Posted inଫୁରସତ

ସାଧନା ପୀଠ ବେଣ୍ଟପୁର

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଯେଉଁଠାରେ ନାମ ସଂକୀର୍ତ୍ତନ ହୁଏ ସେଠାରେ ସ୍ବୟଂ ଭଗବାନ ପ୍ରକଟ ହୁଅନ୍ତିି ବୋଲି ଧର୍ମ ବିଶ୍ୱାସ ରହିଛି। ପ୍ରତି ଯୁଗରେ ଭଗବାନଙ୍କ ସାନ୍ନିଧ୍ୟ ଲାଭ ଓ ଆଶୀର୍ବାଦ ପାଇଁ ପ୍ରାର୍ଥନା, ଭଜନ, ଜଣାଣ, କୀର୍ତ୍ତନ, ମନ୍ତ୍ର,ନାମ ଆଦି ଜପକରିବା ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ପୁରୁଷୋତ୍ତମ ଧାମରେ ସଂକୀର୍ତ୍ତନ ପରିବେଷଣ କରାଯାଉଥିବା ପୁରାଣରୁ ଜଣାପଡ଼େ। ତେବେ ଶ୍ରୀଜଗନ୍ନାଥ ସଂସ୍କୃତିରେ ସଂକୀର୍ତ୍ତନ ଏକ ମୁଖ୍ୟ ଅଙ୍ଗ। ଭକ୍ତର ସଂକୀର୍ତ୍ତନରେ ମହାପ୍ରଭୁ କାଳିଆସାଆନ୍ତ ବନ୍ଧା ପଡି ଆସିଛନ୍ତି। ସେମିତି ଏକ ସାଧନା ପୀଠର କଥା; ଯେଉଁଠି ଭକ୍ତ ଅହରହ ମହାପ୍ରଭୁଙ୍କ ନାମକୀର୍ତ୍ତନ କରିଥାନ୍ତି। ଶ୍ରୀକ୍ଷେତ୍ର ପୁରୀରୁ ପ୍ରାୟ ୨୦କିମି ଦୂର ବ୍ରହ୍ମଗିରି। କିନ୍ତୁ ବ୍ରହ୍ମଗିରିକୁ ଆସିବା ପୂର୍ବରୁ ପଡ଼ିବ ବେଣ୍ଟପୁର ଗାଁ। ଏହି ଗାଁରେ ରହିଛି ଏକ ବହୁ ପୁରାତନ ଧର୍ମପୀଠ। ଦିନେ ଏହି ଗାଁରେ ଶ୍ରୀ ଚୈତନ୍ୟ ଦେବଙ୍କ ପାଦ ପଡ଼ିଥିଲା। ସେତେବେଳେ ଏହି ଗାଁରେ ଦୁଇ ଭକ୍ତ ଥିଲେ ମାଧବୀ ଦାସ ଓ ରାୟ ରାମାନନ୍ଦ। ଏମାନଙ୍କ ବଂଶଜ ତାଙ୍କ ପୂର୍ବପୁରୁଷଙ୍କର ସ୍ମୃତିକୁ ଏବେ ବି ସାଇତି ରଖିଛନ୍ତି। ଦିନଥିଲା ଉତ୍କଳର ଅନ୍ୟତମ ପରାକ୍ରମୀ ରାଜା ଥିଲେ ପ୍ରତାପରୁଦ୍ର ଦେବ। ତାଙ୍କ ରାଜ୍ୟ ଉତ୍ତରରେ ତ୍ରିବେଣୀ, ଯାହା ଗଙ୍ଗାଘାଟଠାରୁ ଦକ୍ଷିଣରେ ରାମେଶ୍ୱର ପର୍ଯ୍ୟନ୍ତ ବିସ୍ତୃତ ଥିଲା। ସେତେବେଳେ ମୁସଲମାନମାନେ ଭାରତ ଶାସନ କରୁଥିଲେ ହେଁ ଓଡ଼ିଶା ଥିଲା ସ୍ବାଧୀନ। କିନ୍ତୁ ଉତ୍କଳର ଓଡ଼ିଆ ରାଜା ବାହ୍ୟ ଆକ୍ରମଣରୁ ଉତ୍କଳକୁ ରକ୍ଷା କରିବାକୁ ରାଜା ରାଜନୀତିରେ ଧୂରନ୍ଧର ରାୟରାମାନନ୍ଦଙ୍କୁ ଦାକ୍ଷିଣାତ୍ୟକୁ ଗର୍ଭଣ୍ଣର କରି ପଠାଇଥିଲେ। ତାଙ୍କୁ ଲୋକେ ରାଜ ମହେନ୍ଦ୍ରୀର ରାଜା ବୋଲି କହୁଥିଲେ। ରାୟରାମାନନ୍ଦ ଯେ କେବଳ ରାଜା ପ୍ରତାପ ରୁଦ୍ରଦେବଙ୍କର ଜଣେ ସୁଦକ୍ଷ ପ୍ରଶାସକ ଥିଲେ ତାହା ନୁହେଁ ବରଂ ସେ ଏକ ଧାରାରେ ଥିଲେ ମହାନ କୃଷ୍ଣପ୍ରେମୀ, ସଂଗୀତଜ୍ଞ ଓ ନାଟ୍ୟକାର। ଜଗନ୍ନାଥ ବଲ୍ଲଭର ମଧ୍ୟ ସେ ଥିଲେ ରଚୟିତା। ସେ ସର୍ବଦା କୃଷ୍ଣ ଭକ୍ତିରେ ନିମଗ୍ନ ରହୁଥିଲେ। ଷୋଡ଼ଶ ଶତାଦ୍ଦୀରେ ଚୈତନ୍ୟ ଦେବଙ୍କ ସହ ରାୟ ରାମାନନ୍ଦଙ୍କର ଭେଟ ହୋଇଥିଲା। ତେବେ ଶ୍ରୀଚୈତନ୍ୟ ଦେବ ତାଙ୍କର ପୁରୀ ରହଣୀ ସମୟରେ ବେଣ୍ଟପୁର ଗାଁରେ ଥିବା ରାୟ ରାମାନନ୍ଦଙ୍କ ବାସଭବନରେ ଅବସ୍ଥାନ କରିଥିବାର କଥା ଶୁଣିବାକୁ ମିଳେ। ବେଣ୍ଟପୁର ଗାଁରେ ସ୍ଥାପିତ ହୋଇଥିବା ଶ୍ରୀଗୋପିନାଥ ଦେବଙ୍କ ମନ୍ଦିର, ମାଧବୀ ଦାସଙ୍କ ମଠ, ରାୟ ରାମାନନ୍ଦ ଓ ଶ୍ରୀଚୈତନ୍ୟ ଦେବଙ୍କ ମନ୍ଦିର, ପ୍ରତିମୂର୍ତ୍ତିର ସୁରକ୍ଷା ଓ ରକ୍ଷଣାବେକ୍ଷଣା ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ ଏକ କମିଟି ଗଠନ ହୋଇଛି। ଏଥିରେ ଗାଁର ଧାର୍ମିକ ବ୍ୟକ୍ତିମାନେ ଯୋଗ ଦେଇ ମଠର ପରିଚାଳନା କରୁଛନ୍ତି। ବର୍ଷର ବିଭିନ୍ନ ସମୟରେ ପାରମ୍ପରିକ ରିତିନୀତିରେ ଏହି ମଠ ଓ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି।
– ସ୍ବାଧୀନ ଚମ୍ପତିରାୟ


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri