Posted inଜାତୀୟ

ଆଇଟି ଚଢ଼ାଉ ନାମରେ ଟମାଟର ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫୫ ଲକ୍ଷ…

ବେଙ୍ଗାଲୁରୁ,୩।୩ : ମିଛ ଆୟକର (ଆଇଟି) ଚଢ଼ାଉ କରି କର୍ନାଟକର ଜଣେ ଟମାଟର ବ୍ୟବସାୟୀଙ୍କୁ କିଛି ଅଜଣା ଲୋକ ଠକିଛନ୍ତି। ସେମାନେ ବ୍ୟବସାୟୀଙ୍କ ଘରୁ ୩୫ ଲକ୍ଷ ଟଙ୍କା ଏବଂ ୨୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି। ନକଲି ଆୟକର ଅଧିକାରୀମାନେ ବ୍ୟବସାୟୀଙ୍କ ପରିବାର ସଦସ୍ୟଙ୍କୁ ଡରାଇ ସେମାନଙ୍କୁ ଧମକ ଦେଇ ବାନ୍ଧି ପଳାଇ ଯାଇଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, କୋଲାରର ବାଇର୍‌ ଗୌଡା ଏକ୍ସଟେନଶନ ଅଞ୍ଚଳରେ ଏଭଳି ଘଟିଛି। ଏଠାରେ ନିଜକୁ ଆୟକର ଅଧିକାରୀ ଭାବେ ପରିଚୟ ଦେଇ କିଛି ଲୋକ ଟମାଟର ବ୍ୟବସାୟୀ ତଥା ପୂର୍ବତନ ଏପିଏମସି ସଭାପତି ରମେଶଙ୍କ ଘରେ ପହଞ୍ଚିଥିଲେ। ଏହା ସନ୍ଦେହଜନକ ମନେ ହୋଇ ନଥିଲା। ରମେଶ ଅଧିକାରୀମାନଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ପରେ ତାଙ୍କର ସନ୍ଦେହ ହୋଇଥିଲା।

ପ୍ରକାଶ ଯେ, ୬ ଜଣ ଅଭିଯୁକ୍ତ ଆୟକର ଅଧିକାରୀ ଭାବେ ପରିଚୟ ଦେଇ କିଛି ଫାଇଲ ଦେଖାଇଥିଲେ ଯେଉଁଥିରେ ସିବିଆଇ ଉଲ୍ଲେଖ କରାଯାଇଥିଲା। ଘରେ ପ୍ରବେଶ କରିବା ପରେ ସେମାନେ ପରିବାର ସଦସ୍ୟଙ୍କୁ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ବିଷୟରେ ପଚରାଉଚରା କରିଥିଲେ। ରମେଶ, ତାଙ୍କ ସ୍ତ୍ରୀ ଏବଂ ପୁଅ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ଟଙ୍କା ଅଳଙ୍କାର କେଉଁଠାରେ ରଖାଯାଇଥିଲା ସେ ସମ୍ପର୍କରେ ସୂଚନା ଦେଇଥିଲେ।

ସେମାନେ ଟଙ୍କା ସଂଗ୍ରହ କରିବା ପରେ ପ୍ୟାକ କରିବା ଆରମ୍ଭ କରିଥିଲେ। ସେତେବେଳେ ରମେଶଙ୍କର ସନ୍ଦେହ ହେବାରୁ ସେ ଚଢ଼ାଉରେ ପୋଲିସ ଅନୁପସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ। ଏହା ପରେ ଅଭିଯୁକ୍ତମାନେ ପରିବାର ସଦସ୍ୟଙ୍କୁ ଛୁରୀ ଦେଖାଇ ଧମକ ଦେଇ ପୂଜାଘରେ ତିନିଜଣଙ୍କୁ ଦଉଡିରେ ବାନ୍ଧି ଦେଇଥିଲେ। ଏହା ପରେ ସେମାନେ ସିସିଟିଭିକୁ ନଷ୍ଟ କରି ଫେରାର ହୋଇ ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋଲାର ଏସପି ଦେବରାଜ ଘଟଣାସ୍ଥଳରେ ପହଞ୍ଚି ରମେଶ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଉଦ୍ଧାର କରି ପଚରାଉଚରା କରିଥିଲେ।
ରମେଶ ଜଣେ ଟମାଟର ବ୍ୟବସାୟୀ ଏବଂ ଚିଟ ଫଣ୍ଡ ବ୍ୟବସାୟ ମଧ୍ୟ କରନ୍ତି। ସେ ତାଙ୍କ ଅଫିସରୁ ପ୍ରାୟ ୩୫ ଲକ୍ଷ ଟଙ୍କା ଆଣି ଘରେ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ...

