୍ତିି। ଏଥିପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପରେ ମହିଳାଙ୍କୁ ଦାୟୀ କରିବା ଫଳରେ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ।
ଏ ସମ୍ପର୍କରେ ପରିବାର ସଦସ୍ୟ କିମ୍ବା ଘନିଷ୍ଠ ବନ୍ଧୁଙ୍କ ସହ କଥା ହେବା ନିଶ୍ଚିତ ରୂପେ ସାହାଯ୍ୟ କରିଥାଏ ଏବଂ ଯେଉଁମାନଙ୍କ ପାଖରେ ବିଶ୍ୱସ୍ତ ଲୋକ ନ ଥାନ୍ତି ସେଭଳି ମହିଳାମାନେ ସାମାଜିକ ଚାପର ସମ୍ମୁଖୀନ ହୋଇଥାନ୍ତି, ତେଣୁ ସାମାଜିକ ଅବସରଗୁଡିକରୁ ଦୂରେଇ ରୁହନ୍ତୁ, କାରଣ କେବଳ ଜଣେ ଗର୍ଭବତୀ କିମ୍ବା ଶିଶୁଙ୍କୁ ଦେଖିବା ଦ୍ୱାରା ତାହା ମାନସିକ ଅବସାଦକୁ ନିମନ୍ତ୍ରଣ କରିପାରେ।
ଚଳିତ ମାସ ୨୫ରେ ପାଳିତ ହେବାକୁ ଯାଉଛି ବିଶ୍ୱ ଆଇଭିଏଫ୍‌ ଦିବସ। ଏହି ଅବସରରେ, ଆସନ୍ତୁ ମହିଳାଙ୍କ ବନ୍ଧ୍ୟାପଣ ସହ ଜଡିତ ସାମାଜିକ ଅପବାଦକୁ ଦୂର କରିବା ଓ ସେମାନଙ୍କୁ ମାତୃତ୍ୱର ଉପହାର ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା। ଆସିଷ୍ଟେଡ୍‌ ରିପ୍ରଡକ୍ଟିଭ୍‌ ଟେକ୍‌ନିକ୍ସ (ଏଆର୍‌ଟି) କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସହିତ ବନ୍ଧ୍ୟାପଣ ସହ ଜଡିତ ଅନେକ ସମସ୍ୟାର ଏବେ ଚିକିତ୍ସା କରାଯାଇ ପାରୁଛି, ଯାହାଫଳରେ ଅନେକ ମହିଳା ମାତୃତ୍ୱର ସୁଖ ଉପଭୋଗ କରି ପାରୁଛନ୍ତି।
ମାତୃତ୍ୱକୁ ପ୍ରଭାବିତ କରୁଥିବା କାରଣ : ଜଣେ ବ୍ୟକ୍ତିଙ୍କ ପ୍ରଜନନ କ୍ଷମତା ଏକାଧିକ କାରଣ ଯୋଗୁଁ ପ୍ରଭାବିତ ହେଉଥିବା ବେଳେ ସେଥିରୁ ନିମ୍ନରେ କିଛି କାରଣ ଉଲ୍ଲେଖ କରାଯାଇଛି, ଯେଉଁଗୁଡିକୁ ନାଟକୀୟ ଭାବେ ଗତ କିଛି ବର୍ଷ ମଧ୍ୟରେ ଅନେକଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଛି।
-ପେଲ୍‌ଭିକ୍‌ ପାଥୋଲୋଜି (ଓଭାରିଆନ୍‌, ଟ୍ୟୁବାଲ, ୟୁଟେରାଇନ୍‌)ରେ ତ୍ରୁଟି ସମେତ ୟୁଟେରାଇନ୍‌ ଫିବ୍ରଏଡ୍‌ସ, ଆଡେନୋମିୟୋସିସ୍‌, କନିଟାଲ ୟୁଟେରାଇନ୍‌ ଆନୋମାଲିସ୍‌, ୟୁଟେରାଇନ୍‌ ଆଡ୍‌ହେସନ୍ସ, ୟୁଟେରାଇନ୍‌ ପଲିପ୍ସ, କ୍ରୋନିକ୍‌ ଏଣ୍ଡୋମେଟ୍ରାଇଟିସ୍‌, ଟ୍ୟୁବାଲ ବ୍ଲକେଜ୍‌, ଓଭ୍ୟୁଲେଟୋରୀ ଡିସ୍‌ଫଙ୍କ୍‌ସନ, ପିସିଓଏସ୍‌ ଆଦି ରୋଗ।
-ମହିଳାଙ୍କ ବୟସ ଡିମ୍ବାଶୟ ସଂରକ୍ଷଣ (ଗୁଣାତ୍ମକ ଡିମ୍ବାଣୁ) ହ୍ରାସ ପାଇଁ ଏହା ଏକ କାରଣ।
-କ୍ୟାରିୟରକୁ ଗୁରୁତ୍ୱ ଦେଉଥିବା ମହିଳାମାନେ ଗର୍ଭଧାରଣକୁ ସ୍ଥଗିତ ରଖିଥାନ୍ତି। (ସମାଜ ଏହାକୁ ଗର୍ଭଧାରଣ ପାଇଁ ଅକ୍ଷମ ବୋଲି ଆକଳନ କରିଥାଏ)।
-ଧୂମପାନ, ମଦ୍ୟପାନ, ତମାଖୁ ସେବନ, କମ୍‌ ବ୍ୟାୟାମ ଓ କମ୍‌ ନିଦ୍ରା, ଭୁଲ ଖାଦ୍ୟାଭ୍ୟାସ ଆଦି ପରିବର୍ତ୍ତିତ ଜୀବନଶୈଳୀ ମେଦବହୁଳତା ଓ ଚାପ ସୃଷ୍ଟି କରିଥାଏ, ଯାହାକି ଶେଷରେ ବନ୍ଧ୍ୟାପଣର କାରଣ ସାଜିଥାଏ।
-ବୃତ୍ତିି ସମ୍ବନ୍ଧୀୟ ବିପଦ ଓ ପରିବେଶ ପ୍ରଦୂଷଣ।
-ବଂଶାନୁଗତ ବ୍ୟାଧି ଯଥା କ୍ରୋମୋଜୋମାଲ ଅସ୍ବାଭାବିକତା, ଅସ୍ପଷ୍ଟ ବନ୍ଧ୍ୟାପଣ, ପୁରୁଷ ସମସ୍ୟା, ଜଣେ କିମ୍ବା ଉଭୟ ସାଥୀଙ୍କ ଆନୁବଂଶିକ ତ୍ରୁଟି, ଅସାଧାରଣ ସମସ୍ୟା।
-ଏଆର୍‌ଟି : ଅନେକ ମହିଳାଙ୍କ ପାଇଁ ମାତୃତ୍ୱର ଆର୍ଶୀବାଦ।
ଆଇଭିଏଫ୍‌ ହେଉଛି ଏକ ଆର୍ଟ, ଯାହାକି ନିୟନ୍ତ୍ରିତ ଓଭାରିଆନ୍‌ ହାଇପର୍‌ଷ୍ଟିମୁଲେସନ, ଏହାପରେ ଓଭାରିରୁ ଡିମ୍ବାଣୁଗୁଡିକର ପୁନରୁଦ୍ଧାର, ଲାବରେଟୋରୀରେ ଶୁକ୍ରାଣୁ ସହିତ ଫର୍ଟିଲାଇଜେସନ ବା ଗର୍ଭାଧାନ,ଗର୍ଭାଶୟ ଭିତରେ ସୃଷ୍ଟି ହୋଇଥିବା ଭ୍ରୂଣଗୁଡିକର ପରବର୍ତ୍ତୀ ସ୍ଥାନାନ୍ତର ଆଦି ପ୍ରକ୍ରିୟାକୁ ନେଇ ଗଠିତ। ଭ୍ରୂଣଗୁଡିକୁ ଲାବରେଟୋରୀରେ ୩ରୁ ୫ ଦିନ ପର୍ଯ୍ୟନ୍ତ କଲ୍‌ଚର