ତହସିଲରୁ ହଟିବେ ମଧ୍ୟସ୍ଥ, କାର୍ଯ୍ୟକାରୀ ହେବ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ଏଣିକି ଲୋକଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଧାଇଁବାକୁ ପଡ଼ିବ ନାହିଁ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା ଯନ୍ତ୍ରଣାରୁ ମୁକ୍ତି ମିଳିବ। ସମୟ ସାଙ୍ଗକୁ ଖର୍ଚ୍ଚ ମଧ୍ୟ କମିବ। ସରକାରୀ ଦପ୍ତରରେ ଜନସାଧାରଣ ଭିଡ଼ ହ୍ରାସ କରିବା ପାଇଁ ୨୦୨୩ ମାର୍ଚ୍ଚ ସୁଦ୍ଧା ସମସ୍ତ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ। ଏଥିସହ ସପ୍ତାହକୁ ୨ରୁ ୩ ଦିନ ନିୟମିତ କ୍ୟାମ୍ପ୍‌ କୋର୍ଟ ଆୟୋଜନ କରାଯିବ। ପଞ୍ଜୀକରଣ କାର୍ଯ୍ୟାଳୟରେ ଅଧିକ ସ୍ବଚ୍ଛତା ଏବଂ ମଧ୍ୟସ୍ଥଙ୍କୁ ହଟାଇବା ପାଇଁ ସ୍ମାର୍ଟ ସର୍ଭେଲାନ୍ସ ବ୍ୟବସ୍ଥା ଆରମ୍ଭ ହେବ। ଅନ୍‌ଲାଇନ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ। ଆବଶ୍ୟକ ସ୍ଥଳେ ଅଧିକ ପଞ୍ଜୀକରଣ କାର୍ଯ୍ୟାଳୟ, ଆର୍‌ଆଇ ସର୍କଲ ଖୋଲାଯିବ। କୋଣାର୍କ ଇକୋ-ରିଟ୍ରିଟ୍‌ଠାରେ ବରିଷ୍ଠ ଅଧିକାରୀ ସମ୍ମିଳନୀର ବୁଧବାର ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ସମସ୍ତ ଜିଲା, ସବ୍‌ଡିଭିଜନ ଓ ତହସିଲରେ ଓସ୍ବାସ୍‌ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ରହିଛି। ରାଜସ୍ବ ବୋର୍ଡଠାରୁ ଆରମ୍ଭ କରି ପ୍ରତ୍ୟେକ ରାଜସ୍ବ କାର୍ଯ୍ୟାଳୟର ସମ୍ପୃକ୍ତ ରେକର୍ଡଗୁଡ଼ିକର ଡିଜିଟାଇଜେଶନ୍‌ ଚାଲିଥିବା ଆଲୋଚନାରୁ ଜଣାପଡ଼ିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ କଟକ, ଖୋର୍ଦ୍ଧା ଓ ବୌଦ୍ଧ ଜିଲାପାଳ ଆଲୋଚନାରେ ଭାଗନେଇ ରାଜସ୍ବ ବିଭାଗର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ୨୦୨୨ରେ ପ୍ରାୟ ୨ ଲକ୍ଷ ଜମିପଟ୍ଟା ସଂଶୋଧନ କରାଯାଇ ସ୍ପିଡ୍‌ ପୋଷ୍ଟ ଜରିଆରେ କିମ୍ବା ରାଜସ୍ବ ରଥ ଦ୍ୱାରା ହିତାଧିକାରୀଙ୍କ ନିକଟକୁ ପଠାଯାଇଛି। ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମରେ ଭାରତର ୭୫ ଜିଲା ମଧ୍ୟରୁ ଓଡ଼ିଶାର ୨୦ ଜିଲା ୬ଟି ମାନଦଣ୍ଡରେ ୯୯ ପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ କରିଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ କେନ୍ଦ୍ର ସରକାର ପ୍ଲାଟିନମ୍‌ ପୁରସ୍କାର ପ୍ରଦାନ କରିବେ। ନିକଟରେ ୮୦ଟି ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ ହୋଇଛି। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମ ଜରିଆରେ ଶୁଣାଣି ପରେ ପ୍ରାୟ ୩,୦୦୦ ମାମଲାର ଫଇସଲା କରାଯାଇଛି। ତ୍ୱରିତ ଓ ନିର୍ଭୁଲ ଜମି ରେକର୍ଡ ସେବା ପାଇଁ ହାଇଟେକ୍‌ ସର୍ଭେକୁ ବିଭାଗ ପକ୍ଷରୁ ତ୍ୱରାନ୍ବିତ କରାଯାଉଛି। ଦେବଗଡ଼ ଜିଲାରେ ହାଇଟେକ୍‌ ସର୍ଭେ ଶେଷ ହୋଇଥିବାବେଳେ ସୋନପୁର ଓ ସୁନ୍ଦରଗଡ଼ ଜିଲାରେ ଚାଲୁ ରହିଛି। ଦକ୍ଷ ମାନବସମ୍ବଳ ସମ୍ପର୍କିତ ସମସ୍ୟା ଦୂର କରିବା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ବିଭାଗ ମାଧ୍ୟମରେ ଅଧିକ ଲାଇସେନ୍ସପ୍ରାପ୍ତ ସର୍ଭେୟର ସୃଷ୍ଟି କରିବାକୁ ବିଭାଗ ପ୍ରଚେଷ୍ଟା କରୁଛି। ଆତ୍ମଘୋଷଣା ଆଧାରରେ ବିବିଧ ଓ ଜାତିଗତ ପ୍ରମାଣପତ୍ର ନିଃଶୁଳ୍କ ପ୍ରଦାନ କରିବାକୁ ବିଭାଗ ପଦକ୍ଷେପ ନେଇଛି। ବସୁନ୍ଧରା ଯୋଜନା ମାଧ୍ୟମରେ ପ୍ରାୟ ୬,୫୦,୦୦୦ ପରିବାରଙ୍କୁ ବାସୋପଯୋଗୀ ଜମି ମଞ୍ଜୁର କରାଯାଇଥିବା ବେଳେ ୪,୫୦,୦୦୦ ପରିବାରକୁ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?