Posted inଜାତୀୟ

ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ଅଭିଯାନ: ସମସ୍ତ ଖର୍ଚ୍ଚ ବହନ କରିବେ ମୋଦି ସରକାର

ନୂଆଦିଲ୍ଲୀ,୨୫।୨: ୟୁକ୍ରେନରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି। ଇତିମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅପରେସ୍‌ନ ଆରମ୍ଭ ହୋଇଛି। ପଡୋଶୀ ଦେଶରେ ସ୍ଥଳଭାଗରେ ଭାରତୀୟ ନାଗରିକ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ସ୍ବଦେଶକୁ ଅଣାଯିବ। ତେବେ ଭାରତୀୟଙ୍କୁ ଫେରାଇ ଆଣିବାରେ ବିମାନର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଏସ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ ୟୁକ୍ରେନରୁ ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବର୍ହିବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ସୂଚନା ଦେଇଥିଲେ। ୟୁକ୍ରେନରୁ ପୋଲାଣ୍ଡକୁ ସଡ଼କର ମାର୍ଗ ଦେଇ ଯିବାକୁ ଚାହିଁଲେ ୯ଘଣ୍ଟା ସମୟ ଲାଗିବ ଏବଂ ଭିଏନାକୁ ୧୨ ଘଣ୍ଟା ଲାଗିବ ବୋଲି ସେ କହିଛନ୍ତି। ୟୁକ୍ରେନ ନିକଟବର୍ତ୍ତୀ ୪ଟି ଦେଶରୁ ଭାରତୀୟ ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ଅଣାଯିବ। ଏହି ଦେଶଗୁଡ଼ିକ ହେଉଛି ହଙ୍ଗେରୀ, ରୋମାନିଆ, ସ୍ଲୋଭାକିଆ ରିପବ୍ଲିକ ଏବଂ ପୋଲାଣ୍ଡ। ଏହି ଦେଶ ସୀମାରେ ଭାରତୀୟ ଦୂତାବାସ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହି ଶିବିରରେ ଭାରତୀୟ ଛାତ୍ରମାନଙ୍କ ସହ ଯୋଗାଯୋଗ କରୁଥିବା ଅଧିକାରୀଙ୍କ ନାମ ଓ ନମ୍ବର ମଧ୍ୟ ଦିଆଯାଇଛି। ଯେତେବେଳେ ଭାରତୀୟ ଛାତ୍ରମାନେ ସଡ଼କ ପଥ ଦେଇ ଏହି ଦେଶରେ ପହଞ୍ଚିବେ ସେତେବେଳେ ସେମାନଙ୍କୁ କତାର ରାସ୍ତା ଦେଇ ଭାରତକୁ ଅଣାଯିବ। ଏଥିପାଇଁ ଦୋହା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଡିୟୁ ନେତାଙ୍କୁ କୁକୁର ସହ ତୁଳନା କଲେ ଆରଜେଡି ନେତା

ପାଟ୍‌ନା, ୧୬।୨: ବିହାର ବିଧାନସଭା ନିର୍ବାଚନକୁ ଆହୁରି ୬ରୁ ୮ ମାସ ବାକି ଅଛି। ଏହା ପୂବର୍ର୍ରୁ ରାଜ୍ୟର ଦୁଇ ମୁଖ୍ୟ ଦଳ ରାଷ୍ଟ୍ରୀୟ ଜନତା...

ସରକାରୀ ଅଧିକାରୀଙ୍କୁ ତାଲିବାନୀଙ୍କ ସହ ତୁଳନା କଲେ କୃଷକ ନେତା

ଚଣ୍ଡିଗଡ଼,୨୯।୮: କୃଷକଙ୍କ ମୁଣ୍ଡକୁ ମାରି ପଠାଇଦେବା ପାଇଁ ପୋଲିସକର୍ମୀଙ୍କୁ ଜଣେ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଆମକୁ ଖଲିସ୍ତାନୀ କହୁଛନ୍ତି। ଯଦି ତୁମେ ଆମକୁ ଖଲିସ୍ତାନୀ...

‘ଦିଦି ମୋର ଏକ ଅଭିଯୋଗ, ପ୍ରତିଶ୍ରୁତି ପାଳନ ନ କରି ଚାଲିଗଲ’

ନୂଆଦିଲ୍ଲୀ, ୭।୮: ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସୁଷମାଙ୍କୁ ମନେପକାଇ ଏକ ଭାବୁକ...

କୋଭିଡ୍‌ ମୁକ୍ତ ଗାଁ ପ୍ରତିଯୋଗିତା, ବିଜେତାଙ୍କୁ ୫୦ ଲକ୍ଷ

ପୁଣେ,୧୨।୧: କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ପୂରା ଦେଶରେ ହୁ ହୁ ହୋଇ ବୃଦ୍ଧ ପାଉଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଏକ ଅଭିନବ ପ୍ରୟାସ କରିଛି...

ଗୁଜରାଟ ମାଡ ହେବା ପୂର୍ବରୁ ଦିଗ ବଦଳାଇଲା ‘ବାୟୁ’: ମୁଖ୍ୟମନ୍ତ୍ରୀ କହିଲେ, ସବୁ ଭଗବାନ କୃଷ୍ଣଙ୍କ କୃପା

ଅହମ୍ମଦାବାଦ, ୧୪।୬:ସାମୁଦ୍ରିକ ବାତ୍ୟା ‘ବାୟୁ’ ଦିଗ ବଳାଇଛି। ଗୁଜରାଟରେ ମାଡ଼ହେବା ପୂର୍ବରୁ ଏହା ପୁଣି ଆରବ ସାଗର ମୁହାଁ ହୋଇଛି। ଭେରେଭାଲ୍‌, ପୋର୍‌ବନ୍ଦର, ଓ ଦ୍ୱାରକା...

ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗିନ: ପ୍ରତି ୩ ମିନିଟ୍‌ରେ ଯାଉଛି ଜଣେ ବ୍ୟକ୍ତିଙ୍କ ଜୀବନ

ମୁମ୍ବାଇ,୧୯।୪ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨.୭୩ ଲକ୍ଷ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।...

ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡରେ ଶିନ୍ଦେ: ବଦଳିବନି ଔରଙ୍ଗାବାଦ-ଉସ୍‌ମାନାବାଦର ନାମ

ମୁମ୍ବାଇ,୧୫।୭: ମହାରାଷ୍ଟ୍ରରେ କ୍ଷମତା ଭାର ସମ୍ଭାଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉଦ୍ଧବ ଠାକରେ ସରକାରଙ୍କ ନିଷ୍ପତ୍ତି ଉପରେ ରୋକୋ ଲଗାଇବା ଆରମ୍ଭ କରିଛନ୍ତି। ଏହି...

ଆଣ୍ଡାମାନ ନିକୋବରରେ ସୁସ୍ଥ ହେଲେ ସମସ୍ତ ୧୧ କରୋନା ସଂକ୍ରମିତ

ପୋର୍ଟ ବ୍ଲେୟାର,୧୬।୪: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଆଣାମାନ ନିକୋବର ଦ୍ୱୀପ ମଧ୍ୟ ଏଥିରୁ ବାଦ୍‌ ପଡି ନ ଥିଲା।...

Advertisement
Archives

Model This Week