‘ଜେଲର ୨’ ଧମାକା: ବକ୍ସ ଅଫିସ୍‌ରେ କେରର୍ଡ କଲା ରଜନୀକାନ୍ତଙ୍କ ଫିଲ୍ମ

ରଜନୀକାନ୍ତଙ୍କ ଅଭିନୀତ ତାମିଲ ଫିଲ୍ମ ‘ଜେଲର ୨’ ଭାରତୀୟ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଛି। ରିଲିଜ୍‌ର ମାତ୍ର ୧୯ ଦିନ ମଧ୍ୟରେ ଫିଲ୍ମଟି ବଡ଼ ହିଟ ସାବ୍ୟସ୍ତ ହୋଇଛି। ଦମ୍‌ଦାର ଆୟ ସହ ଅନେକ ରେକର୍ଡ ମଧ୍ୟ ନିଜ ନାମରେ କରିଛି ଏହି ଫିଲ୍ମ। ନିକଟରେ ନିବେଶ ଉପରେ ରିଟର୍ଣ୍ଣ ଅନ ଇନଭେଷ୍ଟମେଣ୍ଟ (ROI) କ୍ଷେତ୍ରରେ ୧୦୦ କୋଟି ଟଙ୍କାର ସୀମା ଅତିକ୍ରମ କରି ୨୦୨୬ର ପ୍ରଥମ ତାମିଲ ଫିଲ୍ମ ଭାବେ ଏହି ସଫଳତା ହାସଲ କରିଛି।
ଏହା ସହିତ ଭାରତୀୟ ବକ୍ସ ଅଫିସ୍‌ରେ ଫିଲ୍ମଟିର ମୋଟ ନେଟ କଲେକ୍ସନ ୪୫୯.୩୫ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଏହାର ଗ୍ରସ କଲେକ୍ସନ ୫୪୨.୦୫ କୋଟି ଟଙ୍କା ରହିଛି।
‘ଜେଲର ୨’ ପ୍ରାୟ ୩୫୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ହୋଇଥିବା କୁହାଯାଉଛି। ରିଲିଜ୍‌ର ୧୯ ଦିନ ମଧ୍ୟରେ ଏହା ୪୫୯.୩୫ କୋଟି ଟଙ୍କାର ନେଟ ଆୟ କରିଛି। ଏହି ହିସାବରେ ଫିଲ୍ମର ROI ୧୦୯.୩୫ କୋଟି ଟଙ୍କା ହୋଇଛି। ଏହା ସହିତ ୨୦୨୬ରେ ୧୦୦ କୋଟି ଟଙ୍କାରୁ ଅଧିକ ROI ହାସଲ କରିଥିବା ପ୍ରଥମ କଲିଉଡ (ତାମିଲ) ଫିଲ୍ମ ହୋଇଛି ‘ଜେଲର ୨’।
ନେଲସନ ଦିଲୀପ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ କଲାନିଧି ମାରନଙ୍କ ସନ ପିକ୍ଚର୍ସ ପ୍ରଯୋଜନା କରିଛି। ରଜନୀକାନ୍ତଙ୍କ ବ୍ୟତୀତ ଏଥିରେ ଏସ.ଜେ. ସୂର୍ଯ୍ୟ, ମିଥୁନ ଚକ୍ରବର୍ତ୍ତୀ, ସୂରଜ ଭେଞ୍ଜାରାମୁଡୁ, ରମ୍ୟା କୃଷ୍ଣନ ଏବଂ ବିଦ୍ୟା ବାଲନ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମଟି ୧୫ ଅକ୍ଟୋବର ୨୦୨୬ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦରମା ବୃଦ୍ଧି କଥା କହିବାରୁ ‘ଶୋ’ରୁ ବିଦା ହେଲେ ଅଭିନେତ୍ରୀ, କଲେ ଚାଞ୍ଚଲ୍ୟକର ଖୁଲାସା