ରାଜନୀତି ଛାଡ଼ିଲେ ଭାଜପାର ବାବୁଲ ସୁପ୍ରିଓ

ନୂଆଦିଲ୍ଲୀ,୩୧।୭: ଲୋକପ୍ରିୟ ଗାୟକ ତଥା ଭାଜପା ସରକାରରେ କେନ୍ଦ୍ରୀୟ ମନ୍ତ୍ରୀ ଥିବା ବାବୁଲ ସୁପ୍ରିଓ ରାଜନୀତିରୁ ସନ୍ୟାସ ନେଉଥିବା ଶନିବାର ଘୋଷଣା କରିଛନ୍ତି। ଫେସବୁକ୍‌ ପୃଷ୍ଠାରେ...

ଏବେ ଘୃଣାର ବଜାର ବନ୍ଦ: ରାହୁଲ…

ନୂଆଦିଲ୍ଲୀ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛଇ। ଏହି ଧାରାରେ କଂଗ୍ରେସ ଶାସକ ଭାରତୀୟ ଜନତା...

ଜୈନ ତୀର୍ଥକ୍ଷେତ୍ରକୁ ବ୍ୟବସାୟିକ କରିବାକୁ ଚାହୁଁଛି ଭାଜପା

ନୂଆଦିଲ୍ଲୀ,୬।୧(ପି.ଟି.): ଦେଶରେ ଥିବା ଜୈନ ଧର୍ମର ତୀର୍ଥକ୍ଷେତ୍ରଗୁଡ଼ିକୁ ବ୍ୟବସାୟୀକରଣ କରିବା ଲାଗି ଭାଜପା ଉଦ୍ୟମ ଚଳାଇଥିବା ଗୁରୁବାର କଂଗ୍ରେସ ଅଭିଯୋଗ କରିଛି। ଗୈରିକ ଦଳର ଏଭଳି...

ନଡ୍ଡାଙ୍କ କଡ଼ା ସମାଲୋଚନା,ତେଲେଙ୍ଗାନାରୁ ମୂଳ ପୋଛ ହେବେ କେସିଆର ସରକାର…

ହାଇଦ୍ରାବାଦ, ୨୩।୮ : ହାଇଦ୍ରାବାଦରେ ଭାଜପା କର୍ମକର୍ତ୍ତାଙ୍କ ଗିରଫଦାରୀକୁ ବିରୋଧ କରି ବିକ୍ଷୋଭ କରୁଥିବା ତେଲେଙ୍ଗାନାଭାଜପା ଅଧ୍ୟକ୍ଷ ବି.ସଞ୍ଜୟ କୁମାରଙ୍କୁ ପୋଲିସ ଗିରଫ କରିଛି। ଏହାକୁ...

ବିଜୟ ପୂର୍ବରୁ ଉତ୍ସବର ପରିବେଶ

ନୂଆଦିଲ୍ଲୀ,୧୧।୨: ଏକ୍‌ଜିଟ୍‌ ପୋଲ୍‌ର ଆକଳନକୁ ଦେଖିଲେ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆମ ଆଦମୀ ପାର୍ଟି(ଏଏପି) ସପକ୍ଷରେ ଯାଉଥିବା ଦେଖାଯାଉଛି। ଏହାକୁ ନେଇ ଏବେଠାରୁ...

ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ରାଜ୍ୟପାଳ

ଥିରୁଭାନନ୍ତପୁରମ୍‌,୩।୧୧: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି। କୂଳପତି ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପର ଏକ ଉଦାହରଣ...

ଜାତିଆଣ ଭେଦଭାବ: ୪୦୦ କଲେ ଧର୍ମ ପରିବର୍ତ୍ତନ

କୋୟମ୍ବାଟୁର,୧୫।୨: ଜାତିଆଣ ଭେଦଭାବ ଯୋଗୁ ତାମିଲନାଡୁର ୪୦୦ଜଣ ଧର୍ମ ପରିବର୍ତ୍ତନ କରିଛନ୍ତି। ସେମାନେ ଅତିଷ୍ଠ ହୋଇ ମୁସଲମାନ୍‌ ଧର୍ମ ଗ୍ରହଣ କରିଛନ୍ତି। କୋୟମ୍ବାଟୁର ଜିଲାରେ ବାସ...

Advertisement
Archives

Model This Week