Posted inଜାତୀୟ

ସାବରକର ନୁହେଁ ଯେ କ୍ଷମା ମାଗିବି: ରାହୁଲ

ନୂଆଦିଲ୍ଲୀ,୨୬।୩(ପି.ଟି.): ଲୋକ ସଭା ସଦସ୍ୟ ପଦ ରଦ୍ଦ କରି ସରକାର ତାଙ୍କ ମୁହଁ ବନ୍ଦ କରିଦେଇପାରିବେ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି। ଏମ୍‌ପି ପଦ ହରାଇବା ପରେ ରାହୁଲ ପ୍ରଥମ ଥର ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଯଦି ତାଙ୍କୁ ସାରା ଜୀବନ ପାର୍ଲାମେଣ୍ଟରୁ ଅଯୋଗ୍ୟ ଘୋଷଣା କରାଯାଏ କିମ୍ବା ଜେଲ ପଠାଇଦିଆଯାଏ, ତଥାପି ସେ ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବେ। ଭୟଭୀତ ସରକାର ତାଙ୍କ ସାଂସଦ ପଦ ରଦ୍ଦ କରାଇ ବିରୋଧୀଙ୍କ ହାତରେ ଏକ ଅସ୍ତ୍ର ଧରାଇଥିବା ରାହୁଲ କହିଛନ୍ତି।
ମୋ ନାଁ ସାବରକର ନୁହେଁ, ଗାନ୍ଧୀ। ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ରାହୁଲ କ୍ଷମା ମାଗନ୍ତୁ ବୋଲି ଭାଜପା ବାରମ୍ବାର ଦାବି କରିଆସୁଥିବାରୁ ରାହୁଲ ଉପରୋକ୍ତ ଜବାବ ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସେ କହିଥିଲେ, ସେ ଭାରତୀୟ ଗଣତନ୍ତ୍ରକୁ ଆକ୍ରମଣ କରାଯାଇଥିବା ନେଇ ଲଣ୍ଡନରେ କହିବା ସହ ବିଦେଶୀ ସହାୟତା ଲୋଡ଼ିଥିବା ଅଭିଯୋଗ କରି ଭାଜପା ତାଙ୍କର କ୍ଷମା ଦାବି କରୁଛି। ମନ୍ତବ୍ୟ ପାଇଁ କୋର୍ଟରେ ଅନୁତପ୍ତ ନ ହେବାରୁ ତାଙ୍କୁ ‘ସବୁ ମୋଦି ଚୋର’ ମନ୍ତବ୍ୟ ସମ୍ପର୍କିତ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରାଗଲା କି
ସାବରକର ନୁହେଁ …
ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ହିନ୍ଦୁତ୍ୱବାଦୀ ନେତା ବିନାୟକ ଦାମୋଦର ସାବରକରଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ, ସେ ବ୍ରିଟିଶ ଶାସକଙ୍କୁ ସହାୟତା କରିଥିଲେ ଓ ସେମାନଙ୍କୁ ଭୟକରି କ୍ଷମା ଆବେଦନ କରିଥିଲେ। ସେ ସାବରକର ନୁହନ୍ତି ଯେ କ୍ଷମା ମାଗିବେ ବୋଲି ରାହୁଲ ସ୍ପଷ୍ଟ କରିଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ଏପ୍ରିଲରେ କର୍ନାଟକର କୋଲାରଠାରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ରାହୁଲ କହିଥିଲେ, ସବୁ ମୋଦି ସାଙ୍ଗ୍ୟାଧାରୀ ଚୋର ହେଉଛନ୍ତି କିପରି। ଏ ନେଇ ଦାଏର ମାନହାନି ମାମଲାର ବିଚାର କରି ଗତ ଗୁରୁବାର ସୁରଟ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ। ଫଳରେ ଶୁକ୍ରବାର ତାଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହୋଇଯାଇଥିଲା। ଆଦାନୀ ପ୍ରସଙ୍ଗରେ ରାହୁଲଙ୍କ ପରବର୍ତ୍ତୀ ଭାଷଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟଭୀତ। ଏଥିରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ଏହି ଖେଳ କରାଯାଇଥିବା ରାହୁଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସେ ଭାରତୀୟଙ୍କ ଗଣତାନ୍ତ୍ରିକ ସ୍ବର ପାଇଁ ଲଢ଼େଇ କରୁଛନ୍ତି ଓ ଏହା ଜାରି ରହିବ। ସଦସ୍ୟତା ରଦ୍ଦ, ଜେଲଦଣ୍ଡ ଆଦି ଧମକରେ ସେ ଭୟଭୀତ ନୁହନ୍ତି। ବ୍ୟବସାୟୀ ଗୌତମ ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ସମ୍ପର୍କ କ’ଣ ତାହା ଉପରେ ସେ ପ୍ରଶ୍ନ ପଚାରିବା ଜାରି ରଖିବେ ବୋଲି ରାହୁଲ କହିଛନ୍ତି। ଖବରଦାତା ସମ୍ମିଳନୀରେ ରାହୁଲଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଏବଂ କେ.ସି. ବେଣୁଗୋପାଳ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri