ଘଣ୍ଟାଏ ଭିତରେ ୟୁକ୍ରେନ୍ ଉପରେ ୧୭ ମିଶାଇଲ ମାଡ କଲା ରୁଷିଆ

ମସ୍କୋ,୧୧ ।୨: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏହି ଯୁଦ୍ଧ ଏବେବି ପ୍ରଥମ ଦିନ ଭଳି ଲାଗି ରହିଛି । ଶୁକ୍ରବାର ରୁଷିଆ ୧ ଘଣ୍ଟା ଭିତରେ ୟୁକ୍ରେନ୍ ଉପରେ ୧୭ ମିଶାଇଲ ମାଡ କରିଥିବା ସୂଚନା ମିଳିଛି । ଏଥିରେ ରୁଷିଆ ସେନା ୟୁକ୍ରେନର ଏନର୍ଜି ସେଣ୍ଟରକୁ ଟାର୍ଗେଟ କରିଥିଲେ । ଏହା ପୂର୍ବରୁ ରୁଷିଆ ୟୁକ୍ରେନର ବିଜୁଳି ଘର ଉପରେ ବି ଆକ୍ରମଣ କରିଥିଲା ।
ସୂଚନାଯୋଗ୍ୟ, ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଶୁକ୍ରବାର ସକାଳ ପ୍ରାୟ ୪ଟାରେ ଆରମ୍ଭ ହୋଇଥିଲା । ୟୁକ୍ରେନର ଜପୋରିଜିୟାରେ ପ୍ରଥମେ ମିଶାଇଲ ମାଡ କଲା ରୁଷିଆ । ଦ କ୍ୱିଭ ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟ ଅନୁଯାୟୀ, ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏହା ପ୍ରଥମଥର ଯେ ଏକା ସହ ଏତେ ମିଶାଇଲ ମାଡ କରିଛି ରୁଷିଆ । ରୁଷିଆ ସେନାଙ୍କ ପକ୍ଷରୁ ଏବେ ପର୍ଯ୍ୟନ୍ତ ଛୋଟ ବଡ ଅନେକ ମିଶାଇଲ ମାଡ କରାଯାଇଛି ୟୁକ୍ରେନ୍ ଉପରେ । ଖାର୍କିଭର ମେୟର ଇଗୋର ତେରଖୋବ କହିଛନ୍ତି, ରୁଷିଆ ସେନା ତାଙ୍କ ଆକ୍ରମଣରେ ଏନର୍ଜି ସେଣ୍ଟରକୁ ଟାର୍ଗେଟ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଯନ୍ତରମନ୍ତର ଘେରାଉ ପାଇଁ ସିଜେପିର ଆହ୍ୱାନ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ବ୍ୟାପକ ଅନିୟମିତତା ଏବଂ ୧୩ କୋଟି ଭୋଟରଙ୍କ ନଁା କାଟିବା ଅଭିଯୋଗରେ ମୁଖ୍ୟ ନିର୍ୱାଚନ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?