ପୁଣି ସାହାହେଲେ ସବ୍ୟସାଚୀ: ତାମିଲନାଡ଼ୁରେ ଫସିଥିବା ପରିବାରକୁ ଓଡ଼ିଶା ଆଣିଲେ

ଭୁବନେଶ୍ୱର,୨୪ା୬(ବ୍ୟୁରୋ)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସହ ସେମାନଙ୍କର ଅଟକି ଯାଇଥିବା ରଥ ମଧ୍ୟ ଗଡ଼ିଥିଲା। ନିଜ ଜନ୍ମମାଟିକୁ ଫେରିଆସିବା ଜାଣି ୩ ମାସରୁ ଦୀର୍ଘଦିନ ଧରି ଦୁର୍ବଃସହ ହୋଇପଡ଼ିଥିବା ଜୀବନ ଏବଂ ମନକୁ ଶାନ୍ତି ଏବଂ ଆଶ୍ୱସ୍ତି ମିଳିଥିଲା। ଲକ୍‌ଡାଉନ୍‌ ଯୋଗୁ ତାମିଲନାଡ଼ୁରେ ଫସିରହିଥିବା ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ଅନିରୁଦ୍ଧ ମଲ୍ଲିକ ଓ ତାଙ୍କ ପରିବାରକୁ ଏଭଳି ସହଯୋଗର ହାତ ବଢାଇ ତାଙ୍କପାଇଁ ଦେବଦୂତ ସାଜିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। କିଛିଦିନ ତଳେ ସବ୍ୟସାଚୀ ତାମିଲନାଡ଼ୁରେ ଫସିଥିବା ଆଉଏକ ଦମ୍ପତିଙ୍କୁ ନିଜ ଘରକୁ ଫେରାଇ ଆଣିଥିଲେ। ଏବେ ପୁଣିଥରେ ଏକ ପରିବାରକୁ ସହଯୋଗର ହାତ ବଢାଇ ଏହି ଅଭିନେତା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଅନିରୁଦ୍ଧ, ତାଙ୍କ ପତ୍ନୀ ଏବଂ ତାଙ୍କ ଝିଅ ଓଡ଼ିଶା ଫେରିବାକୁ ଅନୁରୋଧ କରିଥିଲେ। ‘ଆମର ଏଠାରେ ଖାଇବା, ପିଇବା ଓ ରହିବାରେ ହବୁ ଅସୁବିଧା ହେଉଛି। ଆମେ ଓଡ଼ିଶା ଯିବାକୁ ଚାହୁଁଛୁ।’ ବୋଲି ମହିଳାଜଣକ ଏହି ପୋଷ୍ଟ ମାଧ୍ୟମରେ କହିଥିଲେ। ଏ ସମ୍ପର୍କରେ ଜାଣିବା ପରେ ସବ୍ୟସାଚୀ ତୁରନ୍ତ ତାଙ୍କୁ ଯୋଗାଯୋଗ କରିଥିଲେ। ପାଖରେ ଅର୍ଥ ନଥିବାରୁ ବସ୍‌ ଭଡ଼ା ଦେଇ ଆସିବା ଅନିରୁଦ୍ଧଙ୍କ ପକ୍ଷେ ସମ୍ଭବ ନଥିଲା। ଏହା ଜାଣିବା ପରେ ସବ୍ୟସାଚୀ ସେହିଦିନ ସଙ୍ଗେ ସଙ୍ଗେ ବସ୍‌ର ବ୍ୟବସ୍ଥା କରିଥିଲେ। ରଥଯାତ୍ରା ଦିନ ଅର୍ଥାତ୍‌ ମଙ୍ଗଳବାର ସକାଳେ ସେମାନେ ବସ୍‌ରେ ବସି ଓଡ଼ିଶା ଅଭିମୁଖେ ବାହାରିଥିଲେ। ତାଙ୍କସହ ଉକ୍ତ ଅଞ୍ଚଳରେ ଫସିଥିବା ଅନ୍ୟ ଓଡ଼ିଆମାନେ ମଧ୍ୟ ଏହି ବସ୍‌ରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri