ସବ୍ୟସାଚୀ, ନିବେଦିତାଙ୍କୁ ‘କଳିଙ୍ଗ ରତ୍ନ’ ସମ୍ମାନ

ଭୁବନେଶ୍ୱର,୮।୨(ବ୍ୟୁରୋ): କରୋନା ମହାମାରୀ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିବା ଓଲିଉଡ୍‌ ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କୁ ‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି। ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ୍‌ ପକ୍ଷରୁ ସବ୍ୟସାଚୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ସମାଜସେବୀ ନିବେଦିତା ଭଞ୍ଜଙ୍କୁ ମଧ୍ୟ ‘କଳିଙ୍ଗ ରତ୍ନ’ ସମ୍ମାନ ପ୍ରଦାନ କରାଯାଇଛି।
ରବିବାର ଉତ୍କଳ ରଙ୍ଗମଞ୍ଚଠାରେ ‘ବେଟି ପଢ଼ାଓ ବେଟି ବଚାଓ’ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଯୋଗଦେଇ ଝିଅମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଏବଂ ଝିଅପୁଅଙ୍କ ମଧ୍ୟରେ ତାରତମ୍ୟ ନ ଦେଖିବା ପାଇଁ କହିଛନ୍ତି। ଟ୍ରଷ୍ଟର ଅଧ୍ୟକ୍ଷ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଡ. ଆରତି କର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା. ବନବିହାରୀ ମିଶ୍ର, ବୀରଭଦ୍ର ବିଶ୍ୱାଳ, ଅଭିନନ୍ଦନ ଦାଶ, ସନ୍ଦୀପ ସାହୁ, ଶାଶ୍ୱତୀ ମିଶ୍ରଙ୍କ ସମେତ ୩୦ ଜଣଙ୍କୁ ‘ସେବା ରତ୍ନ’ ସମ୍ମାନ ପ୍ରଦାନ କରାଯାଇଥିଲା।
ସମ୍ପାଦକ ମନୋଜ ରାଉଳ ବିବରଣୀ ପାଠ କରିଥିବା ବେଳେ ମୁଖ୍ୟ ଉପଦେଷ୍ଟା ଉମାନାଥ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମାଜସେବୀ ଇଂ ଦିଲ୍ଲୀପ ପଟ୍ଟନାୟକ, ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବରିଷ୍ଠ ଅଗ୍ନିଶମ ଅଧିକାରୀଙ୍କୁ ବନ୍ୟାଞ୍ଚଳ ଦାୟିତ୍ୱ

ଭୁବନେଶ୍ୱର,(ବ୍ୟୁରୋ)୨୨ା୮: ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ପୁଣି ବନ୍ୟାସ୍ଥିତି ଉପୁଜିଛି। ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ଆସିବାରୁ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ...

ଆଇସିୟୁରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ: ଅସ୍ତ୍ରୋପଚାର ଶେଷ

ଭୁବନେଶ୍ବର,୨୯।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅସ୍ତ୍ରୋପଚାର ଶେଷ ହୋଇଛି। ଏବେ ତାଙ୍କୁ ଆଇସିୟୁରେ ରଖାଯାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିକିତ୍ସା ତଦାରଖ...

ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ, ସ୍ବାମୀ ଗୁରୁତର

ଚିତ୍ରଡ଼ା,୭ା୧: ମୟୂରଭଞ୍ଜ ଜିଲା ବାରିପଦା-ଚିତ୍ରଡ଼ା ରାସ୍ତାର ଗୁଞ୍ଜୁସାହି ଛକ ନିକଟରେ ଗୁରୁବାର ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ...

‘ଲିମ୍‌କା ବୁକ୍‌ ରେକର୍ଡସ୍‌’ରେ ୪ର୍ଥ ଥର ପାଇଁ ପେପରମ୍ୟାନ୍‌ ଶଶାଙ୍କ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ପୁଣିଥରେ ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌’ରେ ସ୍ଥାନ ପାଇବେ ‘ପେପରମ୍ୟାନ୍‌’ ଶଶାଙ୍କ ଶେଖର ଦାଶ। ଚତୁର୍ଥ ଥର ଲାଗି ସେ ଏହି ରେକର୍ଡସ୍‌ରେ...

ବିଜେପୁର ଉପନିର୍ବାଚନ: ୭୨% ମତଦାନ

ବରଗଡ଼ ଅଫିସ /ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ସା ୫ଟାରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନ ମଣ୍ଡଳୀର ୨୮୫...

ଶିଳ୍ପୀ ଲଲାଟ ମୋହନଙ୍କୁ ମିଳିଲା ଧର୍ମପଦ ପୁରସ୍କାର

ପୁରୁଣା ଭୁବନେଶ୍ୱର,୩୧ା୫(ଡି.ଏନ୍‌.ଏ.): ଓଡ଼ିଶା ଲଳିତକଳା ଏକାଡ଼େମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ଧର୍ମପଦ ପୁରସ୍କାର ଚଳିତବର୍ଷ ଶିଳ୍ପୀ ଲଲାଟ ମୋହନ...

ପୁଅକୁ ପଥରରେ ଛେଚି ମାରିଲେ ବାପା

ବାରିପଦା ଅଫିସ,୨୪ା୧୦: ରାଗ ସମ୍ଭାଳି ନ ପାରି ନୃଶଂସ ବାପା ପଥରରେ ଛେଚି ନିଜ ୫ବର୍ଷର ପୁଅଙ୍କୁ ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲା ବଡ଼ସାହି ଥାନା...

ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ ଅଫିସ,୩।୩: ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି...

Advertisement
Archives

Model This Week