Posted inଫୁରସତ

ସାଧନା ପୀଠ ବେଣ୍ଟପୁର

ଶ୍ରୀଜଗନ୍ନାଥ ସଂସ୍କୃତି ସର୍ବଧର୍ମ ସମ୍ମନ୍ବୟର ପ୍ରତୀକ। ଯେଉଁଠାରେ ନାମ ସଂକୀର୍ତ୍ତନ ହୁଏ ସେଠାରେ ସ୍ବୟଂ ଭଗବାନ ପ୍ରକଟ ହୁଅନ୍ତିି ବୋଲି ଧର୍ମ ବିଶ୍ୱାସ ରହିଛି। ପ୍ରତି ଯୁଗରେ ଭଗବାନଙ୍କ ସାନ୍ନିଧ୍ୟ ଲାଭ ଓ ଆଶୀର୍ବାଦ ପାଇଁ ପ୍ରାର୍ଥନା, ଭଜନ, ଜଣାଣ, କୀର୍ତ୍ତନ, ମନ୍ତ୍ର,ନାମ ଆଦି ଜପକରିବା ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ପୁରୁଷୋତ୍ତମ ଧାମରେ ସଂକୀର୍ତ୍ତନ ପରିବେଷଣ କରାଯାଉଥିବା ପୁରାଣରୁ ଜଣାପଡ଼େ। ତେବେ ଶ୍ରୀଜଗନ୍ନାଥ ସଂସ୍କୃତିରେ ସଂକୀର୍ତ୍ତନ ଏକ ମୁଖ୍ୟ ଅଙ୍ଗ। ଭକ୍ତର ସଂକୀର୍ତ୍ତନରେ ମହାପ୍ରଭୁ କାଳିଆସାଆନ୍ତ ବନ୍ଧା ପଡି ଆସିଛନ୍ତି। ସେମିତି ଏକ ସାଧନା ପୀଠର କଥା; ଯେଉଁଠି ଭକ୍ତ ଅହରହ ମହାପ୍ରଭୁଙ୍କ ନାମକୀର୍ତ୍ତନ କରିଥାନ୍ତି। ଶ୍ରୀକ୍ଷେତ୍ର ପୁରୀରୁ ପ୍ରାୟ ୨୦କିମି ଦୂର ବ୍ରହ୍ମଗିରି। କିନ୍ତୁ ବ୍ରହ୍ମଗିରିକୁ ଆସିବା ପୂର୍ବରୁ ପଡ଼ିବ ବେଣ୍ଟପୁର ଗାଁ। ଏହି ଗାଁରେ ରହିଛି ଏକ ବହୁ ପୁରାତନ ଧର୍ମପୀଠ। ଦିନେ ଏହି ଗାଁରେ ଶ୍ରୀ ଚୈତନ୍ୟ ଦେବଙ୍କ ପାଦ ପଡ଼ିଥିଲା। ସେତେବେଳେ ଏହି ଗାଁରେ ଦୁଇ ଭକ୍ତ ଥିଲେ ମାଧବୀ ଦାସ ଓ ରାୟ ରାମାନନ୍ଦ। ଏମାନଙ୍କ ବଂଶଜ ତାଙ୍କ ପୂର୍ବପୁରୁଷଙ୍କର ସ୍ମୃତିକୁ ଏବେ ବି ସାଇତି ରଖିଛନ୍ତି। ଦିନଥିଲା ଉତ୍କଳର ଅନ୍ୟତମ ପରାକ୍ରମୀ ରାଜା ଥିଲେ ପ୍ରତାପରୁଦ୍ର ଦେବ। ତାଙ୍କ ରାଜ୍ୟ ଉତ୍ତରରେ ତ୍ରିବେଣୀ, ଯାହା ଗଙ୍ଗାଘାଟଠାରୁ ଦକ୍ଷିଣରେ ରାମେଶ୍ୱର ପର୍ଯ୍ୟନ୍ତ ବିସ୍ତୃତ ଥିଲା। ସେତେବେଳେ ମୁସଲମାନମାନେ ଭାରତ ଶାସନ କରୁଥିଲେ ହେଁ ଓଡ଼ିଶା ଥିଲା ସ୍ବାଧୀନ। କିନ୍ତୁ ଉତ୍କଳର ଓଡ଼ିଆ ରାଜା ବାହ୍ୟ ଆକ୍ରମଣରୁ ଉତ୍କଳକୁ ରକ୍ଷା କରିବାକୁ ରାଜା ରାଜନୀତିରେ ଧୂରନ୍ଧର ରାୟରାମାନନ୍ଦଙ୍କୁ ଦାକ୍ଷିଣାତ୍ୟକୁ ଗର୍ଭଣ୍ଣର କରି ପଠାଇଥିଲେ। ତାଙ୍କୁ ଲୋକେ ରାଜ ମହେନ୍ଦ୍ରୀର ରାଜା ବୋଲି କହୁଥିଲେ। ରାୟରାମାନନ୍ଦ ଯେ କେବଳ ରାଜା ପ୍ରତାପ ରୁଦ୍ରଦେବଙ୍କର ଜଣେ ସୁଦକ୍ଷ ପ୍ରଶାସକ ଥିଲେ ତାହା ନୁହେଁ ବରଂ ସେ ଏକ ଧାରାରେ ଥିଲେ ମହାନ କୃଷ୍ଣପ୍ରେମୀ, ସଂଗୀତଜ୍ଞ ଓ ନାଟ୍ୟକାର। ଜଗନ୍ନାଥ ବଲ୍ଲଭର ମଧ୍ୟ ସେ ଥିଲେ ରଚୟିତା। ସେ ସର୍ବଦା କୃଷ୍ଣ ଭକ୍ତିରେ ନିମଗ୍ନ ରହୁଥିଲେ। ଷୋଡ଼ଶ ଶତାଦ୍ଦୀରେ ଚୈତନ୍ୟ ଦେବଙ୍କ ସହ ରାୟ ରାମାନନ୍ଦଙ୍କର ଭେଟ ହୋଇଥିଲା। ତେବେ ଶ୍ରୀଚୈତନ୍ୟ ଦେବ ତାଙ୍କର ପୁରୀ ରହଣୀ ସମୟରେ ବେଣ୍ଟପୁର ଗାଁରେ ଥିବା ରାୟ ରାମାନନ୍ଦଙ୍କ ବାସଭବନରେ ଅବସ୍ଥାନ କରିଥିବାର କଥା ଶୁଣିବାକୁ ମିଳେ। ବେଣ୍ଟପୁର ଗାଁରେ ସ୍ଥାପିତ ହୋଇଥିବା ଶ୍ରୀଗୋପିନାଥ ଦେବଙ୍କ ମନ୍ଦିର, ମାଧବୀ ଦାସଙ୍କ ମଠ, ରାୟ ରାମାନନ୍ଦ ଓ ଶ୍ରୀଚୈତନ୍ୟ ଦେବଙ୍କ ମନ୍ଦିର, ପ୍ରତିମୂର୍ତ୍ତିର ସୁରକ୍ଷା ଓ ରକ୍ଷଣାବେକ୍ଷଣା ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ ଏକ କମିଟି ଗଠନ ହୋଇଛି। ଏଥିରେ ଗାଁର ଧାର୍ମିକ ବ୍ୟକ୍ତିମାନେ ଯୋଗ ଦେଇ ମଠର ପରିଚାଳନା କରୁଛନ୍ତି। ବର୍ଷର ବିଭିନ୍ନ ସମୟରେ ପାରମ୍ପରିକ ରିତିନୀତିରେ ଏହି ମଠ ଓ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି।
– ସ୍ବାଧୀନ ଚମ୍ପତିରାୟ


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri