ସାଟେଲାଇଟ୍‌ ହ୍ୟାକିଂ ପରେ ସାଇବର ଯୁଦ୍ଧର ଧମକ ଦେଲା ରୁଷିଆ…

ମସ୍କୋ,୩।୩ : ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଦେଶର ଉପଗ୍ରହକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ହ୍ୟାକରମାନଙ୍କୁ ଚେତାବନୀ ଦେଇଛି । ସେମାନଙ୍କ କାର୍ଯ୍ୟକୁ ଯୁଦ୍ଧ ଘୋଷଣା ଭାବେ ବ୍ୟାଖ୍ୟା କରାଯାଇପାରେ ବୋଲି ଏଜେନ୍ସି କହିଛି। ଯାହା ଯୁଦ୍ଧ ପାଇଁ ଯଥାର୍ଥ ଭାବେ ବିବେଚନା କରାଯାଇ ପାରେ ବୋଲି ସ୍ପେସ ଏଜେନ୍ସି ପ୍ରକାଶ କରିଛି। ଆରଟି ଅନୁଯାୟୀ,ରୁଷିଆର ଆରକେଏ ମିଶନ ନିୟନ୍ତ୍ରଣ କେନ୍ଦ୍ର ଉପରେ ସାଇବର ଆକ୍ରମଣ ପରେ ଏ;ଜନ୍ସିର ମହାନିର୍ଦ୍ଦେଶକ ଦିମିଟ୍ରି ରୋଗୋଜିନଙ୍କ ମନ୍ତବ୍ୟ ଆସିଥିଲା।

ଏକ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ସେ କହିଥିଲେ ଯେ, ଏଭଳି କରୁଥିବା ଲୋକେ ଜାଣି ରଖିବା ଆବଶ୍ୟକ ଏହା ଏକ ଅପରାଧ। ଏନେଇ କଠୋର ଦଣ୍ଡ ବିଧାନ କରାଯାଇପାରେ। ଖୁବ୍‌ ଶୀଘ୍ର ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରାଯାଇ ଏହାର ଜବାବ ଦିଆ ଯିବ ବୋଲି ସେ କହିଛନ୍ତି। ଏହା ଦ୍ୱାରା ରୁଷିଆର ସାଟେଲାଇଟ୍‌ର କାର୍ଯ୍ୟରେ ବାଧା ସୃଷ୍ଟି କରାଯିବାର ଉଦ୍ୟମ କରାଯାଉଥିବା ସେ କହିଛନ୍ତି। ଏହା ଭୟଙ୍କର ପରିଣତି ଡାକି ଆଣିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏନବି-୬୫ ହ୍ୟାକର୍‌ ଗ୍ରୁପ ରୁଷିଆର ଉପଗ୍ରହ ସହିତ ରସକୋମୋସର ଯୋଗାଯୋଗକୁ ସଫଳତାର ସହ କରିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟର ନାଁ ହାର୍ଟଆଟାକ…

ଆମେରିକା ଏରିଜୋନାରେ ରହିଛି ଏକ ରେଷ୍ଟୁରାଣ୍ଟ। ଏଠାକାର ପରିବେଶ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଳୟ ଭଳି। ରେଷ୍ଟୁରାଣ୍ଟର ନାଁ ହାର୍ଟଆଟାକ। ଏଠି ଗ୍ରାହକଙ୍କୁ ଚିକିତ୍ସାଳୟର ଅନୁଭୁତି ମିଳିଥାଏ।...

ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଝିଅକୁ ଆଲିଙ୍ଗନ କରି ଭାବପ୍ରବଣ ହେଉଛନ୍ତି ୟୁକ୍ରେନ୍ ଯବାନ: ଭିଡିଓ ଭାଇରାଲ

କ୍ୱିଭ୍‌,୨୫ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଯୁଦ୍ଧ ଘୋଷଣା ହେବା ପରେ ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ରୁଷିଆ ପ୍ରଥମେ ୟୁକ୍ରେନ ଉପରେ...

ହମ୍ବନଟୋଟାରେ ଚାଇନା ଜାହାଜ

କଲମ୍ବୋ, ୧୭ା୮: ଭାରତ ପକ୍ଷରୁ ବାରମ୍ବାର ତାଗିଦ୍‌ ଏବଂ ବିରୋଧ ସତ୍ତ୍ୱେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଚାଇନା ମିଲିଟାରୀ ସର୍ଭେ ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌-୫ ମଙ୍ଗଳବାର...

ଡ୍ରାଗନର ଦାଦାଗିରି: ଦେଖାଇଲା ନାଲି ଆଖି…

ବେଜିଂ,୧୩।୪: ଚାଇନା ତାଇଓ୍ବାନ ପ୍ରସଙ୍ଗରେ ଦାଦାଗିରି ଆରମ୍ଭ କରିଛି। ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଟୋନି ବ୍ଲିନ୍‌କେନ୍‌ ତାଇଓ୍ବାନ ପ୍ରସଙ୍ଗ ନେଇ ତାଗିଦ୍‌ କରିବା ପରେ ଚାଇନା...

ଆଖିରୁ ଜଣାପଡ଼ିବ ହୃଦ୍‌ଘାତ ଆଶଙ୍କା

ଲଣ୍ଡନ, ୧୦ା୧୦: ବିଶ୍ୱରେ ହୃଦ୍‌ଘାତଜନିତ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ପ୍ରତିବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୧ କୋଟି ୮୦ ଲକ୍ଷ...

ଏହି ଗାଁର ଅଧାରୁ ଅଧିକ ଲୋକଙ୍କ ପାଖରେ ରହିଛି ହେଲିକପ୍ଟର…

ଚାଇନାରେ ରହିଛି ଏପରି ଗାଁ ଯେଉଁଠି ସମସ୍ତେ କୋଟିପତି। ଏହାକୁ ‘ସୁପର ଭିଲେଜ’ କୁହାଯାଇଥାଏ। ଗାଁରେ ସବୁ ଲୋକଙ୍କ ପାଖରେ ଭଲ ଘର ଏବଂ ଗାଡି...

ଇଭାଙ୍କା ଟ୍ରମ୍ପ୍‌ଙ୍କୁ ଜେରା

ଓ୍ବାଶିଂଟନ, ୭।୪:ଗତବର୍ଷ ଜାନୁୟାରୀ ୬ କ୍ୟାପିଟୋଲ ହିଂସା ଘଟଣାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ଙ୍କୁ ତଦନ୍ତକାରୀ କମିଟି ଜେରା କରିଛି।...

ମହାକାଶକୁ ପଠାଯିବ ଆମେରିକା ରାଷ୍ଟ୍ରପତିଙ୍କ କେଶ

ୱାଶିଂଟନ,୨୧ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ୱାଶିଂଟନ, ଜନ ଏଫ କେନେଡି, ହ୍ୱାଇଟ ଡି ଆଇଜନହାବର ଓ ରୋନାଲ୍ଡ ରିଗନଙ୍କ କେଶର ସାମ୍ପଲକୁ ମହାକାଶ...

Advertisement
Archives

Model This Week