Posted inଜାତୀୟ

ଆଇଟି ଚଢ଼ାଉ ନାମରେ ଟମାଟର ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫୫ ଲକ୍ଷ…

ବେଙ୍ଗାଲୁରୁ,୩।୩ : ମିଛ ଆୟକର (ଆଇଟି) ଚଢ଼ାଉ କରି କର୍ନାଟକର ଜଣେ ଟମାଟର ବ୍ୟବସାୟୀଙ୍କୁ କିଛି ଅଜଣା ଲୋକ ଠକିଛନ୍ତି। ସେମାନେ ବ୍ୟବସାୟୀଙ୍କ ଘରୁ ୩୫ ଲକ୍ଷ ଟଙ୍କା ଏବଂ ୨୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି। ନକଲି ଆୟକର ଅଧିକାରୀମାନେ ବ୍ୟବସାୟୀଙ୍କ ପରିବାର ସଦସ୍ୟଙ୍କୁ ଡରାଇ ସେମାନଙ୍କୁ ଧମକ ଦେଇ ବାନ୍ଧି ପଳାଇ ଯାଇଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, କୋଲାରର ବାଇର୍‌ ଗୌଡା ଏକ୍ସଟେନଶନ ଅଞ୍ଚଳରେ ଏଭଳି ଘଟିଛି। ଏଠାରେ ନିଜକୁ ଆୟକର ଅଧିକାରୀ ଭାବେ ପରିଚୟ ଦେଇ କିଛି ଲୋକ ଟମାଟର ବ୍ୟବସାୟୀ ତଥା ପୂର୍ବତନ ଏପିଏମସି ସଭାପତି ରମେଶଙ୍କ ଘରେ ପହଞ୍ଚିଥିଲେ। ଏହା ସନ୍ଦେହଜନକ ମନେ ହୋଇ ନଥିଲା। ରମେଶ ଅଧିକାରୀମାନଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ପରେ ତାଙ୍କର ସନ୍ଦେହ ହୋଇଥିଲା।

ପ୍ରକାଶ ଯେ, ୬ ଜଣ ଅଭିଯୁକ୍ତ ଆୟକର ଅଧିକାରୀ ଭାବେ ପରିଚୟ ଦେଇ କିଛି ଫାଇଲ ଦେଖାଇଥିଲେ ଯେଉଁଥିରେ ସିବିଆଇ ଉଲ୍ଲେଖ କରାଯାଇଥିଲା। ଘରେ ପ୍ରବେଶ କରିବା ପରେ ସେମାନେ ପରିବାର ସଦସ୍ୟଙ୍କୁ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ବିଷୟରେ ପଚରାଉଚରା କରିଥିଲେ। ରମେଶ, ତାଙ୍କ ସ୍ତ୍ରୀ ଏବଂ ପୁଅ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ଟଙ୍କା ଅଳଙ୍କାର କେଉଁଠାରେ ରଖାଯାଇଥିଲା ସେ ସମ୍ପର୍କରେ ସୂଚନା ଦେଇଥିଲେ।

ସେମାନେ ଟଙ୍କା ସଂଗ୍ରହ କରିବା ପରେ ପ୍ୟାକ କରିବା ଆରମ୍ଭ କରିଥିଲେ। ସେତେବେଳେ ରମେଶଙ୍କର ସନ୍ଦେହ ହେବାରୁ ସେ ଚଢ଼ାଉରେ ପୋଲିସ ଅନୁପସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ। ଏହା ପରେ ଅଭିଯୁକ୍ତମାନେ ପରିବାର ସଦସ୍ୟଙ୍କୁ ଛୁରୀ ଦେଖାଇ ଧମକ ଦେଇ ପୂଜାଘରେ ତିନିଜଣଙ୍କୁ ଦଉଡିରେ ବାନ୍ଧି ଦେଇଥିଲେ। ଏହା ପରେ ସେମାନେ ସିସିଟିଭିକୁ ନଷ୍ଟ କରି ଫେରାର ହୋଇ ଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋଲାର ଏସପି ଦେବରାଜ ଘଟଣାସ୍ଥଳରେ ପହଞ୍ଚି ରମେଶ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଉଦ୍ଧାର କରି ପଚରାଉଚରା କରିଥିଲେ।
ରମେଶ ଜଣେ ଟମାଟର ବ୍ୟବସାୟୀ ଏବଂ ଚିଟ ଫଣ୍ଡ ବ୍ୟବସାୟ ମଧ୍ୟ କରନ୍ତି। ସେ ତାଙ୍କ ଅଫିସରୁ ପ୍ରାୟ ୩୫ ଲକ୍ଷ ଟଙ୍କା ଆଣି ଘରେ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?