Posted inଖେଳ

୧୪ ବର୍ଷୀୟା ବାଳିକାଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ହେଲେ ସଚିନ

ଜୟପୁର,୧୬।୨: ରାଜସ୍ଥାନର ବାଲି ପଡିଆରେ ଚୌକା ଓ ଛକା ମାରି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ମୁମଲ ମେହେରଙ୍କୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ପ୍ରଶଂସାରେ ପୋତି ପକାଇଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ଟୁଇଟରରେ ମୁମଲଙ୍କ ଭାଇରାଲ ଭିଡିଓ ଟୁଇଟ୍‌ କରି କହିଛନ୍ତି, ଗତକାଲି ତ ନିଲାମ ହୋଇଛି.. ଏବଂ ଆଜି ମ୍ୟାଚ ମଧ୍ୟ ଆରମ୍ଭ ହୋଇଛି କି? ବହୁତ ବଢିଆ, ତୁମର ବ୍ୟାଟିଂକୁ ପ୍ରକୃତରେ ମୁଁ ଉପଭୋଗ କଲି।
ଗାଁରେ ମୁମଲ ମେହେରଙ୍କ ଚୌକା ଓ ଛକା ମାରିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ରାଜସ୍ଥାନର ବାରମେର ଜିଲାର ଛୋଟ ଗାଁ ଶେରପୁରା କାନାସର ବାସିନ୍ଦା ୧୪ ବର୍ଷିୟା ମୁମଲ ମେହେର କ୍ରିକେଟର ଏକ ଚମତ୍କାର ପ୍ରତିଭା ଭାବରେ ଉଭା ହୋଇଛନ୍ତି। ମୁମଲଙ୍କ ଏହି ଭାଇରାଲ ଭିଡିଓ ଦେଖି ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ମୁମଲଙ୍କ ପିତା ଜଣେ କୃଷକ। ତାଙ୍କ ୬ ଭଉଣୀ ଏବଂ ଦୁଇ ଭାଇ ଅଛନ୍ତି। ସେ ଏବେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି।
କଠିନ ପରିସ୍ଥିତିରେ ମଧ୍ୟ ମୁମଲ ମେହେର କ୍ରିକେଟ ଖେଳନ୍ତି। ସେ ପ୍ରତିଦିନ ତିନିରୁ ଚାରି ଘଣ୍ଟା ଅଭ୍ୟାସ କରନ୍ତି। ତାଙ୍କ ସ୍କୁଲ ଶିକ୍ଷକ ରୋଶନ ଖାନ ତାଙ୍କୁ ତାଲିମ ଦେଉଛନ୍ତି। ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଆଦର୍ଶରେ ମୁମଲ ଚୌକା ଓ ଛକା ମାରୁଛନ୍ତି। ମୁମଲଙ୍କ ଆର୍ଥିକ ଅବସ୍ଥା ଏପରି ଯେ ତାଙ୍କ ପାଖରେ ଜୋତା ମଧ୍ୟ ନାହିଁ। ସେ କ୍ରିକେଟ ଖାଲି ପାଦରେ ଖେଳିବାକୁ ବାଧ୍ୟ ହେଉଛନ୍ତି। ନିକଟରେ ରାଜସ୍ଥାନରେ ଆୟୋଜିତ ହୋଇଥିବା ଗ୍ରାମୀଣ ଅଲିମ୍ପିକ୍ସରେ ମୁମଲ ଅଂଶଗ୍ରହଣ କରିଥିଲେ।
ସୋସିଆଲ ମିଡିଆରେ ମୁମଲଙ୍କ ପ୍ରତିଭା ତଥା ଖ୍ୟାତି ଦ୍ୱାରା ପ୍ରଭାବିତ ହୋଇ ରାଜସ୍ଥାନ ଭାଜପା ରାଜ୍ୟ ସଭାପତି ସତୀଶ ପୁନିଆ ତାଙ୍କ ପାଇଁ ଏକ କ୍ରିକେଟ କିଟ ପଠାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?