ମୁମ୍ବାଇ,୩।୧୧: ଲୋକପ୍ରିୟ ପୌରାଣିକ ଧାରାବାହିକ ‘ଦେବୋଂ କେ ଦେବ ମହାଦେବ’ରେ ଦେବୀ ପାର୍ବତୀଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଅଭିନେତ୍ରୀ ସୋନାରିକା ଭଦୋରିଆ ।…

କୋଟିଆ ସୀମାନ୍ତଗାଁରେ ଓଡ଼ିଶାକୁ ବିରୋଧ, ଗୋ ବ୍ୟାକ୍‌ ସ୍ଲୋଗାନ…

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ସ୍ଥିତି ବିଗିଡ଼ିବାରେ ଲାଗିଛି । କୋଟିଆ ସୀମାନ୍ତ ନେରିଡିବାଲସା…

ଆଉ ଟିମ ଇଣ୍ଡିଆରେ ଭୁବନେଶ୍ୱର କୁମାରଙ୍କୁ ମିଳିବନି ସ୍ଥାନ! ଅଶ୍ୱିନଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା, କହିଲେ- ଏବେ ଶେଷ…

ନୂଆଦିଲ୍ଲୀ, ୩।୧୧: ଦୀର୍ଘ ୪ ବର୍ଷ ପରେ ଟିମ ଇଣ୍ଡିଆକୁ କମ୍ବ୍ୟାକ କରିଥିଲେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଆଇ ସିରିଜ…

ହିଟ୍‌ମ୍ୟାନ୍‌ଙ୍କୁ ଫସାଇ ଦେଲେ କୋହଲି, ଦେଲେନି ବ୍ୟାଟ୍‌: ନ୍ୟୁଜିଲାଣ୍ଡରୁ ଆସିଲା ଚାଞ୍ଚଲ୍ୟକର ଘଟଣା

ଅକଲାଣ୍ଡ,୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ପୂର୍ବରୁ ଅଭ୍ୟାସରେ ଜୋରଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଦଳର ଦୁଇ ଷ୍ଟାର୍‌ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା।…

ପ୍ରୋ ଲିଗ୍‌ ପାଇଁ ପୁରୁଷ ହକି ଦଳରେ ହେବ ବଡ଼ ପରିବର୍ତ୍ତନ

ଜଳନ୍ଧର,୩ା୧୧: ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ୨୦୨୭ରେ ହେବାକୁ ଥିବା ପ୍ରୋ ଲିଗ୍‌ ପାଇଁ ଭାରତୀୟ ପୁରୁଷ ହକି ଦଳରେ ବଡ଼ ଧରଣର ପରିବର୍ତ୍ତନ…

କେମିତି ସମ୍ପର୍କ ହେବ ନିବିଡ଼: ଆପଣାନ୍ତୁ ଏହିସବୁ ଟିପ୍ସ

ଦାମ୍ପତ୍ୟ ଜୀବନକୁ ସମ୍ପର୍କ ସ୍ନେହ ଡୋରିରେ ବାନ୍ଧି ରଖିଥାଏ। ଏହାକୁ ନିବିଡ଼ କରିବାକୁ ହେଲେ କେତୋଟି ବିଷୟ ପ୍ରତି ଦୃଷ୍ଟିଦେବାକୁ ପଡ଼ିଥାଏ। ସେ ବିଷୟରେ କିଛି ଟିପ୍ସ……

ରାବଣଙ୍କୁ ନେଇ ଏମିତି କହିଦେଲେ ୟଶ: ବଢୁଛି ଚର୍ଚ୍ଚା

ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ପ୍ରାୟ ୪,୦୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ମଲ୍ଟିଷ୍ଟାରର୍‌…

ବଦଳିଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚର ସମୟ! କେତେବେଳେ ଆରମ୍ଭ ହେବ ପ୍ରଥମ ଦିନିକିଆ, ଜାଣନ୍ତୁ…

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ବୁଧବାର, ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ ପାର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?