‘ସବ୍ୟସାଚୀ ବ୍ରାଇଡ୍‌’ ହେଲେ ଓଡ଼ିଆ ଝିଅ ଅଙ୍କିତା

ଭୁବନେଶ୍ୱର,୧୪।୭(ବ୍ୟୁରୋ): ଏନ୍‌ଡି ଟିଭି ଗୁଡ୍‌ଟାଇମ୍‌ସରେ ପ୍ରସାରିତ ଦେଶର ଖ୍ୟାତନାମା ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ବହୁଚର୍ଚ୍ଚିତ ଶୋ ‘ବ୍ୟାଣ୍ଡ୍‌ ବାଜା ବ୍ରାଇଡ୍‌’ରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଅଙ୍କିତା ମହାନ୍ତି। ପ୍ରଥମଥର ପାଇଁ ଜଣେ ଓଡ଼ିଆଙ୍କୁ ଏଭଳି ଏକ ଓ୍ବେଡିଂ ଶୋ’ରେ ଦେଖିବାକୁ ମିଳିଛି। ହାଇଦ୍ରାବାଦସ୍ଥିତ ଏକ ଏମ୍‌ଏନ୍‌ସିରେ ପ୍ରୋଗ୍ରାମ ମ୍ୟାନେଜରଭାବେ କାମ କରୁଥିବା ଅଙ୍କିତା କିଭଳି ଚିରାଚରିତଠାରୁ ଦୂରେଇ ନିଜ ସାଥୀଙ୍କ ସହ ନୂଆ ଜୀବନ ଆରମ୍ଭ କରୁଛନ୍ତି ତାହାକୁ ଏଥିରେ ଦେଖିବାକୁ ମିଳିଥିଲା। ‘ବ୍ୟାଣ୍ଡ୍‌ ବାଜା ବ୍ରାଇଡ୍‌’ରେ ଅଂଶଗ୍ରହଣ କରି ‘ସବ୍ୟସାଚୀ ବ୍ରାଇଡ୍‌’ ହେବାକୁ ଦେଶର କୋଟି କୋଟି ଯୁବତୀ ସ୍ବପ୍ନ ଦେଖୁଥିବାବେଳେ ଅଙ୍କିତା ସବ୍ୟସାଚୀଙ୍କ ତରଫରୁ ଏହି ଅଫର୍‌ ପାଇଥିଲେ। ସବୁଠାରୁ ବଡ଼କଥା ହେଲା ଶୋ’ରେ ଅଂଶଗ୍ରହଣ କରିବାକୁ ସେ ନିଜେ ଆବେଦନ କରି ନ ଥିଲେ। ଏନେଇ ସବ୍ୟସାଚୀ କହିଛନ୍ତି, ଅଙ୍କିତା ଜଣେ ଭିନ୍ନ ଧରଣର ଝିଅ। ତାଙ୍କ ନିକଟରେ ଅବର୍ଣ୍ଣନୀୟ ଗୁଣ ରହିଛି। ତାଙ୍କ ଦୃଢ ମନୋବଳ ଏବଂ ଯେଉଁଭଳି ଭାବେ ସେ ନିଜକୁ ଉପସ୍ଥାପନ କରନ୍ତି ସେଭଳି ବହୁତ କମ୍‌ ଝିଅ କରିପାରନ୍ତି ବୋଲି କହି ସେ ଅଙ୍କିତାଙ୍କୁ ଢେର୍‌ ପ୍ରଶଂସା କରିଛନ୍ତି।
ଶ୍ୟାମଳ ରଙ୍ଗ ଓ ମୋଟାପଣ ପାଇଁ ପିଲାବେଳୁ ଅଙ୍କିତା ବହୁ ଥଟ୍ଟାମଜା ସହ ପରିହାସର ଶିକାର ହୋଇଥିଲେ। ପ୍ରଥମେ ପ୍ରଥମେ ଏହା ଅଙ୍କିତାଙ୍କ ମନକୁ ଆଘାତ ଦେଉଥିଲା, ହେଲେ ସମୟକ୍ରମେ ଏହାକୁ ସେ ଭୁଲିଯାଇଛନ୍ତି। ସମାଜର ଆଶା, ଆକାଂକ୍ଷାଠାରୁ ବହୁ ଊର୍ଦ୍ଧ୍ୱକୁ ଯାଇ କିଭଳି ବିଶ୍ୱରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିହେବ ତାହା ଅଙ୍କିତା ପ୍ରମାଣ କରି ଦେଖାଇଛନ୍ତି। ନିଜ ଜୀବନସାଥୀଙ୍କ ପାଇଁ ଦୁର୍ବଳତାକୁ ନିଜ ଶକ୍ତିରେ ପରିଣତ କରିଥିବା ଅଙ୍କିତା ଏବେ ହସୁଛନ୍ତି ଓ ଅନ୍ୟକୁ ହସାଉଛନ୍ତି। ପ୍ରତି ରବିବାର ଗୁଡ୍‌ଟାଇମ୍ସରେ ପ୍ରସାରିତ ହେଉଥିବା ଏହି ଶୋ’ ମଙ୍ଗଳବାର ରାତି ୭ଟା, ବୁଧବାର ରାତି ୯ଟା ଏବଂ ଶନିବାର ରାତି ୮ଟାରେ ପୁନଃ ପ୍ରସାରିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୫ରେ ଜେଇଇ ଆଡ଼ଭାନ୍ସଡ୍‌ ରେଜଲ୍ଟ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଜେଇଇ ଆଡ଼ଭାନ୍ସଡ୍‌ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଯାଇଛି। ଦେଶର ୨୨୨ଟି ସହରର ୧୧୫୦ କେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ମୋଟ ୧,୬୦,୮୬୪ ଛାତ୍ରୀଛାତ୍ର ପରୀକ୍ଷା...

ଡାକ୍ତରଖାନାରେ ବିଦ୍ୟୁତ୍‌ ସମସ୍ୟା

କେନ୍ଦୁଝର,୨୧ା୪(ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଅନେକ ସମୟରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସୋମବାର ଏଭଳି ବିଦ୍ୟୁତ ସମସ୍ୟା ଦେଖାଦେବାରୁ...

ନୟାଗଡ଼ର ୪ ବିଧାନସଭାରେ ବିଜେଡି ଆଗୁଆ

ନୟାଗଡ ଅଫିସ,୨୩ା୫- ନୟାଗଡ଼ ଜିଲାର ୪ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି। ୧୦ ରାଉଣ୍ଡ ଗଣତି ପରେ ନୟାଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି...

ଆଜିଠାରୁ ବିଧାୟକ କଲୋନୀ ଭଙ୍ଗାହେବ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ବିଧାୟକଙ୍କ ସରକାରୀ କ୍ୱାର୍ଟର୍ସ ବୁଧବାର ଠାରୁ ଭଙ୍ଗା ଆରମ୍ଭ ହେବ ବୋଲି ଜଣାପଡିଛି । ୨୪ ଜଣ ବିଧାୟକ କ୍ୱାଟର୍ସ ଛାଡି ସାରିଲେଣି। ୪୨ଟି...

୬ ମାସ ପରେ ୧୭ ପଇସା କମିଲା ଡିଜେଲ

ଭୁବନେଶ୍ୱର,୪ା୯: ପ୍ରାୟ ୬ ମାସ ପରେ ପ୍ରଥମ ଥର ଲାଗି ଡିଜେଲ ଦର କମିଥିବା ନଜରକୁ ଆସିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୧୭...

୩୫ଲକ୍ଷ ଠକେଇ କରି ଧରାପଡ଼ିଲେ ନାରୀନେତ୍ରୀ

ଝାରସୁଗୁଡ଼ା ଅଫିସ,୧୧।୭: ଝାରସୁଗୁଡ଼ା ଜିଲାରେ ସମାଜ ସେବିକା ମହିଳା ସଙ୍ଗଠନ ନାମରେ ମହିଳାଙ୍କୁ ୩୫ଲକ୍ଷ ଟଙ୍କାର ଚୂନା ଲଗାଇଛନ୍ତି। ଅଭିଯୁକ୍ତା ନାରୀନେତ୍ରୀଙ୍କୁ ଗିରଫ କରି ପୋଲିସ...

ଆଜି ଯୁକ୍ତ୨ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ

ଭୁବନେଶ୍ୱର, ୧୯ା୭(ବ୍ୟୁରୋ)- ଯୁକ୍ତ୨ ପ୍ରଥମ ବର୍ଷରେ ନାମଲେଖା ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଯାଇଛି। ଶନିବାର ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ।...

ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ଠେଙ୍ଗା ମାଡ଼: ସାମ୍ନାକୁ ଆସିଲା ପୂରା ଘଟଣା

ଚଣ୍ଡିଖୋଲ,୧। ୯(ଡି.ଏନ.ଏ.): ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଛାତ୍ରଙ୍କୁ ରାସ୍ତାରେ ଅନ୍ୟ କିଛି ଛାତ୍ର ଗୋଡ଼େଇ...

Advertisement
Archives

Model This Week