ୟୁକ୍ରେନ୍ ଛାଡିଥିବା ଭାରତୀୟ ଛାତ୍ରଙ୍କୁ ଅଫର ଦେଲା ରୁଷିଆ

ମସ୍କୋ,୧୧ ।୧୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ବହୁ ଭାରତୀୟ ମେଡିକାଲ ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି । ଫେବୃୟାରୀ ୨୦୨୨ର ଶେଷ ଭାଗରେ ଯେତେବେଳେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କଲା ସେତେବେଳେ ଅଧିକାଂଶ ଭାରତୀୟ ଛାତ୍ରଙ୍କୁ ଭାରତ ଫେରାଇ ଅଣାଯାଇଥିଲା । ଫଳରେ ଅଧିକାଂଶ ଭାରତୀୟ ମେଡିକାଲ ଛାତ୍ରଙ୍କ ଭବିଷ୍ୟତ ଅଧାରେ ଝୁଲି ରହିଲା । ଏବେ ଏହି ଛାତ୍ରଙ୍କ ପାଠପଢା ଶେଷ କରିବା ଲାଗି ରୁଷିଆ ଏମାନଙ୍କୁ ନିଜ ଦେଶକୁ ଆସିବାକୁ ଅଫର କରିଛି ।

ଚେନ୍ନାଇରେ ରୁଷିଆର ମହାବାଣିଜ୍ୟିକ ଦୂତ ଓଲେଗ ଅବଦିବ କହିଛନ୍ତି, ୟୁକ୍ରେନ୍ ଛାଡିଥିବା ଭାରତୀୟ ଛାତ୍ରମାନେ ରୁଷିଆରେ ସେମାନଙ୍କ ଶିକ୍ଷା ଜାରି ରଖିପାରିବେ କାରଣ ଉଭୟ ଦେଶର ଡାକ୍ତରୀ ପାଠ୍ୟକ୍ରମ ସମାନ । ଏହାସହ ଏଠାରେ ଥିବା ଲୋକଙ୍କ ଭାଷା ମଧ୍ୟ ସେମାନେ ବୁଝି ପାରିବେ କାରଣ ୟୁକ୍ରେନର ଅଧିକାଂଶ ଲୋକେ ରୁଷିଆ ଭାଷା ବୁଝିପାରନ୍ତି ।
ଓଲେଗ ଅବଦିବ କହିଛନ୍ତି, ଅନେକ ଛାତ୍ର ଅଧ୍ୟୟନ ପାଇଁ ରୁଷିଆ ଯାଆନ୍ତି । ରୁଷିଆରେ ଛାତ୍ରବୃତ୍ତି ପାଇଁ ଅଧିକରୁ ଅଧିକ ଛାତ୍ରୀଛାତ୍ର ଆବେଦନ କରୁଛନ୍ତି । ପ୍ରତିବର୍ଷ ଅନେକ ଭାରତୀୟ ଛାତ୍ର ଉଭୟ ୟୁକ୍ରେନ୍ ଓ ରୁଷିଆକୁ ମେଡିସିନ ଓ ବିଭିନ୍ନ ପାଠ୍ୟକ୍ରମ ଅଧ୍ୟୟନ କରିବାକୁ ଯାଇଥାଆନ୍ତି । ଯୁଦ୍ଧ ଯୋଗୁ ଛାତ୍ରମାନେ ଅଧ୍ୟୟନ ଶେଷ କରିବାକୁ ୟୁକ୍ରେନ୍ ଫେରିବାକୁ ଅସମର୍ଥ ।


Enter your email to get our daily news in your inbox.

All Right Reserved By Dharitri.Com

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?