କରାଯାଇଥାଏ। ଆଇଭିଏଫ ଚିକିତ୍ସା ପଦ୍ଧତି ଏବେ ଆଇସିଏସ୍‌ଆଇ (ଇଣ୍ଟ୍ରା ସାଇଟୋପ୍ଲାଜ୍‌ମିକ୍‌ ସ୍ପର୍ମ ଇକ୍ସେନ), ବ୍ଲାଷ୍ଟୋସିଷ୍ଟ କଲ୍ଚର, ଲେଜର ଆସିଷ୍ଟେଡ୍‌ ହ୍ୟାଚିଙ୍ଗ୍‌, ଟିଇଏସ୍‌ଇ (ଟେଷ୍ଟିକୁଲାର ସ୍ପର୍ମ ଏକ୍ସଟ୍ରାକ୍ସନ) ଆଦି ପ୍ରୟୋଗ ସହିତ ଉନ୍ନତ ଭାବେ ପରିଶୋଧିତ ହେଉଛି।
ଆଇଭିଏଫ୍‌ ବ୍ଲକ୍‌ ବା ବନ୍ଦ ଥିବା ଫାଲୋପିଆନ୍‌ ଟ୍ୟୁବ୍‌ଗୁଡିକ କ୍ଷେତ୍ରରେ ଉପଯୋଗୀ ହେବା ସହିତ ଦୁର୍ବଳ କିମ୍ବା ହ୍ରାସ ପାଇଥିବା ଡିମ୍ବାଶୟ ସଂରକ୍ଷଣ, ପିସିଓଏସ୍‌, ପିଓଏଫ୍‌, ଏଣ୍ଡୋମେଟ୍ରିଓସିସ୍‌, ୟୁଟେରାଇନ୍‌ ଫିବ୍ରଏଡ୍‌ସ, ଆଡେନୋମିୟୋସିସ୍‌, ଆବ୍‌ନର୍ମାଲ ସେମେନ୍‌ ପାରାମିଟର୍‌ ଭଳି ସମସ୍ୟା ଭୋଗୁଥିବା ମହିଳା, ପ୍ରାଥମିକ ଓ ମାଧ୍ୟମିକ ବନ୍ଧ୍ୟାପଣ ସହିତ ଦୀର୍ଘଦିନ ହେବ ବିବାହିତ ଦମ୍ପତି, ଅସ୍ପଷ୍ଟ ବନ୍ଧ୍ୟାପଣ ଓ ଅଣ ଏଆର୍‌ଟି ଚକ୍ରର ବିଫଳତା ଥିବା ଦମ୍ପତିଙ୍କ ପାଇଁ ମଧ୍ୟ ଖୁବ୍‌ ଉପଯୋଗୀ ଅଟେ।
ଅନ୍ୟପକ୍ଷରେ ଦମ୍ପତିଙ୍କ ମଧ୍ୟରେ ପରସ୍ପରକୁ ଦୋଷ ଦେବା ସମସ୍ୟାକୁ ରୋକିବା ପାଇଁ ଏଭଳି ମାମଲାରେ କାଉନ୍‌ସେଲିଙ୍ଗ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଦମ୍ପତିଙ୍କୁ ବୁଝାନ୍ତୁ ବା ପରାମର୍ଶ ଦିଅନ୍ତୁ ଯେ, ବନ୍ଧ୍ୟାପଣର କାରଣ ପୁରୁଷ କିମ୍ବା ମହିଳା ସାଥୀ, ଉଭୟ ହୋଇପାରନ୍ତି କିମ୍ବା କେହି ନ ହୋଇପାରନ୍ତି ଏବଂ ସେମାନଙ୍କୁ ଅନୁଭବ କରାନ୍ତୁ ଯେ, ପରସ୍ପରକୁ ବୁଝିବା ଓ ସମର୍ଥନ କରିବା ଦ୍ୱାରା ଚିକିତ୍ସା ସହିତ ଅଗ୍ରଗତି କରିବାରେ ଉନ୍ନତ ଶକ୍ତି ଆଣିବା ସହ ସାହାଯ୍ୟ କରିପାରିବ। ସବୁବେଳେ ଦେଖାଯାଇଛି ଯେ, ଡାକ୍ତରଙ୍କ ସହ ପ୍ରଥମ ସାକ୍ଷାତ୍‌କାର ସମୟରେ ଜଣେ ମହିଳା ଏକାକୀ କିମ୍ବା ନିଜର ଜଣେ ପରିବାର ସଦସ୍ୟଙ୍କ ସହ ଆସିଥାନ୍ତି। ସମାନ ଭାବେ, ଏହା ମଧ୍ୟ ଦେଖାଯାଇଛି ଯେ, ଜଣେ ପୁରୁଷ ମଧ୍ୟ ନିଜର ଦୁର୍ବଳ ସେମେନ୍‌ କ୍ୱାଲିଟି କିମ୍ବା ଆଜୁସ୍ପର୍ମିଆର ରିପୋର୍ଟକୁ ଦେଖାଇବା ପାଇଁ ଏକା ଆସିଥାନ୍ତି ଓ ନିଜ ସାଥୀଙ୍କୁ ଏସମ୍ପର୍କରେ କିଛି ନ ଜଣାଇ ସୁଧାର ପାଇଁ ଆଶା ରଖିଥାନ୍ତି।
ତେଣୁ ଉଭୟ ସାଥୀଙ୍କ ଯାଞ୍ଚ କରାଇବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏକ ଆଇଭିଏଫ୍‌ କେନ୍ଦ୍ର କେବଳ ଆବଶ୍ୟକ ଓ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ଉପରେ ଗୁରୁତ୍ୱ ଦେଇଥାଏ, ଯାହାଫଳରେ ଆଇଭିଏଫ୍‌ ଏକ ଖର୍ଚ୍ଚବହୁଳ ବ୍ୟାପାରରେ ପରିଣତ ହେବନାହିଁ, ଏହା ଜଣେ ରୋଗୀ ଓ ସୁଲଭ ମୂଲ୍ୟ ଦୃଷ୍ଟିକୋଣ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ ଏବଂ ବିଶ୍ୱାସ କରେ ଯେ, ଆଇଭିଏଫ୍‌ ଭଳି ଏକ ମାନସିକ ଓ ଭାବନାତ୍ମକ ନିବେଶ ଏକ ଆର୍ଥିକ ନିବେଶରେ ପରିଣତ ହେବା ଉଚିତ ନୁହେଁ।
ଆବଶ୍ୟକ ପରୀକ୍ଷଣଗୁଡିକ ବନ୍ଧ୍ୟାପଣର କାରଣକୁ ସୂଚାଇଥାନ୍ତି ଓ ମନରେ ସଫଳତାର ସମ୍ଭାବନାକୁ ବଜାୟ ରଖିବା ପାଇଁ ସର୍ବୋତ୍ତମ ଚିକିତ୍ସାର ଯୋଜନା କରିବାରେ ସହଯୋଗ କରିଥାନ୍ତି। ଏଥିରେ ରକ୍ତ ପରୀକ୍ଷା ଓ ଅଲ୍‌ଟ୍ରାସାଉଣ୍ଡ ସ୍କାନ୍‌ ଦ୍ୱାରା ଓଭାରିଆନ୍‌ ରିଜର୍ଭ ବା ଡିମ୍ବାଶୟ ସଂରକ୍ଷଣ ପାଇଁ ପରୀକ୍ଷଣ, ଅଲ୍‌ଟ୍ରାସାଉଣ୍ଡ/ କିମ୍ବଳ ହିଷ୍ଟେରୋସ୍କୋପି ଦ୍ୱାରା ୟୁଟେରାଇନ୍‌ କାଭିଟି ଏବଂ ସିମେନ୍‌ ପାରାମିଟର୍‌ର ବିଶ୍ଳେଷଣ କରିବା ଆଦି ସାମିଲ ରହିଛି।
ଡା. ସସ୍ମିତା ନାୟକ

-ପ୍ରସୂତି ଓ ସ୍ତ୍ରୀ ରୋଗ ଏବଂ ଆଇଭିଏଫ୍‌ ବିଶେଷଜ୍ଞା
ଇନ୍ଦିରା ହସ୍ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri