ୟୁକ୍ରେନ୍‌ର ୧୫୮ ଡ୍ରୋନ୍‌ ଖସାଇଲା ରୁଷିଆ

ମସ୍କୋ,୨ା୯: ରୁଷିଆ ସେନା ଗୋଟିଏ ରାତିରେ ୧୫୮ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଖସାଇ ଦେଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର କହିଛି। ପୂର୍ବରୁ ୟୁକ୍ରେନ୍‌ ସେନା କୁର୍ସ୍କ ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ ଚଳାଇଥିବାବେଳେ ଏହାର ୪୬ଟି ଡ୍ରୋନ୍‌କୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍‌ ଖସାଇଦେଇଛି। ସେହିପରି ବ୍ରିଆନ୍ସରେ ୩୪ ଏବଂ ଭୋରୋନେଝ ଅଞ୍ଚଳରେ ୨୮ଟି ଡ୍ରୋନ୍‌କୁ ଖସାଯାଇଥିବାବେଳେ ବେଲଗୋରୋଡ ଅଞ୍ଚଳରେ ୧୪ ଡ୍ରୋନ୍‌ ଅକାମୀ ହୋଇଛି। ଧ୍ୱଂସ ପାଇଥିବା ଡ୍ରୋନ୍‌ର ଭଗ୍ନାବଶେଷ ଖସି ଏକ ତୈଳ ବିଶୋଧନାଗାରରେ ପଡ଼ିବାରୁ ନିଆଁ ଲାଗିଯାଇଥିଲା। ଚଳିତ ବର୍ଷ ଆରମ୍ଭରୁ ୟୁକ୍ରେନ୍‌ ସେନା ରୁଷିଆ ଭିତରେ ପଶି ଏହାର ରିଫାଇନାରି ଓ ତୈଳ ଟର୍ମିନାଲଗୁଡ଼ିକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍‌ ଜାରି ରଖିଛି। ଅନ୍ୟପକ୍ଷରେ ୟୁକ୍ରେନର ଆକାଶ ମାର୍ଗରୁ ଆକ୍ରମଣ
ଫଳରେ ୯ ରୁଷୀୟ ଆହତ ହୋଇଛନ୍ତି। ୟୁକ୍ରେନ୍‌ର ଡୋନେସ୍କ ଅଞ୍ଚଳ ଅନ୍ତର୍ଗତ ପିଭ୍‌ନିଚେ ଏବଂ ଭିଲମ୍‌କା ସହରକୁ ରୁଷିଆ ପୁଣିଥରେ ନିୟନ୍ତ୍ରଣକୁ ନେଇଥିବା ରବିବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରରେ ଡୁବିଯିବ ବାଂଲାଦେଶ! ଆଦାନୀ ଗ୍ରୁପ୍‌ର ଚେତାବନୀ

ଢାକା,୯।୯: ଶେଖ ହସିନା ସରକାରଙ୍କ ପରାଜୟ ପରେ ବାଂଲାଦେଶରେ ଆର୍ଥିକ ସଙ୍କଟ ଗଭୀର ହେବାରେ ଲାଗିଛି। ଋଣ ପାଇବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରଧାନମନ୍ତ୍ରୀ ମହମ୍ମଦ...

ଭାରତ ପାଇଁ ଖୁସି ଖବର! ରୋହିଙ୍ଗ୍ୟାଙ୍କ ପାଇଁ ବାଂଲାଦେଶ ଉଠାଇଲା…

ଢାକା/ନୂଆଦିଲ୍ଲୀ,୯।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ରବିବାର ଦକ୍ଷିଣ ଏସିଆରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନମାନଙ୍କ ପାଇଁ ଶୀଘ୍ର ଥଇଥାନ ଘୋଷଣା କରିଛନ୍ତି। ମହମ୍ମଦ ୟୁନୁସ...

‘ଭାରତରେ ଏବେ କେହି ପ୍ରଧାନମନ୍ତ୍ରୀଙ୍କୁ ଡରୁ ନାହାଁନ୍ତି…’, ବିଦେଶରେ ଭାଜପାକୁ ଟାର୍ଗେଟ କଲେ ରାହୁଲ

ଡଲାସ,୯।୯: ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧୀ ଟେକ୍ସାସରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଭାରତର ଭାଜପା ସରକାର ଉପରେ ଖୁବ ବର୍ଷିଛନ୍ତି। ରାହୁଲ ଗାନ୍ଧୀ...

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, କହିଲା ଭଲ ସମ୍ପର୍କ ଚାହୁଁଛୁ ହେଲେ…

ଢାକା,୯।୯: ଶେଖ ହସିନାଙ୍କ ପତନ ପରେ ବାଂଲାଦେଶର ସ୍ଥିତିରେ ସୁଧାର ଆସୁନାହିଁ, କିନ୍ତୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଅହଂକାର ଦେଖାଇବାକୁ ପଛାଉ ନାହାଁନ୍ତି। ରବିବାର...

ଭେନେଜୁଏଲାର ବିରୋଧୀ ନେତା ଗୋଞ୍ଜାଲେଜ୍‌ଙ୍କ ସ୍ପେନ୍‌ ପଳାୟନ

କାରାକସ୍‌,୯ା୯: ଭେନେଜୁଏଲାର ପୂର୍ବତନ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍‌ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ସ୍ପେନ୍‌ ତାଙ୍କୁ ଆଶ୍ରୟ ଦେବା ନିମନ୍ତେ ଅନୁମତି ପ୍ରଦାନ...

ରାହୁଲ ଗାନ୍ଧୀଙ୍କୁ ଆମେରିକାରେ ସ୍ବାଗତ

ଡଲାସ, ୯।୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୩ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ତାଙ୍କୁ ଡଲାସ୍‌ରେ ଭାରତୀୟମାନେ ସ୍ବାଗତ କରିଛନ୍ତି। ଏହି...

‘ମୋତେ ମୁକ୍ତ କର’, ନିଜକୁ ଜେଲରୁ ମୁକ୍ତ କରିବାକୁ ଦାବି କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୮।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ସଂଶୋଧିତ ଦୁର୍ନୀତି ନିବାରଣ ଆଇନ ଆଧାରରେ...

ବଦଳିବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ଜାତୀୟ ସଙ୍ଗିତ! ଜମାତ-ଇ-ଇସଲାମି ଦେଲା ଅଲଟିମେଟମ

ଢାକା,୮।୯: ବାଂଲାଦେଶର ଜମାତ-ଇ-ଇସଲାମି ଦଳର ପୂର୍ବତନ ମୁଖ୍ୟଙ୍କ ପୁତ୍ର ଅବଦୁଲ୍ଲା ଅମାନ ଆଜମୀ ଦେଶର ଜାତୀୟ ସଂଗୀତ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ରବୀନ୍ଦ୍ରନାଥ ଟାଗୋରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri