Posted inଜାତୀୟ

ସାବରକର ନୁହେଁ ଯେ କ୍ଷମା ମାଗିବି: ରାହୁଲ

ନୂଆଦିଲ୍ଲୀ,୨୬।୩(ପି.ଟି.): ଲୋକ ସଭା ସଦସ୍ୟ ପଦ ରଦ୍ଦ କରି ସରକାର ତାଙ୍କ ମୁହଁ ବନ୍ଦ କରିଦେଇପାରିବେ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କହିଛନ୍ତି। ଏମ୍‌ପି ପଦ ହରାଇବା ପରେ ରାହୁଲ ପ୍ରଥମ ଥର ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଯଦି ତାଙ୍କୁ ସାରା ଜୀବନ ପାର୍ଲାମେଣ୍ଟରୁ ଅଯୋଗ୍ୟ ଘୋଷଣା କରାଯାଏ କିମ୍ବା ଜେଲ ପଠାଇଦିଆଯାଏ, ତଥାପି ସେ ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବେ। ଭୟଭୀତ ସରକାର ତାଙ୍କ ସାଂସଦ ପଦ ରଦ୍ଦ କରାଇ ବିରୋଧୀଙ୍କ ହାତରେ ଏକ ଅସ୍ତ୍ର ଧରାଇଥିବା ରାହୁଲ କହିଛନ୍ତି।
ମୋ ନାଁ ସାବରକର ନୁହେଁ, ଗାନ୍ଧୀ। ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ରାହୁଲ କ୍ଷମା ମାଗନ୍ତୁ ବୋଲି ଭାଜପା ବାରମ୍ବାର ଦାବି କରିଆସୁଥିବାରୁ ରାହୁଲ ଉପରୋକ୍ତ ଜବାବ ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସେ କହିଥିଲେ, ସେ ଭାରତୀୟ ଗଣତନ୍ତ୍ରକୁ ଆକ୍ରମଣ କରାଯାଇଥିବା ନେଇ ଲଣ୍ଡନରେ କହିବା ସହ ବିଦେଶୀ ସହାୟତା ଲୋଡ଼ିଥିବା ଅଭିଯୋଗ କରି ଭାଜପା ତାଙ୍କର କ୍ଷମା ଦାବି କରୁଛି। ମନ୍ତବ୍ୟ ପାଇଁ କୋର୍ଟରେ ଅନୁତପ୍ତ ନ ହେବାରୁ ତାଙ୍କୁ ‘ସବୁ ମୋଦି ଚୋର’ ମନ୍ତବ୍ୟ ସମ୍ପର୍କିତ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରାଗଲା କି
ସାବରକର ନୁହେଁ …
ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ହିନ୍ଦୁତ୍ୱବାଦୀ ନେତା ବିନାୟକ ଦାମୋଦର ସାବରକରଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ, ସେ ବ୍ରିଟିଶ ଶାସକଙ୍କୁ ସହାୟତା କରିଥିଲେ ଓ ସେମାନଙ୍କୁ ଭୟକରି କ୍ଷମା ଆବେଦନ କରିଥିଲେ। ସେ ସାବରକର ନୁହନ୍ତି ଯେ କ୍ଷମା ମାଗିବେ ବୋଲି ରାହୁଲ ସ୍ପଷ୍ଟ କରିଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ଏପ୍ରିଲରେ କର୍ନାଟକର କୋଲାରଠାରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ରାହୁଲ କହିଥିଲେ, ସବୁ ମୋଦି ସାଙ୍ଗ୍ୟାଧାରୀ ଚୋର ହେଉଛନ୍ତି କିପରି। ଏ ନେଇ ଦାଏର ମାନହାନି ମାମଲାର ବିଚାର କରି ଗତ ଗୁରୁବାର ସୁରଟ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ। ଫଳରେ ଶୁକ୍ରବାର ତାଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହୋଇଯାଇଥିଲା। ଆଦାନୀ ପ୍ରସଙ୍ଗରେ ରାହୁଲଙ୍କ ପରବର୍ତ୍ତୀ ଭାଷଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟଭୀତ। ଏଥିରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ଏହି ଖେଳ କରାଯାଇଥିବା ରାହୁଲ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସେ ଭାରତୀୟଙ୍କ ଗଣତାନ୍ତ୍ରିକ ସ୍ବର ପାଇଁ ଲଢ଼େଇ କରୁଛନ୍ତି ଓ ଏହା ଜାରି ରହିବ। ସଦସ୍ୟତା ରଦ୍ଦ, ଜେଲଦଣ୍ଡ ଆଦି ଧମକରେ ସେ ଭୟଭୀତ ନୁହନ୍ତି। ବ୍ୟବସାୟୀ ଗୌତମ ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ସମ୍ପର୍କ କ’ଣ ତାହା ଉପରେ ସେ ପ୍ରଶ୍ନ ପଚାରିବା ଜାରି ରଖିବେ ବୋଲି ରାହୁଲ କହିଛନ୍ତି। ଖବରଦାତା ସମ୍ମିଳନୀରେ ରାହୁଲଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଏବଂ କେ.ସି. ବେଣୁଗୋପାଳ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?