ଆଣବିକ ଆକ୍ରମଣ ପାଇଁ ରୁଷିଆର ଯୋଜନା, ସୀମାରେ ମହାବିନାଶକ ତୋପ ମୁତୟନ…

ମସ୍କୋ, ୧୩।୨ : ରୁଷିଏ ଏବଂ ୟୁକ୍ରେନରେ ଯୁଦ୍ଧ ସଙ୍କଟ ଜାରି ରହିଛି। ଏହି ପରିସ୍ଥିତି ମଧ୍ୟରେ ରୁଷିଆ ଏହାର ମହାବିନାଶକ ଆଣବିକ ତୋପ ୨-ଏସ୍‌-୭ ପିଅନ୍‌କୁ ୟୁକ୍ରେନ୍‌ ସୀମାରେ ମୁତୟନ କରିଛି। ପିଅନ୍‌କୁ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭ ନିକଟରେ ଅବସ୍ଥିତ ଓ୍ବେ୍‌ସଲା ଲୋପାନରେ ମୁତୟନ କରିଛି । ୟୁକ୍ରେନ ସୀମାଠାରୁ ମାତ୍ର ୧୬ କିଲୋମିଟର ଦୂରରେ ଏହି ଅଞ୍ଚଳ ଅବସ୍ଥିତ। ଏହି ତୋପର ଲକ୍ଷ୍ୟଭେଦ କ୍ଷମତା ୩୭ କିଲୋମିଟର ରହିଛି।

ଗଣମାଧ୍ୟମ ସଂସ୍ଥା ଦ ସନ ରିପୋର୍ଟ ଅନୁଯାୟୀ, ରୁଷିଆ ପକ୍ଷରୁ ଏହି ତୋପ ମୁତୟନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ତୋପ ଦୁନିଆରେ ତିଆରି ହୋଇଥିବା ସବୁଠୁ ବିନାଶକାରୀ ତୋପ ମଧ୍ୟରୁ ଗୋଟିଏ। ଏହି ତୋପ ୨୦୩ ମିଲିମିଟର ଆଣବିକ ବୋମାକୁ ବିସ୍ଫୋରଣ କରିବାକୁ ସକ୍ଷମ।

ରୁଷିଆର ଗୁପ୍ତଚର ମୁଖ୍ୟ ସର୍ଗେଇ ନାରୟଶକିନ ମଧ୍ୟ ଦାବି କରିଛନ୍ତି ଯେ ପାଶ୍ଚାତ୍ୟ ଦେଶମାନଙ୍କ ସାହାଯ୍ୟରେ ୟୁକ୍ରେନ ରୁଷିଆ ଉପରେ ଆକ୍ରମଣ କରିପାରିବ। ଏହା ଦ୍ୱାରା ମାନବିକତାର ଅସ୍ତିତ୍ୱ ବିପଦରେ ରହିଛି ବୋଲି ସେ ଚେତାବନୀ ଦେଇଛନ୍ତି।

ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ ଅତି ନିକଟତର କୁହାଯାଉଥିବା ସର୍ଗେଇ ନାରୟଶକିନ ଦାବି କରିଛନ୍ତି, ୟୁକ୍ରେନ ସେନାର ସମସ୍ତ ଯୁଦ୍ଧ ୟୁନିଟ ଦୋନବାର ସୀମାରେ ଏକାଠି ହୋଇଛନ୍ତି। ବ୍ରିଟେନ ଏବଂ କାନାଡାରୁ ହଜାର ହଜାର ଟନ ସାମରିକ ଉପକରଣ ଏବଂ ବିସ୍ଫୋରକ ସାମଗ୍ରୀ ୟୁରୋପରେ ଆମେରିକାର ବେସ୍‌ରେ ମଧ୍ୟ ପହଞ୍ଚିଛି। ସେହିପରି ନାଟୋର ସ୍ବତନ୍ତ୍ର ବାହିନୀର ପରାମର୍ଶଦାତାଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଥିବା ସର୍ଗେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri